ଦିଳ୍ଲୀରେ ଆପ୍ ସହ ମେଣ୍ଟ ନ ହେଲେ ନିର୍ବାଚନ ଲଢ଼ିବେ ନାହିଁ: ଅଜୟ ମାକେନ୍

ନୂଆଦିଲ୍ଲୀ ୩।୪: ଆମ୍ ଆଦମି ପାର୍ଟି ସହ ମେଣ୍ଟ ନ ହେଲେ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦିଲ୍ଲୀର ପୁର୍ବତନ କଂଗ୍ରେସ ମୁଖ୍ୟ ଅଜୟ ମାକେନ୍ କହିଛନ୍ତି।

ଯଦି ଦିଳ୍ଲୀରେ ଆପ୍ ସହ ମେଣ୍ଟ ନ କରାଯାଏ ତେବେ ସାତଟି ଲୋକସଭା ଆସନ ଲାଗି କଂଗ୍ରେସର ପ୍ରାର୍ଥୀମାନଙ୍କ ନାମ ଦେବାକୁ କେନ୍ଦ୍ରୀୟ ନେତୃତ୍ବ କହିବାରୁ ଅଜୟ ମାକେନ ଚିନ୍ତା ପ୍ରକଟ କରିଥିବା ଜଣାପଡ଼ିଛି।

ପୂର୍ବରୁ ଅଜୟ ମାକେନ ଘୋଷଣା କରିଥିଲେ ଯେ, ନୂଆଦିଲ୍ଲୀ ଆସନରୁ ସେ ପ୍ରାର୍ଥୀପତ୍ର ଦାଖଲ ନ କଲେ ମଧ୍ୟ ସେ ଦିଲ୍ଲୀରେ ଆପ୍ ସହ ମେଣ୍ଟକୁ ସମର୍ଥନ ଦେବେ। ମାକେନ୍ ଦୁଇ ଥର ଲୋକସଭାରେ ଦିଳ୍ଲୀର ପ୍ରତିନିଧିତ୍ବ କରିଛନ୍ତି।

ଲୋକସଭା ନିର୍ବାଚନରେ ସମ୍ଭାବ୍ୟ ମେଣ୍ଟ କରିବାକୁ କଂଗ୍ରେସ ଓ ଆପ୍ କାର୍ଯ୍ୟ ଚଲାଇଛନ୍ତି, କିନ୍ତୁ ଚୂଡାନ୍ତ ନି​ଷ୍ପତ୍ତି ଘୋଷଣା କରିନାହାନ୍ତି। କଂଗ୍ରେସ ନିଷ୍ପତ୍ତି ନେଇ ପାରୁ ନାହିଁ ବୋଲି ଆପ୍ ଦର୍ଶାଉଛି। ଅଜୟ ମାକେନ ମେଣ୍ଟକୁ ସମର୍ଥନ କରୁଥିବା ବେଳେ ଶିଲା ଦୀକ୍ଷିତ ଅନ୍ୟ କଥା​‌ କହୁଛନ୍ତି।  

ଆସନ ବୁଜାମୁଣା ହିଁ କଂଗ୍ରେସ-ଆପ୍ ମେଣ୍ଟର ନ ହେବାର କାରଣ। କଂଗ୍ରେସ ଦିଲ୍ଲୀରେ ୩ଟି ଆସନ ଚାହୁଁଥିବା ବେଳେ ଆପକୁ ହରିୟାଣାରେ ଗୋଟିଏ ଆସନ ଏବଂ ପଞ୍ଜାବରେ ଆଦୈା ଆସନ ଦେବାକୁ ଚାହୁଁ ନାହିଁ।

   ସମ୍ବନ୍ଧିତ ଖବର


ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା

ଟାଟା ମ୍ୟାଜିକରେ ହଠାତ୍ ଲାଗିଗଲା ନିଆଁ, ଜୀଅନ୍ତା ଜଳି ଦୁଇ ଜଣଙ୍କର ମୃତ୍ୟୁ

ଚାକିରି ଯିବା ପରେ ରାସ୍ତା କଡରେ ବିରିୟାନୀ ବିକ୍ରି କରୁଛନ୍ତି ସାତ ତାରକା ହୋଟେଲର ସେଫ୍

ଲିଫ୍ଟରେ ଚାଲିଗଲା ୫ବର୍ଷିୟ ଶିଶୁର ଜୀବନ – ସିସିଟିଭିରେ କଏଦ୍‌ ଏହି ହୃଦୟ ବିଦାରକ ଘଟଣା