ଲକ୍‌ଡାଉନରେ ଘରୁ ବାହାରୁ ଥିବା ଲୋକଙ୍କୁ ହାତ ଯୋଡ଼ି ସଚେତନ କଲେ କନେଷ୍ଟବଳ

ଛତ୍ରପୁର ୨୭/୩ : ଛତ୍ରପୁର ଓ ଗଞ୍ଜାମ ସହରରେ କରୋନା ପାଇଁ ଆଜି ପ୍ରଶାସନ ଓ ପୁଲିସ କଡାକଡ଼ି ବ୍ୟବସ୍ଥା ନେଇଛି। କଡ଼ା ପଦକ୍ଷେପ ସ୍ୱରୂପ କେତେକ ସ୍ଥାନରେ ପୁଲିସ ଲୋକଙ୍କୁ ଘଉଡ଼ାଉଛି । କିନ୍ତୁ ହାତଯୋଡ଼ି ଘରକୁ ଫେରିଯିବାକୁ ପୁଲିସ ନିବେଦନ କରିବା ମଧ୍ୟ ଦେଖିବାକୁ ମିଳିଛି । ଆଜି ଛତ୍ରପୁର ଥାନା ପୁଲିସ ପକ୍ଷରୁ ଦୁଇ ଚକିଆ ଯାନବାହାନ ଯାଞ୍ଚ କରିଥିଲା । ଛତ୍ରପୁର ପୁଲିସ ଥାନାର କନେଷ୍ଟବଳ ଯାନବାହାନ ଯାଞ୍ଚ କରିଥିଲେ । ପୁଲିସ କନେଷ୍ଟବଲ ଏଥିପାଇଁ ହାତରେ ଲାଠି ଧରିନଥିଲେ । କନଷ୍ଟେବଳ ଗାଡ଼ି ଚାଳକଙ୍କୁ ହାତ ଯୋଡ଼ି ନମସ୍କାର କରୁଥିଲେ । ବହୁ ଦୁଇ ଚକିଆ ଯାନ ରାସ୍ତା ଉପରକୁ ଆସୁଥିବାରୁ ପୁଲିସ ସେଗୁଡିକୁ ଥାନାରେ ଅଟକ ରଖାଯାଇଛି ।

ଛତ୍ରପୁର ଓ ଗଞ୍ଜାମ ସହର ଖାଁ ଖାଁ ଲାଗୁଛି । ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଗଞ୍ଜାମ ସହରରେ ଲକ୍‌ଡାଉନ୍‌ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ପରିବା ଓ ତେଜରାତି ଦୋକାନ ସମୁଖରେ ଏକ ମିଟର ଦୂରତା କରି ଗ୍ରାହକ ରହିବାକୁ ସଚେତନ କରିଥିଲେ । ଦୈନନ୍ଦନ କାମ କରିବାକୁ ଯାଉଥିବା ଶ୍ରମିକଙ୍କ ସମସ୍ୟା ବଢୁଛି । ସେହିପରି ଗଞ୍ଜାମ ଏନଏସି ପକ୍ଷରୁ ଭାରତୀ ବିଦ୍ୟାପୀଠ, ଜୟଶ୍ରୀ କେମିକାଲ୍ସ ଇଂଲିଶ ମିଡିୟମ ସ୍କୁଲ ଏବଂ ଗ୍ରାସୀମ କେମିକାଲ୍ସର କୃଷି ତାଲିମ କେନ୍ଦ୍ରରେ ୨୫୦ ଲେଖାଏଁ ବ୍ୟକ୍ତି କରୋନା ଭାଇରସ୍‌ ସନ୍ଦିଗ୍ଧ ରହିବା ବ୍ୟବସ୍ଥା କରାଯାଇଛି ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌