କେନ୍ଦୁଝର: ନାବାଳିକାକୁ ଅପହରଣ ପରେ ସପ୍ତାହ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ

ଯୋଡା ୨୯/୨: କେନ୍ଦୁଝର ଯୋଡା ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ-୪ର ଜଣେ ନାବାଳିକା (୧୭)ଙ୍କୁ ସପ୍ତାହକାଳ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରିନେବା ପରେ ଏକ ଗୋପନ ସ୍ଥାନରେ ଅଟକ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଅଭିଯୁକ୍ତମାନେ ନାବାଳିକାଙ୍କୁ ନିଶା ଔଷଧ ଦେଇ ଲଗାତର ଦୁଷ୍କର୍ମ କରିଥିଲେ। ପରେ ଶୁକ୍ରବାର ସନ୍ଧ୍ୟାରେ ଯୋଡା ବସ୍ ଷ୍ଟାଣ୍ଡରେ ସଙ୍ଗାହୀନ ଅବସ୍ଥାରେ ଫିଙ୍ଗି ପଳାଇଥିଲେ। କିଛି ଲୋକ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲେ। ଏବେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଟାଟା କମ୍ପାନୀ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ସଙ୍କଟାପର୍ଣ୍ଣ ଅବସ୍ଥାରେ ତାଙ୍କ ଚିକିତ୍ସା ଜାରି ରହିଛି । ନାବାଳିକା ପିତାଙ୍କ ଅଭିଯୋଗ  ଅନୁସାରେ ଯୋଡ଼ାରେ କାମ କରୁଥିବା କିଛି ଲୋକ ତାଙ୍କ ଝିଅକୁ  ଗତ ୨୧ ତାରିଖ ଦିନ ଘରୁ ଉଠାଇ ନେଇଥିଲେ । ୨୮ ତାରିଖ ସନ୍ଧ୍ୟାରେ ମୁମୁର୍ଷ ଅବସ୍ଥାରେ ତାଙ୍କୁ ଯୋଡା ବସ୍ ଷ୍ଟାଣ୍ଡର ଏକ ନିକାଞ୍ଚନ ସ୍ଥାନରେ ଫିଙ୍ଗି ଚାଲି ଯାଇଥିଲେ । ତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଏନେଇ ସେ ଯୋଡା ଥାନାରେ ଏତଲା ଦେଇଛନ୍ତି । ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି।

   ସମ୍ବନ୍ଧିତ ଖବର


ଆଇଏଫ୍‌ଏସ୍‌ ଅଫିସର ଅଭୟଙ୍କ ସମ୍ପତ୍ତି ଆକଳନ କରିବ ଏସ୍‌ଆଇଟି ଟିମ୍, ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ଶାଳୀକୁ ନେଇ ଫେରାର ହେଲା ଭିଣୋଇ, ଧରା ପଡିବା ପରେ ବିଷ ପିଇଲେ ଯୁବତୀ

ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …