ଗ୍ରାମୀଣ ପକ୍କା ଘର ନିର୍ମାଣରେ ଅଗ୍ରଣୀ ଓଡ଼ିଶା : ଚଳିତ ବର୍ଷ ଦୁଇ ଗୁଣା ଅଧିକା ପକ୍କା ଘର ତିଆରି ଲକ୍ଷ୍ୟ

ଭୁବନେଶ୍ୱର,୨୬।୮: ଗ୍ରାମୀଣ ପକ୍କା ଘର ନିର୍ମାଣରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ରାଜ୍ୟ ପଞ୍ଚାୟତିରାଜ ବିଭାଗ ପୁଣି ଥରେ ନିଜର ଦକ୍ଷତା ପ୍ରମାଣିତ କରିଛି । କରୋନା ସଙ୍କଟ ସତ୍ତେ୍ୱ ଚଳିତ ଆର୍ଥିକ ବର୍ଷରେ ଏଯାବତ୍‌ ମୋଟ ୧ ଲକ୍ଷ ୧୪ ହଜାର ୬୪୪ ପକ୍କା ଗୃହ ନିର୍ମାଣ କରିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର । ଗତ ଆର୍ଥିକ ବର୍ଷରେ ଏହି ସମୟ ଭିତରେ ଯେତିକି ଗ୍ରାମୀଣ ପକ୍କା ଘର ନିର୍ମାଣ ହୋଇଥିଲା, ତା’ଠାରୁ ୨ଗୁଣା ଅଧିକ ଘର ନିର୍ମାଣ ହୋଇଛି ଚଳିତବର୍ଷ । ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୨୦୧୪-୧୫ରୁ ଏଯାବତ୍‌ ରାଜ୍ୟରେ ୨୬ ଲକ୍ଷ ୮୪ ହଜାର ୮୧୮ ପକ୍କା ଘର ନିର୍ମାଣ ସରିଛି । ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଯୋଜନାରେ ଆର୍ଥିକ ବର୍ଷ ୨୦୧୬-୧୭ରୁ ମୋଟ ୧୮ ହଜାର ୮୩୭ କୋଟି ଟଙ୍କାର ଅନୁଦାନ ମିଳିଛି । କେନ୍ଦ୍ର ୧୧ ହଜାର ୪୬୩ କୋଟି ଓ ରାଜ୍ୟ ସରକାର ୭୩୭୪ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ଏହି ଯୋଜନାରେ ରାଜ୍ୟ ସରକାର ୧୭ ହଜାର ୩୧୫ କୋଟି ଟଙ୍କା ଖର୍ଚ୍ଚ କରିବାରେ ସକ୍ଷମ ହୋଇପାରିଛନ୍ତି । ଶୀଘ୍ର ଗୃହ ନିର୍ମାଣ ଶେଷ କରିବା ପାଇଁ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନାରୁ ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି । ୪ ମାସରେ ଗୃହ ନିର୍ମାଣ କରିଥିବା ବ୍ୟକ୍ତିଙ୍କୁ ୨୦ ହଜାର ଟଙ୍କା ଓ ୬ ମାସରେ ଘର ନିର୍ମାଣ ସାରିଥିବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଛି । ଏଯାବତ୍‌ ୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ ୮୨୮ କୋଟିର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ୫୬ ହଜାର ୮୯୧ ଚିହ୍ନଟ ଭୂମିହୀନ ପରିବାର ମଧ୍ୟରୁ ୮୦୬୭ ପରିବାରକୁ ଜାଗା ଓ ଗୃହ ମଞ୍ଜୁର କରାଯାଇଛି । ଅବଶିଷ୍ଟ ହିତାଧିକାରୀଙ୍କୁ ଉପଯୁକ୍ତ ଜାଗା ଯୋଗାଇ ଦେବା ପାଇଁ ପଦକ୍ଷେପ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ଜଣାଇଛନ୍ତି ।

   ସମ୍ବନ୍ଧିତ ଖବର


ପୁଣି ୧୭ ଜୀବନ ନେଲା କରୋନା, ମୃତକଙ୍କ ସଂଖ୍ୟା ୧୭ଶହ ଟପିଲା

୨୪ଘଣ୍ଟା ଆଉ ୬୪୪ କରୋନା ପଜିଟିଭ ଚିହ୍ନଟ୍: ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୬ ହଜାର ୬୪୫କୁ ବୃଦ୍ଧି

ଆଜି ମହାପ୍ରଭୁଙ୍କ ବାମନ ବେଶ

ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା: ଓଡ଼ିଶାକୁ ଥରାଇଲା କୋହଲା ପାଗ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ