
ମୁମ୍ବାଇ ୧।୧୨ : ରିୟଲିଟି ସୋ ଇଣ୍ଡିଆନ୍ ଆଇଡଲର ଆଉ ଏକ ସିଜନ୍ ଟିଭିରେ ଆସି ସାରିଛି। ପ୍ରତ୍ୟେକ ଥର ପରି ଏହି ଶୋ’ରେ ଏକରୁ ଅଧିକ ପ୍ରତିଭାବାନ ବ୍ୟକ୍ତି ଅଂଶଗ୍ରହଣ କରୁଛନ୍ତି। ଇଣ୍ଡିଆନ୍ ଆଇଡଲର ଏବେ ଅଡିସନ୍ ରାଉଣ୍ଡ ଚାଲିଛି, ଯେଉଁଥିରେ ପ୍ରତିଯୋଗୀ ବିଚାରପତି ନେହା କକ୍କର, ବିଶାଲ ଦାଦଲାନି ଏବଂ ହିମେଶ ରେଶମିଆଙ୍କ ହୋସ୍ ଉଡ଼ାଇବାରେ ଲାଗିଛନ୍ତି। ପ୍ରତିଯୋଗୀମାନଙ୍କ ଗୀତ ଶୁଣି ବିଚାରପତିଙ୍କ ହୋସ୍ ଉଡ଼ି ଯାଇଛି। ଏବଂ ବର୍ତ୍ତମାନ ଇଣ୍ଡିଆନ୍ ଆଇଡଲ୍ ମଞ୍ଚକୁ ଏମିତି ଜରେ ପ୍ରତିଭା ଆସିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯିଏ ତାଙ୍କ ଗୀତ ଶୁଣିବ ସେ କହିବ ଆରେ ବାଃ…..।

ଇଣ୍ଡିଆ ଆଇଡଲର ମଞ୍ଚରେ ଜଣେ ପ୍ରତିଯୋଗୀ ଡବଲ୍ ଧମାକା ଆଣି ଆସିଛନ୍ତି । ଏହି ପ୍ରତିଯୋଗୀ ଜଣେ ପୁଅର ସ୍ୱରରେ ଗୀତ ଗାଇବା ସହିତ ଝିଅ ସ୍ୱରରେ ମଧ୍ୟ ଗୀତ ଗାଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଇଣ୍ଡିଆନ୍ ଆଇଡଲର ଜଜ୍ମାନେ ପ୍ରତିଯୋଗୀଙ୍କଠାରୁ ଗୀତ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମସ୍ତେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।
ସୋସିଆଲ ମିଡିଆରେ ମଧ୍ୟ ଏହି ପ୍ରତିଯୋଗୀ ବହୁତ ଭଲ ପାଇବା ସାଉଁଟିଛନ୍ତି। ଇଣ୍ଡିଆନ୍ ଆଇଡଲ୍ ର ପ୍ରଶଂସକମାନେ ପ୍ରତିଯୋଗୀଙ୍କ ପ୍ରତିଭାକୁ ପ୍ରଶଂସା କରୁଛନ୍ତି । ଇଣ୍ଡିଆନ୍ ଆଇଡଲ୍ ର ଅନେକ ପ୍ରମୋ ସୋସିଆଲ୍ ମିଡିଆରେ ମଧ୍ୟ ଭାଇରାଲ୍ ହେଉଛି ।