ଜଳ ପରିଚାଳନାରେ ଓଡ଼ିଶାର ସ୍ଥିତି ଉଦ୍‌ବେଗଜନକ: କଂଗ୍ରେସ

ଭୁବନେଶ୍ୱର ୨୫/୮: ନିକଟରେ ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ସମନ୍ୱିତ ଜଳ ପରିଚାଳନା ସାରଣୀ ବା ସିଡବ୍ଲ୍ୟୁଏମ୍‌ଆଇ ରିପୋର୍ଟରେ ଓଡ଼ିଶାର ପ୍ରଦର୍ଶନ ଉଦବେଗଜନକ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଓଡିଶା ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସମନ୍ୱିତ ଜଳ ପରିଚାଳନା ସାରଣୀରେ ୧୭ଟି ଅଣ ହିମାଳୟ ରାଜ୍ୟ ମଧ୍ୟରୁ ଓଡ଼ିଶାର ପ୍ରଦର୍ଶନ ଖରାପ ରହିଛି । ମୋଟ୍‌ ୧୭ଟି ରାଜ୍ୟ ମଧ୍ୟରୁ ଓଡ଼ିଶାର ସ୍ଥାନ ୧୪ ନମ୍ୱରକୁ ଖସି ଯାଇଛି । ୨୦୧୫-୧୬ ରିପୋର୍ଟରେ ରାଜ୍ୟର ସ୍ଥାନ ୯ ଥିବାବେଳେ ୨୦୧୬-୧୭ରେ ଏହା ୧୩ ନମ୍ୱରରେ ପହଞ୍ଚିିଥିଲା । ୨୦୧୭-୧୮ ରିପୋର୍ଟରେ ଓଡିଶା ଆହୁରି ଗୋଟିଏ ସ୍ଥାନ ତଳକୁ ଖସି ୧୪ ନମ୍ୱରରେ ପହଞ୍ଚିିଛି । ମୋଟ୍‌ ୧୭ଟି ରାଜ୍ୟର ପ୍ରଦର୍ଶନକୁ ନେଇ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଓଡିଶାର ପ୍ରଦର୍ଶନ ସବୁଠୁ ଖରାପ ହାରରେ ତଳକୁ ଖସିଛି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି । ତେବେ ନୀତି ଆୟୋଗ ରିପୋର୍ଟରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ତଳକୁ ଖସିବା ହାର ୭.୨୭ ପ୍ରତିଶତ, ଯାହାକି ସର୍ବାଧିକ ।

ସମନ୍ୱିତ ଜଳ ପରିଚାଳନା ସାରଣୀ ବ୍ୟବସ୍ଥାରେ ରାଜ୍ୟଗୁଡିକରେ ଜଳସେଚନ ସ୍ଥତି, ପାନୀୟ ଜଳ, ଜଳାଶୟଗୁଡିକର ବିକାଶ, ମଧ୍ୟମ ଓ ବୃହତ ଜଳସେଚନ ପ୍ରକଳ୍ପର ସ୍ଥିତି, ଜଳଛାୟାର ବିକାଶ, ଗ୍ରାମ୍ୟ ଓ ସହରାଞ୍ଚଳ ପାନୀୟ ଜଳଯୋଗାଣ ଓ ପରିମଳ, ଜଳସେଚନ ସମ୍ପର୍କିତ ନୀତି ଓ ପ୍ରଶାସନର ସ୍ଥତି ସମ୍ପର୍କରେ ଆକଳନ କରିହେବ । ଏହି ବ୍ୟବସ୍ଥା ଦ୍ୱାରା ଦେଶରେ ଯେଭଳି ଭାବେ ଜଳସଙ୍କଟର ସମସ୍ୟା ବଢିବାରେ ଲାଗିଛି ତାହାର ବାସ୍ତବ ସ୍ଥତି ଜାଣିବା ସହ ସମାଧାନ କରିବା । ଏଥିପାଇଁ ନୀତି ଆୟୋଗ ୨୮ଟି ପରିମାପକର ବ୍ୟବସ୍ଥା ରଖିଛି ।

   ସମ୍ବନ୍ଧିତ ଖବର


ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ପୁଣି ଏକ ଦୁଃଖଦ ଖବର, ସିଂହୀ ସୁପ୍ରିୟାର ମୃତ୍ୟୁ

ରାଜଧାନୀରେ ନକଲି ମୋବିଲ କାରଖାନା ଠାବ, ୪ ଗିରଫ

ରାସ୍ତାରେ ପଡୁଛି ପିପିଇ କିଟ୍‌! ସିଏମ୍‌ସି ଅବହେଳାରୁ ବ୍ୟାପୁଛି ସଂକ୍ରମଣ

ମିଠା ଏକ୍ସପାଏରୀ ତାରିଖ ପ୍ରଦର୍ଶନ ପ୍ରସଙ୍ଗ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମାକୁ ମିଠା ବ୍ୟବସାୟୀଙ୍କ ବିରୋଧ

ଟ୍ରେନ୍‌ ଓ ବିମାନରେ ଓଡ଼ିଆ ଖାଦ୍ୟ ଦିଆଯିବାକୁ ଦାବି

ଦେବାଳୟରେ ପ୍ରସାଦ ସେବନ ବ୍ୟବସ୍ଥା ଠପ୍‌, ହଜାର ହଜାର ଲୋକ ପ୍ରଭାବିତ