ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ, ଜଣେ ଅଟକ

ଯାଜପୁର, ୧୨/୧ : ବେଆଇନ ଗୋରୁ ଗାଡି ଚାଲାଣ ବେଳେ ଧରିଲା ପୁଲିସ । ଯାଜପୁର ସଦର ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚଢ଼ଉ କରି ଗୋଟିଏ ଗୋରୁ ବୋଝେଇ କଣ୍ଟେନର ଜବତ କରିଛି ।
ଭୁଇଁପୁର ନିକଟରେ ପୁଲିସ ଏହି ଚଢ଼ଉ କରିଥିଲା । ତେବେ ଚାଲାଣ ହେଉଥିବା ୫୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର କରାଯାଇଛି । ଏହି କଣ୍ଟେନର କଲିକତା ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅଚାନକ ଚଢ଼ଉ କରାଯାଇଥିଲା । ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।