ପ୍ରମୁଖ ଖବର
  • ଟାଟା ମୋଟର୍ସ ଚାକିରି ଦେବା ନାଁ ଠକଇେ ମାମଲା: ଅଦାଲତରେ ହାଜର ହେବେ ପ୍ରଦିପ ପାଣିଗ୍ରାହୀ
  • ||
  • ନିର୍ବାଚନ ଲଢ଼ିପାରିବେନି କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ୍,,ଦୋସୀ ସାବ୍ୟସ୍ତ ଉପରେ ଲାଗିନି ରୋକ୍
  • ||
  • ଶଙ୍ଖ ଭବନରେ ବର୍ଷା ପ୍ରିୟଦର୍ଶିନୀ, ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ORHDC ଦୁର୍ନୀତି ମାମଲା : ମହମ୍ମଦ ମୋକିମଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ, ଭିଜିଲାନ୍ସକୁ ନୋଟିସ୍
  • ||
  • ମାଲେସିଆରେ ନୌସେନାର ୨ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୦ ମୃତ
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁର ପୂର୍ବତନ ବିଧାୟିକା ଡ. ରାସେଶ୍ବରୀ ପାଣିଗ୍ରାହୀ
  • ||
  • ମାହାଙ୍ଗା ଡବଲ୍‌ ମର୍ଡର ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ବନ୍ୟାରେ ଭାସିଲା ଚୀନ୍‌: ବିପଦ ସଙ୍କେତ ଉପରେ ୪୪ ନଦୀ, ୪ ମୃତ, ହଜାରେରୁ ଅଧିକ ସ୍କୁଲ ବନ୍ଦ
  • ||
  • ଆଇପିଏଲରେ ସୁପର କିଙ୍ଗ୍‌ସ- ସୁପର ଜାଏଣ୍ଟ୍‌ସ ମଧ୍ୟ ଲଢ଼େଇ, ପୂର୍ବ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ CSK
  • ||
  • ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଜି ସୁପ୍ରିମକୋର୍ଟରେ ମହମ୍ମଦ ମୋକିମ୍‌ଙ୍କ ଭାଗ୍ୟ ପରୀକ୍ଷା
  • ||
  • ହେ ପ୍ରଭୁ! ରକ୍ଷା କର..ଆହୁରି ଭୟାନକ ହେବ ଗ୍ରୀଷ୍ମ ପ୍ରବାହ, ୨୬ରେ ତାତିର ବିସ୍ଫୋରଣ ଆଶଙ୍କା
  • ||

କପିଲ ଶିବଲ ଦଳ ଛାଡିବା ପରେ ଚିନ୍ତାରେ କଂଗ୍ରେସ, ବର୍ତ୍ତମାନ ଜି-୨୩ର ନେତାଙ୍କୁ ରାଜ୍ୟସଭା ପଠାଇବାକୁ ଚାଲିଛି ବିଚାର ବିମର୍ଶ

ନୂଆଦିଲ୍ଲୀ, ୨୬।୫  କଂଗ୍ରେସର ବରିଷ୍ଠ ନେତା ଏବଂ ପୂର୍ବ କେନ୍ଦ୍ର ମନ୍ତ୍ରୀ କପିଲ ଶିବଲ ଦଳ ଛାଡି  ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭା ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ବୁଧବାର  ଲକ୍ଷ୍ନୋ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଘଟଣାକୁ ନେଇ କଂଗ୍ରେସ କୌଣସି ଟିପ୍ପଣୀ ଦେଇ ନ ଥିବା ବେଳେ କିନ୍ତୁ ଭିତରେ ଭିତିରେ ଏହାକୁ ନେଇ ବିଚାରବିର୍ମଶ କରୁଛି।

ବର୍ତ୍ତମାନ ଦଳ ମହାରାଷ୍ଟ୍ରରୁ ମୁକୁଳ ବାସନିକଙ୍କୁ ରାଜ୍ୟସଭା ପଠାଇବା ପାଇଁ  ବିଚାର କରୁଥିବା ଜଣାପଡିଛି।ଯେ କି ଜି-୨୩ ର ସଦସ୍ୟ ରହିଛନ୍ତି। ମହାରାଷ୍ଟ୍ରରୁ ଅସନ୍ତୁଷ  ଗୋଷ୍ଠୀ  ଜି-୨୩ରେ ଦୁଇ ଜଣ ନେତା ସାମିଲ ଥିଲେ। ସେମାନେ ହେଲେ ପୃଥୀରାଜ ଚୌହାଣ ଏବଂ ମୁକୁଲ ବାସନିକ।  କିନ୍ତୁ କଂଗ୍ରେସ ମୁକୁଳ ବାସନିକଙ୍କୁ ରାଜ୍ୟସଭା ପଠାଇବାକୁ ଚିନ୍ତା କରୁଛି।  କପିଲ ଶିବଲ ପରେ ବର୍ତ୍ତମାନ ଅନ୍ୟ କୌଣସି  ବରିଷ୍ଠ ନେତାଙ୍କୁ କଂଗ୍ରେସ ଛାଡିବାକୁ ଚାହୁଁ ନାହିଁ।

 ଗତ କିଛି ଦିନ ଧରି କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କୁ ବିଭିନ୍ନ ପଦବୀ ଦେବାକୁ ଉଦ୍ୟମ କରାଯାଉଛି। ଜି-୨୩ରେ ସାମିଲ ଥିବା ସିନିୟର ନେତା ଆନନ୍ଦ ଶର୍ମା ଏବଂ ଗୁଲାମ ନବୀ ଆଜାଦଙ୍କୁ  କଂଗ୍ରେସ  ଦୁଇଟି ରାଜନୈତିକ କମିଟିରେ ସ୍ଥାନ ଦେଇଛି।  ଚିନ୍ତନ ଶିବିର ପରେ ଏହି କମିଟି ଗଠନ କରାଯାଇଛି। ଏହି କମିଟିକୁ ପାର୍ଟିରେ ସୁଧାର  ପାଇଁ ପରାମର୍ଶ ଦେବା ପାଇଁ ଦାୟିତ୍ବ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.