PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ପୁଣି ବିବାଦରେ ଶଶି ଥରୁର : ୬ ମହିଳା ସାଂସଦଙ୍କ ସହ ଫଟୋ ପୋଷ୍ଟ କରି ଲେଖିଲେ ଏଭଳି, ଟ୍ୱିଟର ୟୁଜରଙ୍କ କଡା ନିନ୍ଦା

ନୂଆଦିଲ୍ଲୀ,୨୯।୧୧: ୬ ଜଣ ମହିଳା ସାଂସଦଙ୍କ ସହିତ କଂଗ୍ରେସ ନେତା ଶଶି ଥରୁରଙ୍କ ଏକ ଫଟୋ ଖୁବ୍ ଭାଇରାଲ ହେଉଛି। ଏହି ଫଟୋକୁ ନିଜେ ଶଶି ଥରୁର ନିଜର ଟ୍ୱିଟରରେ ସେୟାର କରିଛନ୍ତି। ଏହି ଫଟୋ ସଂସଦର ଶୀତ କାଳୀନ ଅଧିବେଶନ ପୂର୍ବ ଦିନର। ଏହି ଫଟୋକୁ ନେଇ ଲୋକେ କଡା ପ୍ରତିକ୍ରିୟା  ଦେଇଛନ୍ତି। ବିଶେଷ ଭାବରେ ବହୁ ମହିଳା ଶଶି ଥରୁରଙ୍କ ଭାବନାକୁ ନେଇ ପ୍ରଶ୍ନ ଉଠାଛନ୍ତି।

କଂଗ୍ରେସ ସାଂସଦ ଶଶି ଥରୁର ଟ୍ୱିଟରରେ ଫଟୋ ସେୟାର କରି କହିଛନ୍ତି, କିଏ କହୁଛି ଲୋକସଭାରେ କାମ କରିବା ପାଇଁ ଆକର୍ଷଣୀୟ ସ୍ଥାନ ନାହିଁ? ଆଜି ସକାଳେ ମୋର ୬ ସାଥୀ ସାଂସଦଙ୍କ ସହିତ।’ ଏହି ଫଟୋରେ କଂଗ୍ରେସ ସାଂସଦ ପରନୀତ କୌର ଓ ଜୋଥିମନି, ଟିଏମ୍‌ସି ସାଂସଦ ନୁସରତ୍ ଜାହାଁ, ମିମି ଚକ୍ରବର୍ତ୍ତୀ, ଏନସିପି ସାଂସଦ ସୁପ୍ରିୟା ସୁଲେ, ଡିଏମକେ ସାଂସଦ ଥାମିଜାଚି ଥାଙ୍ଗାପାଣ୍ଡିଆନ୍ ଉପସ୍ଥିତ ଅଛନ୍ତି।

ଥରୁରଙ୍କ ଏହି ଫଟୋକୁ ନେଇ ଲୋକେ ଖୁବ୍ ଟ୍ରୋଲ କରିଛନ୍ତି। ଫଟୋ ଉପରେ କମଣ୍ଟେ ଦେଇ ଆଇନଜୀବି କରୁଣା ନନ୍ଦି କହିଛନ୍ତି, ଶଶି ଥରୁର ଚୟନ ହୋଇଥିବା ରାଜନେତାଙ୍କୁ ତାଙ୍କ ଲୁକ୍ ପର୍ଯ୍ୟନ୍ତ ସୀମିତ କରିବାର ଚେଷ୍ଟା କରିଛନ୍ତି ଓ ନିଜକୁ କେନ୍ଦ୍ରରେ ଦେଖାଇଛନ୍ତି। ସେଭଳି ଅନେକ ଟ୍ୱିଟର ୟୁଜର ଥରୁରଙ୍କ ଏଭଳି ପୋଷ୍ଟ ଉପରେ କଡା ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର