PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଖାଲି ଚେୟାରର ଫଟୋ ନେବାରୁ ସାମ୍ବାଦିକଙ୍କୁ ମାଡ ମାରିଲେ କଂଗ୍ରେସ କର୍ମୀ, ଭିଡିଓ ଭାଇରାଲ

ଚେନ୍ନାଇ ୭/୪: ତାମିଲନାଡୁରେ କିଛି କଂଗ୍ରେସ କର୍ମୀ ଜଣେ ସାମ୍ବାଦିକଙ୍କୁ ମାଡ ମାରିଛନ୍ତି । ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ପୁଣି ଏହି ମାଡର କାରଣ ମଧ୍ଯ ଭିନ୍ନ । ସାମ୍ବାଦିକଙ୍କୁ ମାଡ ଏଥିପାଇଁ ଖାଇବାକୁ ପଡିଲା ଯେ ସେ କଂଗ୍ରେସ ପାର୍ଟି ମିଟିଂରେ ପଡିଥିବା ଖାଲି ଚେୟାରର ଫଟୋ ଉଠାଉଥିଲେ ।

ନିର୍ବାଚନ ସମୟ । ନେତାମାନେ ବ୍ଯସ୍ତ ଅଛନ୍ତି । ନେତାଙ୍କ ଅପେକ୍ଷା କର୍ମୀମାନେ ମଧ୍ଯ ଅଧିକ ବ୍ୟସ୍ତ ଅଛନ୍ତି । ସାମାନ୍ୟ ଭୁଲ୍ ପାଇଁ ପୁଣି ୫ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ସେଥିପାଇଁ ସମସ୍ତେ ଜନତାଙ୍କ ସାମ୍ନାରେ ନିଜ ଉଜ୍ଜଳ ଭାବମୂର୍ତ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା ଜାରିରଖିଛନ୍ତି । ଯଦି କିଛି ବି ଭୁଲ୍ ପଦାରେ ପଡିଯାଏ ବା ଭୋଟରଙ୍କ ନିକଟକୁ ଚାଲିଆସେ ତେବେ ଖେଳ ଖତମ । ସେଥିପାଇଁ ସମସ୍ତେ ମିଷ୍ଟର ପରଫେକ୍ଟ ହେବାକୁ ଚେଷ୍ଟା ଚଳାଇଛନ୍ତି । ନେତାଙ୍କ ଭଳି କର୍ମୀ ମଧ୍ଯ ଭାରି ସଜାଗ ଅଛନ୍ତି । ନିଜ ପ୍ରକୃତ ଚେହେରା ପଦାରେ ପଡିବା ବରଦାସ୍ତ କରିପାରୁନାହାନ୍ତି । ନେତାମାନେ ଗୋଟିଏ ଫୁଲ ଛିଣ୍ଡେଇବା ପାଇଁ କହିଲେ ସାରା ବଗିଚା ନଷ୍ଟ କରିଦେଉଛନ୍ତି କର୍ମୀ ।

ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ତାମିଲନାଡୁରେ । ୬ ଏପ୍ରିଲର ଘଟଣା । ବିୃଋଧୁନଗର ଜିଲ୍ଲାରେ ଏକ ପାର୍ଟି ମିଟିଂର ଆୟୋଜନ ହୋଇଥିଲା । ସେଠାରେ ଜଣେ ଫଟୋ ଜର୍ନାଲିଷ୍ଟ ଉପସ୍ଥିତ ଥିଲେ । ତାଙ୍କ ନାଁ ଆରଏମ ମୁଥୁରାଜ । ସଏ ଏକ ସାପ୍ତାହିକ ପତ୍ରିକାରେ କାମ କରନ୍ତି । ସେଠାରେ ଖାଲି ପଡିଥିବା ଚେୟାରର ଫଟୋ ନେଉଥିଲେ ମୁଥୁରାଜ ।  ଏହି ସମୟରେ କର୍ମୀମାନେ ତାଙ୍କୁ ମାରିବାକୁ ଲାଗିଲେ । ଅନ୍ଯ ସାମ୍ବାଦିକମାନେ ଆସି ମୁଥୁରାଜଙ୍କୁ ବଞ୍ଚାଇଲେ । ମୁଥୁରାଜଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲେ ଭର୍ତ୍ତି କରାଗଲା । ପୋଲିସ କଂଗ୍ରେସ କର୍ମୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି ।

ତେବେ ପ୍ରଶ୍ନ ଉଠୁଛି ଯେ ଦଳର ମୁଖ୍ଯ, ସାମ୍ବାଦିକଙ୍କୁ ଏତେ ସମ୍ମାନ ଦେଉଛନ୍ତି ଅଥଚ ଦଳୀୟ କର୍ମୀମାନେ ସାମ୍ବାଦିକଙ୍କ ପ୍ରତି ଏଭଳି ବ୍ଯବହାର କିଭଳି ଦେଖାଇପାରୁଛନ୍ତି । ପଡିଯାଇଥିବା ସାମ୍ବାଦିକଙ୍କୁ ଉଠାଇ ଗାଡିରେ ବସାଉଛନ୍ତି ରାହୁଲ ଗାନ୍ଧୀ  । ଫୁଟେଜ ଟିଭିରେ ଦେଖାଯାଉଛି । କିଛି ମାସ ତଳେ ଓଡିଶା ଆସିଥିଲେ ରାହୁଲ । ଫଟୋ ଉଠାଇବା ସମୟରେ ଜଣେ ସାମ୍ବାଦିକ ପଛକୁ ନଦେଖି ଝୁଣ୍ଟିପଡି ଏକ ଛୋଟ କାନ୍ଥ ଆରପଟକୁ ଖସି ପଡିଥିଲେ । ସେତେବେଳେ ରାହୁଲ ତାଙ୍କୁ ଉଠାଇଥିଲେ । ପ୍ରଶଂସାର ସୁଅ ଛୁଟିଥିଲା ରାହୁଲଙ୍କ ପାଖକୁ ।

ତାଙ୍କ ଭଉଣୀ ପ୍ରିୟଙ୍କା ମଧ୍ଯ ୱାୟନାଡରେ ସାମ୍ବାଦିକଙ୍କ ଜୋତା ଉଠାଇଥିବା ନଜର ଆସିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ।  ତେବେ ଲାଗୁଛି କର୍ମୀମାନେ ନେତାଙ୍କ ଠାରୁ କିଛି ଶିଖୁ ନାହାନ୍ତି । ଉଦାହରଣ ଆପଣ ଉପରେ ଦେଖିଥିବା ଭିଡିଓ ।

ଖାଲି ଚେୟାରର ରାଜନୀତି ମଧ୍ଯ କିଛି ଅଲଗା । ସୋସିଆଲ ମିଡିଆରେ ସବୁ ପାର୍ଟି ଅନ୍ୟ ପାର୍ଟିର ମଜା ଉଡାଇବା ପାଇଁ ଏମିତି ଫଟୋ ପକାଇଥାନ୍ତି । ଆପଣଙ୍କ ବୁଝିବା ପାଇଁ ୨ଟି ଫଟୋ ଉଦାହରଣ ରୂପେ ଦିଆଯାଇଛି । ଏହା ଅଥି ସାଧାରଣ କଥା । ଏମିତି ଫଟୋ ଅପୋଜିଟ୍ ପାର୍ଟି ପକାଇଥାନ୍ତି । ଯେଉଁଥିରେ ଚେୟାର ଖାଲି ଥାଏ । ଏହାର ଅର୍ଥ ଯେ ସେହି ପାର୍ଟିକୁ ଜନ ସମର୍ଥନ ମିଳୁନାହିଁ । ତେବେ ଏଥିରେ ସାମ୍ବାଦିକଙ୍କ ଦୋଷ ରହିଲା କେଉଁଠି ?  ସେ ତ ତାଙ୍କ କାମ କରିବେ ନା । ଖାଲି ଚେୟାର ଦେଖିଲେ ଫଟୋ ଉଠେଇବେ । ଜନତାଙ୍କ ପାଖରେ ପ୍ରକୃତ ସତ୍ଯ ପହଞ୍ଚାଇବା ତାଙ୍କ କାମ । ଚେୟାରକୁ ଫିଲଅପ କରିବା ଆପଣଙ୍କ କାମ । ତେବେ ନିଜ କାମ ନକରି ଅନ୍ୟ ଉପରେ ଦବଙ୍ଗଗିରି ଦେଖାଇବା କେତେ ଦୂର ଠିକ୍ ?

ତେବେ ଏହି ଫଟୋ ଯେମିତି ପବ୍ଲିକ୍ ପର୍ଯ୍ୟନ୍ତ ନଆସିବ ସେଥିପାଇଁ କଂଗ୍ରେସ କର୍ମୀ ପତ୍ରକାରଙ୍କ ଉପରକୁ ହାତ ଉଠାଇଦେଲେ । ତେବେ କଥା ହେଉଛି ଯେ ଖାଲି ଚେୟାର ଫଟୋ ପବ୍ଲିକ୍ ପାଖକୁ ଆସିବାକୁ ନଦେବାପାଇଁ ଏଭଳି କାଣ୍ଡ ଭିଆଇଲେ ଯେ ଫଟୋ ସହିତ ଭିଡିଓ ବି ସୋସିଆଲ ମିଡିଆରେ ଘୁରିବୁଲୁଛି । ଖାଲି ଚେୟାର ଫଟୋ ତ ମାର୍କେଟକୁ ଆସିଲା ତା ସହିତ କର୍ମୀଙ୍କ ପ୍ରକୃତ ଚେହେରା ବି ପଦାରେ ପଡିଲା ।

ସମ୍ବନ୍ଧିତ ଖବର