PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଟିଭି ଡିବେଟ୍‌ ବେଳେ ହାର୍ଟ ଆଟାକ୍‌- କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତାଙ୍କର ଚାଲିଗଲା ଜୀବନ

indianexpress.com

ନୂଆଦିଲ୍ଲୀ –  ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ୍‌ ( ଆଇଏନ୍‌ସି)ର ପ୍ରବକ୍ତା  ରାଜୀବ ତ୍ୟାଗୀଙ୍କ ମୃତ୍ୟୁ ହୋଇଛି ।  କୁହାଯାଉଛି କି  ବୁଧବାର ସନ୍ଧ୍ୟାରେ  ଏକ ଟିଭି ଶୋ’ ବେଳେ  ତାଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା  । କିଛି ସମୟ ପରେ ତାଙ୍କର ପ୍ରାଣ ବାୟୁ ଚାଲିଯାଇଥିଲା । 

କଂଗ୍ରସର ସଚିବ (ସଞ୍ଚାର) ଡାଃ ବିନିତ ପୂନିଆ ତାଙ୍କର ମୃତ୍ୟୁର ଖବର ଦେଇଥିଲେ । ସୂଚନା ପାଇଁ ବିଜେପିର ପ୍ରବକ୍ତା ସମ୍ୱିତ୍‌ ପାତ୍ର ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ତ୍ୟାଗୀ ବୁଧବାର ସନ୍ଧ୍ୟା ପାଖାପାଖି ୩ଟା ୪୫ ହେବ ନିଜର ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍‌ କରିଥିଲେ ।  ନିଧନର  ସୂଚନା ଦେଇ ଡାଃ ପୂନିଆ ଟ୍ୱିଟ୍‌ କରିଥିଲେ , ଭାରତୀୟ ରାଷ୍ଟ୍ରୀୟ  କଂଗ୍ରେସର ପ୍ରବକ୍ତା ଓ ବରିଷ୍ଠ  କଂଗ୍ରେସ  ନେତା ଶ୍ରୀ ରାଜୀବ୍‌ ତ୍ୟାଗୀ ଆଉ ନାହାଁନ୍ତି ।  ତାଙ୍କର ପରିବାର  ଲୋକ ଓ  ପ୍ରଶଂସକଙ୍କୁ ମୋର ହାର୍ଦ୍ଦିକ ସମ୍ୱେଦନା ।

ବିଜେପି ନେତା ସମ୍ୱିତ୍‌ ପାତ୍ର ଲେଖିଛନ୍ତି କି , ବିଶ୍ୱାସ ହେଉନାହିଁ  କଂଗ୍ରେସର ପ୍ରବକ୍ତା  ମୋର ମିତ୍ର ଶ୍ରୀ  ରାଜୀବ୍‌ ତ୍ୟାଗୀ  ଆମ ସାଥିରେ ଆଉ ନାହାଁନ୍ତି ।  ଆଜି ସନ୍ଧ୍ୟା ୫ଟାରେ ଆମେ ଦୁହେଁ ସାଥିରେ ଡିବେଟ୍‌ ମଧ୍ୟ କରିଥିଲୁ ।  ଜୀବନ ବହୁତ ଅନିଶ୍ଚିତ … ଏବେ ମଧ୍ୟ ଆଉ କିଛି ଶବ୍ଦ ପାଉନି ଲେଖିବାକୁ । ହେ ଗୋବିନ୍ଦ ରାଜୀବ୍‌ ଜୀଙ୍କୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ । 

ଉଲ୍ଲେଖନୀୟ ଯେ, ରାଜୀବ୍‌ ତ୍ୟାଗୀ ଟିଭି ଜଗତରେ ନିଜର ମତ ରଖିବାରେ ଖୁବ୍‌ ଚର୍ଚ୍ଚିତ ଥିଲେ ।

ସମ୍ବନ୍ଧିତ ଖବର