ତିରୁପତି ପାଣିଗ୍ରାହୀଙ୍କୁ ବହିଷ୍କାର କଲା କଂଗ୍ରେସ

ଭୁବନେଶ୍ବର ୮।୪: ତିରୁପତି ପାଣିଗ୍ରାହୀ କଂଗ୍ରେସ ବହିଷ୍କାର କରିଛି। ଏଆଇସିସି ଅନୁମୋଦନ କ୍ରମେ ତିରୁପତି ପାଣିଗ୍ରାହୀଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ବହିଷ୍କାର କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଛି।
କଂଗ୍ରେସ ଟିକଟ ନ ମିଳିବା ପରେ ତିରୁପତି ପାରଳାଖେମୁଣ୍ଡି ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ୁଛନ୍ତି। ଦଳ ସେଠାରେ କେ ସୂର୍ଯ୍ୟା ରାଓଙ୍କୁ ପ୍ରାର୍ଥୀ କଲାପରେ ମଧ୍ୟ ତିରୁପତି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନାହାନ୍ତି।