ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ହଜାରେ ବର୍ଷ ତଳ ଐତିହ୍ୟର ପୁନରୁଦ୍ଧାର ପାଇଁ ଉଦ୍ୟମ; ଯାଜପୁର ପ୍ରବେଶ ପଥରେ ଯଯାତି ପ୍ରକଳ୍ପ ନିର୍ମାଣ ଆରମ୍ଭ

ଯାଜପୁର,୨୫/୫ : ଦଶମ ଶତାବ୍ଦୀ ବେଳକୁ ଯାଜପୁର ଉତ୍କଳର ରାଜଧାନୀ ଥିଲା । ଭୌମକର ଓ ସୋମବଂଶୀ ନରପତି ଯାଜପୁରକୁ ଶାସନ କେନ୍ଦ୍ରକରି ୪ ଶହ ବର୍ଷରୁ ଅଧିକ କାଳ ରାଜୁତି କରିଥିଲେ । ଭୌମ, ସୋମ, ଗଙ୍ଗ ବଂଶର ଐତିହ୍ୟମାଳା ଯାଜପୁର ଜିଲ୍ଲାରେ ସର୍ବତ୍ର ଦୃଶ୍ୟମାନ ହୁଏ । ହଜାରେ ବର୍ଷ ତଳର ଐତିହ୍ୟର ପୁନରୁଦ୍ଧାର ପାଇଁ ଇତିମଧ୍ୟରେ ଉଦ୍ୟମ ଆରମ୍ଭ ହୋଇଛି । ଯାଜପୁରର ହଜିଲା ଐତିହ୍ୟର ଅବିକଳ ପୁନନିର୍ମାଣ ପାଇଁ ପୂର୍ତ୍ତ, ନଗର ବିକାଶ,  ସଂସ୍କୃତି, ପର୍ଯ୍ୟଟନ ବିଭାଗ ମିଳିତ ଭାବେ ସ୍ୱତନ୍ତ୍ର ଐତିହ୍ୟ ପ୍ରକଳ୍ପ ହାତକୁ ନେଇଛନ୍ତି ।

୧୫ କୋଟି ଟଙ୍କାର ପ୍ରାଥମିକ ଆକଳନରେ ଯାଜପୁର ସହରର ପ୍ରବେଶ ପଥରେ ଯଯାତି ପ୍ରକଳ୍ପ ହାତକୁ ନିଆଯାଇଛି । ଯାଜପୁରର ଯଶସ୍ୱୀ ରାଜା ଯଯାତି କେଶରୀଙ୍କ ରାଜନୈତିକ ଇତିବୃତ୍ତ ଓ ଦିଗ୍‌ବିଜୟର କିମ୍ବଦନ୍ତୀଙ୍କୁ ଆଧାର କରି ଯାଜପୁର ସହରର ପ୍ରବେଶ ପଥରେ ଯଯାତି ପ୍ରକଳ୍ପ ନିର୍ମାଣ  ଆରମ୍ଭ ହୋଇଛି । ଏଥିପାଇଁ ୪ ମାସ ତଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ୨ କୋଟି ଟଙ୍କାର ଅନୁଦାନ ଯଯାତି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ମଂଜୁର କରିଛନ୍ତି । ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜା ଯଯାତି କେଶରୀଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଯାଜପୁର ସହରର ଦକ୍ଷିଣ-ପଶ୍ଚିମ ପ୍ରବେଶ ପଥ ଅବଦଲପୁର (ଗୋଖନା) ସ୍ଥିତ ସଢ଼େଇ ପୋଖରୀଠାରେ ଯଯାତି ଐତିହ୍ୟ ପ୍ରକଳ୍ପ ନିର୍ମାଣ କରାଯିବ । ପୁଷ୍କରିଣୀ ପରିବେଷ୍ଟିତ ଯଯାତି ପ୍ରକଳ୍ପ ପାଇଁ ଜିଲ୍ଲା ପ୍ରଶାସନ ୫ ଏକର ଜମି ଚିହ୍ନଟ କରି ସାରିଛି । ଯଯାତି ପ୍ରକଳ୍ପକୁ ଅବଲୋକନ ପରେ ଯାଜପୁର ଯେ ଏକଦା ଉତ୍କଳର ରାଜଧାନୀ ଥିଲା ସେ ସମ୍ପର୍କରେ ପର୍ଯ୍ୟଟକ ଆପାତତଃ ଅବଗତ ହୋଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.