PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ମହିଳାଙ୍କୁ ବ୍ଲାକ୍‌ମେଲିଂ, କନଷ୍ଟେବଳ ଗିରଫ

source:www.thetimes.co.uk

ଭୁବନେଶ୍ୱର,୧୮ା୩(ବ୍ୟୁରୋ): କମିଶନରେଟ୍‌ ପୁଲିସରେ କନଷ୍ଟେବଳ ଭାବେ କାର୍ଯ୍ୟରତ । ଇନ୍‌ସୁରାନ୍ସ କରାଇବା ବାହାନାରେ ଜଣେ ମହିଳା ବୀମା ଏଜେଣ୍ଟଙ୍କ ନିକଟତର ହୋଇଥିଲେ । ସଂପୃକ୍ତ ମହିଳାଙ୍କ କିଛି ଆପତ୍ତିଜନକ ଫଟୋ ଉଠାଇ ତାଙ୍କ ସ୍ୱାମୀଙ୍କୁ ଦେଖାଇ ଦେବେ ବୋଲି ବ୍ଲାକ୍‌ମେଲିଂ କରୁଥିଲେ । ତେବେ ସଂପୃକ୍ତ ପୁଲିସ କନଷ୍ଟେବଳଙ୍କ କାରନାମା ଜଣାପଡିବା ପରେ ସହିଦନଗର ଥାନା ପୁଲିସ ତାଙ୍କୁ ଗିରଫ କରିଛି । ସେ ହେଲେ ବଲାଙ୍ଗୀର ଅଞ୍ଚଳର ରାଜକେିଶାର ଭୋଇ(୨୯) । ସେ ଓଏସ୍‌ଏପରି କନଷ୍ଟେବଳ ଭାବେ କ୍ୟାପିଟାଲ ଥାନାରେ ନିଯୁକ୍ତ ଥିଲେ । ଗଞ୍ଜାମ ବୁଗୁଡ଼ା ଅଞ୍ଚଳର ଜଣେ ମହିଳା ବୀମା ଏଜେଣ୍ଟ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ପୁଲିସ ସୂଚନା ମୁତାବକ, ରାଜକିଶୋର ପୂର୍ବରୁ କୋରାପୁଟରେ କାର୍ଯ୍ୟରତ ଥିଲେ । ୬ ମାସ ତଳେ ସେ ଭୁବନେଶ୍ୱର ଆସିଥିଲେ । ଏହି ସମୟରେ ସହିଦନଗର ଅଞ୍ଚଳରେ ରହୁଥିବା ସଂପୃକ୍ତ ମହିଳା ଏଜେଣ୍ଟଙ୍କ ସହ ରାଜକିଶୋରଙ୍କ ଭେଟ ହୋଇଥିଲା । ମହିଳା ଜଣଙ୍କ ଏକ ଇନ୍‌ସୁରାନ୍ସ କମ୍ପାନୀର ଏଜେଣ୍ଟ ଥିବାରୁ ତାଙ୍କ ପାଖରେ ବୀମା ପଲିସି କରିବାକୁ ରାଜକିଶୋରଙ୍କୁ ଅନୁରୋଧ କରିଥିଲେ । ତେବେ ଏହାର ଫାଇଦା ଉଠାଇଥିଲେ ରାଜକଶୋର । ସେ ଆଜିକାଲି କହି ସମୟ ଗଡ଼ାଇ ଚାଲିଥିଲେ । ଏହି ବାହାନାରେ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ତାଙ୍କ ସହ ମିଶି କିଛି ଫଟୋ ଉଠାଇଥିଲେ ।

ମହିଳା ବିବାହିତ ବୋଲି ଜାଣି ମଧ୍ୟ ରାଜକିଶୋର ତାଙ୍କୁ ପ୍ରେମ ନିବେଦନ କରିଥିଲେ । ଏଥିରେ ବିଫଳ ହେବାରୁ ରାଗି ଯାଇଥିଲେ ରାଜକିଶୋର । ଫଟୋଗୁଡିକୁ ତାଙ୍କ ସ୍ୱାମୀଙ୍କ ନିକଟକୁ ପଠାଇ ଦେବାକୁ କହି ବ୍ଲାକ୍‌ମେଲିଂ କରିଥିଲେ । ଏକଥା ସଂପୃକ୍ତ ମହିଳା ତାଙ୍କ ସ୍ୱାମୀଙ୍କୁ ଜଣାଇବା ପରେ ମଧ୍ୟ ରାଜକିଶୋର ମାନି ନଥିଲେ । ଶେଷରେ ବାଧ୍ୟ ହୋଇ ମହିଳା ଜଣଙ୍କ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ପୁଲିସ୍‌ ରାଜକିଶୋରଙ୍କ ବିରୋଧରେ ୩୮୫, ୫୦୬,୩୫୪ ଆଇପିସି ଦଫା ଲଗାଇ ତାଙ୍କୁ କୋର୍ଟଚାଲାଣ କରିଛି ।

ସମ୍ବନ୍ଧିତ ଖବର