କଂଗ୍ରେସ ବିଧାୟକ ଦଳ ବୈଠକ: ଚାଷୀ, ଦୁର୍ନୀତି, ବେକାରୀ ହେବ ପ୍ରସଙ୍ଗ

ଭୁବନେଶ୍ୱର,୧୩ । ୨(ବ୍ୟୁରୋ): ଚାଷ ଓ ଚାଷୀଙ୍କ ପ୍ରତି ସରକାରଙ୍କ ଅବହେଳା ସହ ଧାନକିଣାରେ ଅବ୍ୟବସ୍ଥାକୁ କଂଗ୍ରେସ ଗୃହରେ ଜୋରଦାର ଉଠାଇବ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ମହିଳା ନିର୍ଯାତନା, ଚୋରୀ ପ୍ରସଙ୍ଗ ସହ ଦୁର୍ନୀତିକୁ ମଧ୍ୟ ପ୍ରସଙ୍ଗ କରି ଦଳ ସରକାରଙ୍କୁ ଘେରିବ । ବେକାରମାନଙ୍କ ହାତକୁ କାମ ନମଳିବା, ସେମାନେ ଦାଦନ ଯିବା ଓ ପିସି କାରବାର ନେଇ ମଧ୍ୟ ଆମେ ଗୃହରେ ଦୃଷ୍ଟି ଆକର୍ଷଣ କରିବୁ । କଂଗ୍ରେସ ବିଧାୟକ ଦଳ ବୈଠକ ପରେ ଏ ସୂଚନା ଦେଇଛନ୍ତି ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ବୈଠକ ପରେ ଶ୍ରୀ ମିଶ୍ର କହିଛନ୍ତି, ମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା ଲାଗି ରହିଛି । ଗତ ଅଦିନିଆ ବର୍ଷା ପରେ ଚାଷୀଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଛି । ଧାନ ସଂଗ୍ରହ ବେଳେ କ୍ୱିଣ୍ଟାଲ ପିଛା ୨ରୁ ୧୦ କିଗ୍ରା ଧାନ କଟାଯାଉଛି । ମାତ୍ର ସରକାର ଚୁପ୍‌ । ଧାନର ପ୍ରକୃତ ଏମଏସପି ମିଳୁନି । ସରକାର ‘ ୫ଟି’ ଲାଗୁ କରିବା ପରେ ଆଇନ ଶୃଙ୍ଖଳା ଅଧିକ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଆନ୍ଦୋଳନକୁ ପୁଲିସ ଲଗାଇ ଦବାଇବାକୁ ଉଦ୍ୟମ କରାଯାଉଛି । ବ୍ଲକ, ତହସିଲ ଓ ପଞ୍ଚାୟତ ଅଫିସରେ ଏବେ ଦୁର୍ନୀତି କାୟା ମେଲାଇଛି । ପିସି ସଂସ୍କୃତି ମାଡ଼ି ମାଡ଼ି ଚାଲିଛି । ଏ ଦୁର୍ନୀତିରେ ସରକାରଙ୍କ ଭାଗିଦାରିତା ରହିଛି । ରାଜ୍ୟର ଯୁବକ ଯୁବତୀଙ୍କୁ କାମଧନ୍ଦା ମିଳୁନି । ସେମାନେ ବେକାର ବସିଛନ୍ତି ଅବା ଦାଦନ ଯାଉଛନ୍ତି । ଏହିସବୁ ପ୍ରସଙ୍ଗକୁ ଶାଣିତ ଭାବେ କଂଗ୍ରେସ ଉଠାଇ ସରକାରଙ୍କୁ ଜବାବ ମାଗିବ ବୋଲି ନରସିଂହ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଓଡ଼ିଶାରେ ତଳକୁ ଖସିଲା କରୋନା ଗ୍ରାଫ୍: ୨୪ଘଣ୍ଟା ଆଉ ୫୯୪ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ଟପିଲା

କଥା ଦେଇ କଥା ରଖିଲେ ସରକାର: ସାମ୍ବାଦିକଙ୍କ ପାଇଁ ମେଗା ଯୋଜନ; ମୃତ୍ୟୁ ହେଲେ ପରିବାରକୁ ୪ ଲକ୍ଷ, ଗୃହ ଋଣ ସହ ପିଲାଙ୍କୁ ପଢ଼ା ଖର୍ଚ୍ଚ ଦେବେ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଦାଖଲ: ହତ୍ୟା କରାଯାଇଥିବା ପ୍ରମାଣିତ ହୋଇପାରୁନି, ମାନସିକ ଚାପରୁ ଆତ୍ମହତ୍ୟା

ବିନ୍ଦୁସାଗରରେ ଡଙ୍ଗା ଭସା ମନା, କଟକଣା ଜାରି କଲା ବିଏମ୍‌ସି

ପୁଣି ୧୭ ଜୀବନ ନେଲା କରୋନା, ମୃତକଙ୍କ ସଂଖ୍ୟା ୧୭ଶହ ଟପିଲା

୨୪ଘଣ୍ଟା ଆଉ ୬୪୪ କରୋନା ପଜିଟିଭ ଚିହ୍ନଟ୍: ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୬ ହଜାର ୬୪୫କୁ ବୃଦ୍ଧି