ଲକଡାଉନ୍ ୩.୦କୁ ନେଇ କଂଗ୍ରେସ ଉଠାଇଲା ପ୍ରଶ୍ନ, କାହିଁକି ସାମନାକୁ ଆସିଲେନି ମୋଦି?

ନୂଆଦିଲ୍ଲୀ,୨।୫: କରୋନା ଭାଇରସ୍ କାରଣରୁ ସାରା ଦେଶରେ ଜାରି ରହିଛି ଲକଡାଉନ୍। ୩ ମଇରେ ଶେଷ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପୂର୍ବରୁ ଗତକାଲି କେନ୍ଦ୍ର ସରକାର ଏହାର ସମୟସୀମାକୁ ଆହୁରି ୧୪ ଦିନ ପାଇଁ ବଢାଇ ଦେଇଛନ୍ତି, ଯାହାଫଳରେ ୧୭ ମଇ ପର୍ଯ୍ୟନ୍ତ ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଜାରି ରହିବ। ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନକୁ ନେଇ କଂଗ୍ରେସ ପକ୍ଷରୁ ସିଧାସଳଖ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରାଯାଇଛି।

କଂଗ୍ରେସର ସଞ୍ଚାର ବିଭାଗର ମୁଖ୍ୟ ରଣଦୀପ ସିଂ ସୁରଜେଓ୍ବାଲା ଶନିବାର ଏହା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି ମୋଦି ଦେଶ ଜନତାଙ୍କୁ ତାଳି, ଥାଳି ଓ ଘଣ୍ଟି ବଜାଇ କରୋନା ବିରୋଧରେ ଜାରି ଲଢେଇରେ ଏକଜୁଟ ହେବାକୁ କହିଥିଳେ। କିନ୍ତୁ ଶୁକ୍ରବାର ଯେତେବେଳେ ୧୭ ମଇ ପର୍ଯ୍ୟନ୍ତ  ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଯେତେବେଳେ ଲାଗୁ କରାଗଲା ସେତେବେଳେ ମୋଦି ଓ ତାଙ୍କର କେହି ମନ୍ତ୍ରୀ ସାମନାକୁ ଆସିନଥିଲେ। ସେ କହିଛନ୍ତି, ଏଥିରୁ ସ୍ପଷ୍ଟ ହୋଇଗଲା ଯେ, ଏହି ସରକାର କରୋନା ବିରୋଧରେ କୌଣସି ଯୋଜନା କରିନାହାନ୍ତି।

ମୋଦି ଯଦି ନିଜେ ତୃତୀୟ ପର୍ଯ୍ୟାୟ ଲକଡାଉନର ଘୋଷଣା ଜନତାଙ୍କ ଆଗକୁ ଆସି କରିପାରିଥାନ୍ତେ। ସମସ୍ତଙ୍କ ଆଗରେ ସେ ତାଙ୍କ ଆଗାମୀ ଯୋଜନା କ’ଣ ରହିଛି ତାହା ମଧ୍ୟ କହିପାରିଥାନ୍ତେ, କିନ୍ତୁ ଏଭଳି ହେଲାନି। ଏହାର ଅର୍ଥ ସରକାର କରୋନା ବିରୋଧରେ କୌଣସି ଯୋଜନା କରିନାହାନ୍ତି। ତୃତୀୟ ଲକଡାଉନ୍ କେବଳ ଏକ ସରକାରୀ  ନିର୍ଦେଶ ଅନୁସାରେ ଲାଗୁ କରାଗଲା। ଏହି ନିର୍ଦେଶରେ କିଛି ବି ସ୍ପଷ୍ଟ ନାହିଁ। ସରକାରଙ୍କ ଏଭଳି କାର୍ଯ୍ୟ ଦେଶର ଜନତାଙ୍କ ଆଗରେ ଅସହଜ ସ୍ଥିତି ସୃଷ୍ଟି କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now