ଷ୍ଟେଜ୍ ଉପରେ ନେହା କକ୍କଡଙ୍କୁ ଅଚାନକ କିସ୍ କରିଦେଲେ ପ୍ରତିଯୋଗୀ ! ଭିଡିଓ ଭାଇରାଲ

ମୁମ୍ବାଇ ୧୭/୧୦: ରିୟଲିଟି ଶୋ ମାନଙ୍କରେ କିଛି ନା କିଛି ଆଶ୍ଚର୍ଯ୍ଯଜନକ ଘଟଣା ଦେଖିବାକୁ ମିଳେ । କିନ୍ତୁ ଏଥର ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ଯ ହୋଇଯାଇଛନ୍ତି । କାରଣ ଏହି ଭିଡିଓରେ ଜଣେ କଣ୍ଟେଷ୍ଟଣ୍ଟ ଜଜଙ୍କ ସହିତ ଅଶ୍ଲୀଳ ବ୍ୟବହାର କରିଛି । ଏହି ଜଜ୍ ଆଉ କେହି ନୁହଁନ୍ତି ବରଂ ଫେମସ ସିଙ୍ଗର ନେହା କକ୍କଡ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନିକଟରେ ସିଙ୍ଗିଂ ଟ୍ୟାଲେଣ୍ଟ ଖୋଜୁଥିବା ରିୟିଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍’ର ଅଡିଶନ୍ ଆରମ୍ଭ ହେବା ପରେ ହିଁ ଚର୍ଚ୍ଚାକୁ ଆସିଛି । ନିଜର ସଙ୍ଗୀତର ପ୍ରତିଭା ଦେଖାଇବା ପାଇଁ ଦେଶର କୋଣ ଅନୁକୋଣରୁ ପ୍ରତିଯୋଗୀ ଆସୁଛନ୍ତି । ଏଥର ଶୋର ଜଜ୍ ବିଶାଳ, ନେହା କକ୍କଡ ଓ ଅନୁ ମଲ୍ଲିକ୍ ଅଛନ୍ତି । କିନ୍ତୁ ଏଠାରେ ଜଣେ ପ୍ରତିଯୋଗୀ ନେହା କକ୍କଡଙ୍କ ସହିତ ଏମିତି ବ୍ୟବହାର କରିଛି ଯାହା ପରେ ସମସ୍ତେ ଆଶ୍ଚର୍ଯ୍ଯ ହୋଇଯାଇଛନ୍ତି ।

କହିରଖୁଛୁ ଏହି ଭିଡିଓକୁ ସୋନି ଟିଭିର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓରେ ଦେଖା ଯାଉଛି ଯେ ଜଣେ ପ୍ରତିଯୋଗୀ ଗିଫ୍ଟ୍ସ ନେଇ ଅଡିଶନରେ ପହଞ୍ଚୁଛନ୍ତି । ଏହି ଗିଫ୍ଟ୍ସ ସେ ନେହାକୁ ଦେବାକୁ ଚାହୁଁଛନ୍ତି । ଗିଫ୍ଟ୍ସ ନେବା ପରେ ସେ ନେହାକୁ ଆଲିଙ୍ଗନ କରି ତାଙ୍କ ଗାଲରେ କିସ୍ କରିଦେଉଛନ୍ତି ।

ପ୍ରତିଯୋଗୀଙ୍କ ଏଭଳି ବ୍ୟବହାର ପରେ ଅନୁ ମଲ୍ଲିକ୍ ଟିକେ ଖପ୍ପା ନଜର ଆସୁଛନ୍ତି । ଏବଂ ନେହା ସାମାନ୍ୟ ଅପ୍ରସ୍ତୁତ ଅନୁଭବ କରି ସେଠାରୁ ଦୂରକୁ ପଳାଉଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି ।

   ସମ୍ବନ୍ଧିତ ଖବର


ଆଇସବାଥ୍ ପରେ ୧ କପ୍ ୟୁରିନ୍ ପିଅନ୍ତି ଏହି ଆମେରିକାନ୍ ସିଙ୍ଗର, ଭାଇରାଲ ହେଉଛି ତାଙ୍କର ଏହି ଭିଡିଓ

‘ତାନାଜୀ’ରେ ଭିନ୍ନ ଅବତାରରେ ନଜର ଆସିଲେ ଅଜୟ ଓ ସୈଫ୍, ଦେଖନ୍ତୁ ଦମଦାର୍ ଟ୍ରେଲର

ରିଲିଜ ହେଲା ‘ଗୁଡ୍ ନ୍ୟୁଜ୍’ର ଟ୍ରେଲର, ହସି ହସି ଗଡିବେ ଦର୍ଶକ

ଲେକ୍‌ସିଟି ଫିଲ୍ମ ଫେଷ୍ଟିଭାଲ୍‌ରେ ସମ୍ବଲପୁରୀ କ୍ଷୁଦ୍ର ପ୍ରମାଣିକ ସିନେମା ‘ଖଡ଼ିଛୁଆଁ’