ବିଜେପିର ଇସ୍ତାହାର ସେୟାର କଲା କଂଗ୍ରେସ, ସୋସିଆଲ ମିଡିଆରେ ଭାଇରାଲ

ନୁଆଦିଲ୍ଲୀ ୧/୪: ଫାଷ୍ଟ ଏପ୍ରିଲ ଅର୍ଥାତ୍ ଏପ୍ରିଲ ଫୁଲ ଡେରେ କଂଗ୍ରେସ ଏକ ଟ୍ୱିଟ୍ କରିଛି । ଟ୍ୱିଟରେ ଲେଖା ହୋଇଛି ଯେ ‘ବିଜପି ମେନିଫେଷ୍ଟୋ ଲଞ୍ଚ କରିଛି ।‘
ଏହା ସହିତ ଏକ ଲିଙ୍କ ଆଟାଚ୍ ହୋଇଛି । କଂଗ୍ରେସର ଲିଙ୍କ ଅନୁସାରେ ‘ବିଜେପିର ମେନିଫେଷ୍ଟୋ’, ଟ୍ୱିଟରରେ କିଛି ଲୋକ ବୁଝିପାରିଲେ ତ ଆଉ କିଛି ଆଶ୍ଚର୍ଯ୍ଯ ହେଲେ । କଂଗ୍ରେସ କାହିଁକି ବିଜେପିର ଇସ୍ତାହାର ସେୟାର କଲା ଏହା ଅଧିକାଂଶ ଲୋକଙ୍କ ମୁଣ୍ଡରେ ପଶିଲାନି । ତେବେ ଏପ୍ରିଲ ଫୁଲ୍ ଡେରେ ସେୟାର ହୋଇଛି ମାନେ ଏହା ଭିତରେ ନିଶ୍ଚିତ କିଛି ଲୁଚି ରହିଥିବ । ଆସନ୍ତୁ ଦେଖିବା କଣ ରହିଛି କଂଗ୍ରେସର ଏହି ଟ୍ୱିଟରେ…
ପ୍ରଥମ ପେଜରେ ୩ ଏଲିମେଣ୍ଟ ଅଛି । ବିଜେପିର ଚିହ୍ନ ଅର୍ଥାତ୍ ପଦ୍ମ ଏବଂ ମୋଦିଙ୍କ ଏକ ଫଟୋ । ଏହାପରେ ବିଜେପିର ନୂଆ ନାଁ ରହିଛି । ‘ଭାରତୀୟ ଜୁମଲା ପାର୍ଟି’ । ଏହାପରେ ମୋଦି ସରକାରଙ୍କ ସ୍ଲୋଗାନ୍- ଏକ ଭାରତ ଶ୍ରେଷ୍ଠ ଭାରତକୁ ବଦଳାଇ କରାଯାଇଛି- ଏକ ଭାରତ, ବେରୋଜଗାର ଭାରତ । ଏହା ସହିତ ପଦ୍ମକୁ ମଧ୍ଯ ଓଲଟାଇ ଦିଆଯାଇଛି ।
ଏହା ଥିଲା ବାହାର ପେଜର ଅବସ୍ଥା । ଏବେ ଚାଲନ୍ତୁ ଯିବା ଭିତର ପେଜକୁ । ଆପଣଙ୍କର ମନେଥିବ ୨୦୧୪ରେ ବିଜେପିର ଲୋକସଭା ଟ୍ଯାଗଲାଇନ୍ ଥିଲା ଅଛେ ଦିନ୍ ଆନେ ବାଲେ ହେଁ । ଏବେ କଂଗ୍ରେସ ଏହାକୁ ନେଇ ଟିକେ ମଜା କରିଛି । ଲାଇନଟି ବଦଳି ଯାଇଛି । ଅଛେ ଦିନ୍ ଆଏଗେଁ, କଭି ନା କଭି ।
ଏହା ପରେ ମୋଦିଙ୍କ ମେଁ ଭି ଚୌକିଦାରକୁ ଟାର୍ଗେଟ୍ କରିଛି କଂଗ୍ରେସ । ମେଁ ଭି ଚୌକିଦାର ଅଭିଯାନର ଉଦ୍ଦେଶ୍ଯ ହେଉଛି ସବୁ ପଳାତକଙ୍କୁ ସୁରକ୍ଷା ଦେବା । ସବୁ ଅଭିଧାନରେ ବେରୋଜଗାର ଶବ୍ଦକୁ ଚୌକିଦାର ଶବ୍ଦରେ ବଦଳାଇବା ଓ ଡାଟା ସହିତ ଅପବ୍ଯବହାର ଓ ରିପୋର୍ଟ୍ସକୁ ଲୁଚାଇବା । ବେରୋଜଗାରୀ ଉପରେ ମଧ୍ଯ ଟିପ୍ପଣୀ ଦିଆଯାଇଛି । କୁହାଯାଇଛି ଯେ ୪୫ ବର୍ଷର ରେକର୍ଡ ଭାଙ୍ଗିବା ପରେ ୭୦ ବର୍ଷର ରେକର୍ଡ ଭଙ୍ଗାଯିବ । ଏହିପରି ଅନେକ ବିଷୟବସ୍ତୁ ଉପରେ ମଜା ଉଡାଇଛି କଂଗ୍ରେସ । ମେକ୍ ଇନ୍ ଇଣ୍ଡିଆ ଓ ରାଫେଲକୁ ମଧ୍ଯ ଏହି ଇସ୍ତାହାରରେ ଯୋଡାଯାଇଛି ।
ଶିକ୍ଷାରେ ନକଲି ଡିଗ୍ରୀ ମିଳିବ । କେବଳ ଗୋଟିଏ କୋର୍ସ ଜରୁରୀ ହେବ- ଫେଜୁକେଶନ, ଅର୍ଥାତ୍ ଫେଙ୍କନେ କି ବିମାରୀ(ମିଛ କହିବାର ରୋଗ) ।
ଶେଷରେ ଆସୁଛି ନିଷ୍କର୍ସ । ଏଥିରେ ଲେଖାଯାଇଛି ଯେ ଲକ୍ଷ୍ଯ ରହିଛି ସବୁଠାରୁ ବଡ ଚୋରକୁ ଚୌକିଦାର ବନାଇବା ଓ ତାର ସବୁ ଫ୍ରଡ ବନ୍ଧୁଙ୍କୁ ଦେଶରୁ ଭଗାଇବା ।
ଯେହେତୁ ଆଜି ଏପ୍ରିଲ ଫୁଲ୍ ଡେ ଏଥିପାଇଁ ବିଜେପିକୁ ଟାର୍ଗଟ୍ କରିଛି କଂଗ୍ରେସ । ଏବଂ ଶେଷରେ ଲେଖିଛି ଯେ ଏହି ଫୁଲ୍(ଫୁଲ) ଜନତାଙ୍କୁ Fool(ମୁର୍ଖ) ବନାଉଛି ।