ଛାତ୍ରୀର ଗୁହାରି କେହି ଶୁଣିଲେନି: ଉତ୍ତର ଦେଇ ନ ପାରିବାରୁ ଛାତ୍ରୀର ସାର୍ଟ ବଟମ୍ ଖୋଲିଦେଲେ ଶିକ୍ଷକ, ପ୍ରଧାନ ଶିକ୍ଷକଙ୍କ ବି ପାର୍ କରିଦେଲେ ସବୁ ସୀମା…

ଯମୁନାନଗର ୨୮।୮: ପୁଣି ଥରେ ପଦାରେ ପଡ଼ିଲା ଗୁରୁଙ୍କ କଳା କାରନାମା। ଗତକାଲି ପଞ୍ଜାବର ହୋସିଆରପୁର ଜିଲ୍ଲାର ତଳଓ୍ବାଡା ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କର ସେହି ସ୍କୁଲର ୨ ଜଣ ଶିକ୍ଷୟତ୍ରୀଙ୍କ ସହିତ ଆପତ୍ତିଜନକ ସେକ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଘଟଣା ସାମ୍ନାକୁ ଆସିଥିଲା। ହରିୟାଣାର ଯମୁନାନଗରେ ଆଜି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀ ଜଣକ ଅଭିଯୋଗ କରିଛି କି, ଶ୍ରେଣୀ ଗୃହରେ ଶିକ୍ଷକ ଜଣକ ତାସହିତ ଅସଦାଚରଣ କରିଥିଲେ। ପ୍ରଶ୍ନର ସଠିକ ଉତ୍ତର ଦେଇନପାରିବାରୁ ଶିକ୍ଷକ ଜଣକ ସମସ୍ତଙ୍କ ସାମ୍ନାରେ ପ୍ରଥମେ ଛାତ୍ରୀର ସାର୍ଟ ବଟମ୍ ଖୋଲି ଦେଇଥିଲେ। ଯେତେବେଳେ ସିଏ ଅଭିଯୋଗ କରିବା ପାଇଁ କାନ୍ଦି କାନ୍ଦି ପ୍ରଧାନ ଶିକ୍ଷକଙ୍କ ପାଖକୁ ଗଲା ସେ ଓଲଟା ତାକୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ଚାପୁଡ଼ା ମାରିଛନ୍ତି ବୋଲି ଛାତ୍ରୀ ଜଣକ ଅଭିଯୋଗ କରିଛି। ଜଗାଧରୀର ଭାରତୀୟ ବିଦ୍ୟା ମନ୍ଦିର ହାଇସ୍କୁଲରେ ଏହି ଘଟଣାଟି ଘଟିଛି ବୋଲି ସୂଚନା ମିଳିଛି।

ଛାତ୍ରୀ ଜଣକ ଶେଷରେ ପରିବାର ଲୋକଙ୍କୁ ଏସମ୍ପର୍କରେ ସବୁକିଛି ଜଣାଇଥିଲା। ପରିବାର ସଦସ୍ୟଙ୍କ ସହିତ ସ୍ଥାନୀୟ ଲାକେ ସ୍କୁଲରେ ଯାଇ ପହଞ୍ଚିଥିଲେ। ଛାତ୍ରୀଙ୍କ ମା’ଙ୍କ କହିବାନୁସାରେ, ଯେତେବେଳେ ସେମାନେ ବିଦ୍ୟାଳୟରେ ପହଞ୍ଚିଥିଲେ ପ୍ରଧାନଶିକ୍ଷକ ହରବିନ୍ଦ୍ର କୈାର ରୁମ କବାଟ ବନ୍ଦ କରିଦେଇଥିଲା। କବାଟକୁ ଧକ୍କା ଦେଇ ବାଡେଇବା ଫଳରେ କବାଟଟି ଭାଙ୍ଗିଯାଇ ପ୍ରଧାନଶିକ୍ଷକ ମୁଣ୍ଡରେ ଯାଇ ବାଜି ଥିଲା। ଫଳରେ ମୁଣ୍ଡରେ ଆଘାତ ଲାଗିଛି ବୋଲି ସେ କହିଛନ୍ତି।

ପ୍ରଧାନଶିକ୍ଷକଙ୍କ କହିବାନୁସାରେ, ଛାତ୍ରୀଙ୍କ ବାପାଙ୍କ ସମେତ ୨୦ରୁ ୨୫ଜଣ ସ୍କୁଲ ଆସିଥିଲେ। ମୋ ଉପରକୁ ଚଉକି ପକାଇ ମୁଣ୍ଡ ପଠାଇଦେଇଛନ୍ତି। ଛାତ୍ରୀର ଅଭିଯୋଗ କ୍ରମେ ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ ହୋଇଛି ବୋଲି ପୁଲିସ ସୂଚନା ଦେଇଛି।

   ସମ୍ବନ୍ଧିତ ଖବର


ଭୋଟର ଆଇଡି କାର୍ଡ ସହ ଲିଙ୍କ୍‌ ହେବ ଆଧାର!

୨୦୦୦ ଟଙ୍କିଆ ନୋଟ୍‌ର ଛପା ବନ୍ଦ ନେଇ ନିଷ୍ପତ୍ତି ହୋଇନାହିଁ

ଏଲ୍ଏସିକୁ ଆଉ ୩ହଜାର ସୈନିକ ପଠାଇଛି ଭାରତ

ବଜାରରେ ରୁଷର କରୋନା ଔଷଧ ‘କରୋନାଭିର’

ଘରେ ବସି ବସି ବୋର୍‌ ହେଲେ ବିମାନରେ ଟିକେ ବୁଲିଆସନ୍ତୁ, କରୋନା ସମୟରେ ଏମିତି ବି ସୁବିଧା ମିଳୁଛି

ଥଣ୍ଡା ସହ୍ୟ କରିପାରୁନାହାନ୍ତି ଚୀନ୍‌ ସୈନିକ