ଲକ୍‌ଡାଉନ୍ କଟକଣା ସମୟରେ ପରିବା ଟ୍ରଲିର ହାୱା ଖୋଲି ସସ୍‌ପେଣ୍ଡ ହେଲେ କନ୍‌ଷ୍ଟେବଳ

ନୂଆଦିଲ୍ଲୀ ୨୭/୩: ଲକ୍‌ଡାଉନ ସମୟରେ ଗ୍ରୋସୋରୀ, ପନି ପରିବା ଓ ଫଳମୂଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଗଣନା କରାଯିବା ସହିତ ତାହା ବିକ୍ରି କରାଯିବା ଉପରେ କୌଣସି କଟକଣା ଲଗାଯାଇନାହିଁ । ହେଲେ ଏସବୁ ସାମଗ୍ରୀ ବିକ୍ରି କରୁଥିବା ଲୋକଙ୍କୁ ଦିଲ୍ଲୀ ପୁଲିସ କିଭଳି ହଇରାଣ କରୁଛି ତାହାର ଏକ ଭିଡିଓ ସାମ୍‌ନାକୁ ଆସିଛି । ଏକଥା ଜଣାପଡିବା ପରେ ଦିଲ୍ଲୀ ପୁଲିସର ଜଣେ କନ୍‌ଷ୍ଟେବଳଙ୍କୁ ସସ୍‌ପେଣ୍ଡ କରାଯାଇଛି । ଏହି କନଷ୍ଟେବଳ ଜଣକ ହେଲେ ରାଜବର ଓ ସେ ଆନନ୍ଦ ପରବତ ଥାନାରେ କାର୍ଯ୍ୟରତ ଅଛନ୍ତି । ଗତ ବୁଧବାର ସେ ଥାନା ନିକଟରେ ଡ୍ୟୁଟି କରୁଥିଲା ବେଳେ ଏହି ସମୟରେ ୩ଟି ପରିବା ବୋଝେଇ ଟ୍ରଲି ସେହି ବାଟ ଦେଇ ଯାଉଥିଲା ।

କନଷ୍ଟେବଳ ଜଣକ ତାକୁ ଅଟକାଇ ଲକ୍‌ଡାଉନ ବେଳେ କାହିଁକି ରାସ୍ତାରେ ଯାଉଛ ବୋଲି କହି ଗୋଟିଏ ପରେ ଗୋଟିଏ ଟ୍ରଲିର ଚକାରୁ ହାୱା ବାହାର କରିଦେଇଥିଲା । ସେଠାରେ ଉପସ୍ଥିତ ଥିବା କେହି ଜଣେ ବ୍ୟକ୍ତି ଏହାର ଭିଡିଓ ସୁଟିଂ କରି ତାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଫଳରେ ଏକଥା ସାମ୍‌ନାକୁ ଆସିବା ପରେ ସମ୍ପୃକ୍ତ କନ୍‌ଷ୍ଟେବଳଙ୍କୁ ସସ୍‌ପେଣ୍ଡ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କ୍ଷେତ୍ରରେ ଯଦି କେହି ପୁଲିସ ସମସ୍ୟା ସୃଷ୍ଟି କରେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ଏସ୍‌.ଏନ୍‌. ଶ୍ରୀବାସ୍ତବ କହିଛନ୍ତି ।

   ସମ୍ବନ୍ଧିତ ଖବର


ଏବେ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍

ରାଜ୍ୟ ଷଷ୍ଠ କରୋନା ପଜିଟିଭ କଟକରୁ ଚିହ୍ନଟ୍

ଆମେରିକାରେ କରୋନା ନେବ ଲକ୍ଷାଧିକ ପ୍ରାଣ, ଏବେ ଠାରୁ ୧ ଲକ୍ଷ ବଡିବ୍ୟାଗ୍‌ କିଣିବାକୁ ଅର୍ଡର ଦେଲା ଟ୍ରମ୍ପ ପ୍ରଶାସନ

ପୂର୍ବତଟ ରେଳପଥର ୧୫ ଟ୍ରେନ୍‌ ହେବ କ୍ୱାରାନଣ୍ଟାଇନ୍‌ ସେଣ୍ଟର୍‌, ୮ ଷ୍ଟେସନ୍‌ରେ ରହିବ ୨୬୧ କୋଚ୍