PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

କଂଗ୍ରେସ ଟିକେଟ ଫେରାଇଲେ ସୀତାକାନ୍ତ ମହାପାତ୍ର

ଯାଜପୁର ୮।୪: କଂଗ୍ରେସ ପକ୍ଷରୁ ବଡ଼ଚଣା ପାଇଁ ମିଳିଥିବା ଟିକେଟକୁ ସୀତାକାନ୍ତ ମହାପାତ୍ର ଫେରାଇ ଦେଇଛନ୍ତି। ଟିକେଟ ଫେରାଇବା ପରେ ନିଜର ପ୍ରତିକ୍ରିୟାରେ ସେ କହିଛନ୍ତି, ନିର୍ବାଚନ ପାଇଁ ଏବେ କମ ସମୟ ଅଛି ଏବଂ ଏହି ସମୟ ମଧ୍ୟରେ ଅନ୍ୟ ଦଳକୁ ମୁକାବିଲା କରିବା ସହଜ ନୁହେଁ। କଂଗ୍ରେସ ମୋତେ ଏପ୍ରିଲ ୭ରେ ଟିକେଟ ଦେଇଥିଲା। ଆଜି ଏହି ଟିକେଟକୁ ମୁଁ ଫେରାଇ ଦେଇଛି ବୋଲି ସେ କହିଛନ୍ତି। ନାମାଙ୍କନ ପାଇଁ ଏବେ ଆଉ ଗୋଟିଏ ଦିନ ବାକି ଅଛି, ଦଳ ଚାହିଁଲେ ଆଉ କାହାକୁ ଟିକେଟ ଦେଇ ପାରିବ।

ପୂର୍ବରୁ ପିପିଲି ଆସନ ପାଇଁ ଟିକେଟ ପାଇଥିବା ଯୁଧିଷ୍ଠର ସାମନ୍ତରାୟ ଟିକେଟ ଫେରାଇ ଦେଇଥିଲେ। ସେହିପରି ରାଉରକେଲା ପାଇଁ ଟିକେଟ ପାଇଥିବା ମୁକ୍ତିକାନ୍ତ ବିଶ୍ବାଳ ମଧ୍ୟ ଟିକେଟ ଫେରାଇ ଦେଇଥିଲେ। ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ମନା କରିଦେଇଥିଲେ।