PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

ଭାଲେଣ୍ଟାଇନ୍ ଡେ’ରେ ମହିଳା କଂଗ୍ରେସ କର୍ମୀ ରାହୁଲ ଗାନ୍ଧୀଙ୍କୁ କଲେ କିସ୍, ଭିଡିଓ ଭାଇରାଲ

ଧରମପୁର ୧୪/୨: କଂଗ୍ରେସ ଅଧ୍ଯକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଗୁଜରାତର ୱଲସାଡରେ ଏକ ରାଲିରେ ନାଗରିକଙ୍କୁ ସମ୍ବୋନ୍ଧନ କରିବା ପାଇଁ ମଞ୍ଚ ଉପରେ ପହଞ୍ଚିଲେ । ମଞ୍ଚ ଉପରେ ମହିଳା କଂଗ୍ରେସ କର୍ମୀ ମଧ୍ୟ ତାଙ୍କୁ ସ୍ୱାଗତ କରିବା ପାଇଁ ଉପସ୍ଥିତ ଥିଲେ । କିନ୍ତୁ ସେତେବେଳେ କିଛି ଏପରି ଘଟଣା ଘଟିଲା ଯାହା ରାହୁଲ ମଧ୍ଯ କଳ୍ପନା କରିନଥିବେ । ଜଣେ ମହିଳା କର୍ମୀ ତାଙ୍କୁ ମାଳା ପିନ୍ଧାଇବା ସମୟରେ ତାଙ୍କ ଗାଲରେ ଏକ ଚୁମ୍ବନ ଦେଇଦେଲେ ।

ତେବେ ଟିକିଏ ବୟସ୍କା ଦେଖାଯାଉଥିବା ଏହି ମହିଳା ଜଣକ କହିଲେ ଯେ ଏହା ସହିତ ଭାଲେଣ୍ଟାଇନ୍ ଦିବସର କିଛି ସମ୍ପର୍କ ନାହିଁ । ସେ କହିଲେ କଂଗ୍ରେସ ପ୍ରମୁଖ ତାଙ୍କ ଭାଇ ଭଳି ହେବେ । ସେ କହିଛନ୍ତି ଯେ ମୁଁ ୪୮ ବର୍ଷରୁ ଅଧିକ କଂଗ୍ରେସରେ ଅଛି । ମୁଁ ରାହୁଲଙ୍କ ଶୁଭ ଚିନ୍ତକ । ମୁଁ ତାଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛି ।