PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଭୁଲ ମାନଚିତ୍ର ପୋଷ୍ଟ୍ କଲା କଂଗ୍ରେସ, ଭାରତରୁ ଗାଏବ ହୋଇଗଲା ଲଦାଖ ଓ ଜାମ୍ମୁ-କାଶ୍ମୀର

ନୂଆଦିଲ୍ଲୀ, ୨୭|୧୨:  ସିଏଏ ଓ ଏନଆରସି ମାମଲାରେ କଂଗ୍ରେସ ଭାରତୀୟ ଜନତା ପାର୍ଟି ଓ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରିବା ବେଳେ ନିଜେ ଏକ ବଡ ଭୁଲ କରିଛି। ସର୍ବଭାରତୀୟ ମହିଳା କଂଗ୍ରେସ ନିଜର ଟ୍ୱିଟର୍ ଆକାଉଣ୍ଟରେ ଯୋଗୀ ଆଦିତ୍ୟନାଥଙ୍କ ଏକ କାର୍ଟୁନ୍ ସେୟାର କରିଥିଲା। ଏଥିରେ ଯୋଗୀଙ୍କ ହାତରେ ଭାରତ ମ୍ୟାପ୍ ଦେଖିବାକୁ ମିଳିଥିଲା। କିନ୍ତୁ ଏହି ମ୍ୟାପ୍ ଭୁଲ ଥିଲା। ଏଥିରେ ଲଦାଖ ଓ ଜାମ୍ମୁ-କାଶ୍ମୀର ନଥିଲା। ଏହାପରେ ୟୁଜର ଏହାକୁ ଟ୍ରୋଲ କରିଥିଲେ।

ଏହାକୁ ଦେଖି ଜଣେ ୟୁଜର ଲେଖିଛନ୍ତି ଯେ, ମହିଳା କଂଗ୍ରେସ ଏକ ପୋଷ୍ଟ ସେୟାର କରିଥିଲା। ବିବାଦ ହେବାରୁ ତାକୁ ଡିଲିଟ୍ କରିଦେଇଛି। ଭାରତ ମ୍ୟାପକୁ ଲଦାଖ ଓ ଜାମ୍ମୁ-କାଶ୍ମୀର ବିନା ପୋଷ୍ଟ ହୋଇଛି।

ସେହିପରି ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଚିବ ହମପ୍ରିତ ସିଂ ଲଖବୀ ଲେଖିଛନ୍ତି, ଏହି ପୋଷ୍ଟରେ କଂଗ୍ରେସର ଅସଲି ଚେହେରେ ନଜର ଆସିଛି। ଏବେ ରାହୁଲ ଗାନ୍ଧୀ ଏହାକୁ ନେଇ କଣ କହିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର