PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ମୋଦିଙ୍କ କଳା ବାକ୍ସକୁ ନେଇ ବିବାଦ, ୧୪ ସେକେଣ୍ଡର ଭିଡିଓ ଜାରିକଲା କଂଗ୍ରେସ

ନୂଆଦିଲ୍ଲୀ,୧୪ ।୪(ଏଜେନ୍ସି): କର୍ଣ୍ଣାଟକର ଚିତ୍ରଦୁର୍ଗକୁ ଗତ ୧୨ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସହ ଆଣିଥିବା ଏକ କଳା ବାକ୍ସକୁ ନେଇ ବିବାଦ ଆରମ୍ଭ ହୋଇଛି । ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ତାଙ୍କୁ ଆଜି ଘେରିଛି । ଏହାର ଏକ ୧୪ ସେକେଣ୍ଡର ଭିଡିଓ ମଧ୍ୟ କଂଗ୍ରେସ ଜାରି କରିଛି । ଏଥିସହ କଳାବାକ୍ସରେ କ’ଣ ଥିଲା ତାହାର ତଦନ୍ତ ଲାଗି ଦଳ ଦାବି କରିଛି । କଂଗ୍ରେସର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଘଟଣାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି ସେମାନେ ନିର୍ବାଚନ କମିଶନଙ୍କୁ ଭେଟି ଏହାର ବିଧିବଦ୍ଧ ତଦନ୍ତ ଲାଗି ଲିଖିତ ଭାବେ ଜଣାଇଛନ୍ତି । ସେ କହିଛନ୍ତି ଆମେ ଯେଉଁଠାକୁ ନିର୍ବାଚନ ପ୍ରଚାର କରିବାକୁ ଯାଉଛୁ ଆମକୁ ଯାଞ୍ଚ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଯାଞ୍ଚ କରାଯିବ ନାହିଁ । ସେହି ବାକ୍ସ ଭିତରେ କ’ଣ ଥିଲା ଓ ତାହା କେଉଁଠାକୁ ଯାଉଥିଲା ତାହାର ଯାଞ୍ଚ ହେବା ଦରକାର । ଦେଶବାସୀ ଏକଥା ଜାଣିବାର ଅଧିକାର ରହିଛି । କଂଗ୍ରେସ ପକ୍ଷରୁ ଜାରି ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ଆସିଥିବା ବାୟୁସେନା ହେଲିକପ୍ଟରରୁ କିଛି ଅଧିକାରୀ ଏକ ବଡ କଳା ବାକ୍ସ ବାହାର କରିଥିଲେ । ତା ପରେ ସେହି ବାକ୍ସକୁ ଧରି ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଦୁଇଜଣ ଅଧିକାରୀ କିଛି ଦୂରରେ ଅପେକ୍ଷା କରି ରହିଥିବା ଏକ ଘରୋଇ ଇନୋଭା ଗାଡିରେ ଲଦିଥିଲେ । ତା ପରେ ଉକ୍ତ ଗାଡିଟି ସେଠାରୁ ଦ୍ରୁତଗତିରେ ପଳାଇଯାଇଥିଲା । ସେହି ସମୟରେ ବାୟୁସେନା ଅଧିକାରୀ, ଏନ୍‌ଏସ୍‌ଜି କମାଣ୍ଡେ ଓ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତେ ଏହା ଦେଖୁଥିଲେ ।

ଶର୍ମା କହିଛନ୍ତି ଯେଉଁ ଗାଡିରେ କଳାବାକ୍ସ ଲଦାଯାଇଥିଲା ତାହା ପ୍ରଧାନମନ୍ତ୍ରୀଙ୍କ କନଭୟ ଭିତରେ ନଥିଲା । ତେଣୁ ସେ ଗାଡିଟି କାହାର? ଉକ୍ତ ବାକ୍ସ କେଉଁଆଡେ ଗଲା? ବାକ୍ସରେ କ’ଣ ଥିଲା? ଏସବୁର ଯାଞ୍ଚ କରାଯିବା ଦରକାର । ଯଦି ବାକ୍ସରେ ଟଙ୍କା ନଥିଲା ତେବେ ତଦନ୍ତ ହେଲେ କିଛି ଅସୁବିଧା ନାହିଁ । ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ ମନ୍ତବ୍ୟ ମଧ୍ୟ ଆସିବାରେ ଲାଗିଛି । କେହି କେହି ନିର୍ବାଚନ ପାଇଁ ଏଥିରେ କଳାଟଙ୍କା ଆସିଥିବା ଉଲ୍ଲେଖ କରିଛନ୍ତି । ଅପରପକ୍ଷରେ ସ୍ଥାନୀୟ ଏସ୍‌ପି ଡକ୍ଟର ଅରୁଣ କେ କହିଛନ୍ତି ଯେ ସେହି ବାକ୍ସରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସାମଗ୍ରୀ ରହିଥିବା ନେଇ ତାଙ୍କୁ ସୂଚନା ମିଳିଛି । ତା’ଛଡା ଯେଉଁ ଗାଡିରେ ବାକ୍ସ ରଖାଗଲା ତାହା ପ୍ରଧାନମନ୍ତ୍ରୀଙ୍କ କନଭୟରେ ସାମିଲ ଥିଲା ।

ସମ୍ବନ୍ଧିତ ଖବର