PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଆତଙ୍କରାଜ, ବାପାର ଅପରାଧ ସାମ୍ରାଜ୍ୟ ସମ୍ଭାଳିଲା ପୁଅ, ନାବାଳକଙ୍କ ଛୁରୀ ମାଡ଼ରେ ଯୁବକ ଗୁରୁତର
  • ||
  • ଭୁବନେଶ୍ଵର : ଅଗଷ୍ଟ ୯ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ହଷ୍ଟେଲ ଖୋଲିବାକୁ ଅନୁମତି
  • ||
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଗତକାଲି ବିଳମ୍ବିତ ରାତିରେ ଛୁରାମାଡ, ଜଣେ ଗୁରୁତର, ପୁଲିସ କବ୍ଜାରେ ଅଭିଯୁକ୍ତ ନାବାଳକ
  • ||
  • ଛତ୍ରପୁର : ଆର୍ଜିପଲ୍ଲୀ ଗ୍ରାମରେ ସୈତାନ ସାଜିଲା ସ୍ୱାମୀ, କିରୋସିନ ଢାଳି ସ୍ତ୍ରୀକୁ ନିଆଁ ଲଗାଇଦେଲା ସ୍ୱାମୀ
  • ||
  • ବରଗଡ଼ : ଭିଜିଲାନ୍ସ ଜାଲରେ ବରଗଡ ପଦ୍ମପୁର ସ୍ଥିତ ସହକାରୀ ଚକ୍ଷୁ ଚିକିତ୍ସକ, ଏକକାଳୀନ ଦୁଇଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ବଲାଙ୍ଗୀର : ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5Tସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • Tokyo Olympics: ଜାଭେଲିନ୍‌ରେ ନୀରଜଙ୍କ ଦମଦାର ପ୍ରଦର୍ଶନ, ୮୬.୬୫ ମି. ଥ୍ରୋ କରି ଫାଇନାଲରେ କଲେ ଏଣ୍ଟ୍ରି
  • ||
  • ଅନୁଗୁଳ : ବ୍ରାହ୍ମଣୀ ନଦୀରେ ବଢୁଛି ଜଳସ୍ତର, ରେଙ୍ଗାଳି ଡ୍ୟାମରୁ ଛଡାଯିବ ପ୍ରଥମ ବନ୍ୟାଜଳ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୩୧୫ ଜଣ କୋଭିଡ ପଜିଟିଭ୍
  • ||
  • ଭୁବନେଶ୍ଵର : ‘ପିଏମ୍‌ ଆବାସ’ରେ ପୁଳାପୁଳା ଦୁର୍ନୀତି, ସଂସଦରେ ମନ୍ତ୍ରୀଙ୍କ ଉତ୍ତର-ଓଡ଼ିଶାରେ ୮୫% ଅଯୋଗ୍ୟ ହିତାଧିକାରୀ
  • ||
  • ରାମପୁର : କଳାହାଣ୍ଡି ଜିଲ୍ଳା ଅନ୍ତର୍ଗମ ମ.ରାମପୁର ଥାନା ପାଜିବାହାଲି ଛକ ନିକଟରୁ ନିଖୋଜ ୨ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା : କୋଭିଡ୍ କଟକଣା ମଧ୍ୟରେ ଖୋଲିଲା ତୁଳସୀକ୍ଷେତ୍ର, ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିରେ ବେଆଇନ୍ ଗୁଟଖା ୟୁନିଟ୍ ଉପରେ ଚଢାଉ, ୨ ଗିରଫ
  • ||

ବିରାଟଙ୍କ ପିତୃତ୍ବ ଅବକାଶକୁ ନେଇ ବିବାଦ, ଏମିତି କହିଲେ କପିଳ ଦେବ

News 18 Hindi

ନୂଆଦିଲ୍ଲୀ,୨୨/ ୧୧: ଆଉ ୪ଦିନ ପରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବ ଦ୍ବିପାକ୍ଷିକ ସିରିଜ। ଏହି ସିରିଜ ପୂର୍ବରୁ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା। କାରଣ ଟେଷ୍ଟ ସିରିଜର କେବଳ ଗୋଟାଏ ମ୍ୟାଚ୍‌ ଖେଳି ପିତୃତ୍ବ ଅବକାଶରେ ଯିବେ ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ବିରାଟ କୋହଲି। ଯାହାଫଳରେ ଏବେ ପିତୃତ୍ବ ଅବକାଶକୁ ନେଇ ଚର୍ଚ୍ଚା ଲାଗି ରହିଛି।

ସୂଚନାଥାଉକି, ପିତୃତ୍ବ ଅବକାଶ ଟିମ୍‌ ଇଣ୍ଡିଆ ପାଇଁ କିଛି ନୂଆ ନୁହେଁ। ପୂର୍ବରୁ ବହୁ ଖେଳାଳି ପିତୃତ୍ବ ଅବକାଶ ଆବେଦନ କରିଥିଲେ ହେଲେ ବିସିସିଆଇ ପକ୍ଷରୁ ଅନୁମତି ଦିଆଯାଇ ନଥିଲା। ସୁନୀଲ ଗାଭାସ୍କର ୧୯୭୬ ମସିହାରେ ବାପା ହୋଇଥିଲେ। ସେହି ସମୟରେ ସେ ପିତୃତ୍ବ ଅବକାଶ ପାଇଁ ବିସିସିଆକୁ କହିଥିଲେ। ହେଲେ ତାଙ୍କୁ ଅନୁମତି ମିଳିନଥିଲା ବରଂ ନ୍ୟୁଜିଲାଣ୍ଡ ବିପକ୍ଷ ସରିଜ ପରେ ତାଙ୍କୁ ଓ୍ବେଷ୍ଟଇଣ୍ଡିଜ ସିରିଜ ପାଇଁ ପଠାଯାଇଥିଲା। ସେହିପରି ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂ ଧୋନୀ ମଧ୍ୟ ପିତୃତ୍ବ ଅବକାଶ ନେଇ ନଥିଲେ।

ହେଲେ ବିରାଟଙ୍କ ପିତୃତ୍ବ ଅବକାଶକୁ ନେଇ ଚର୍ଚ୍ଚା ଲାଗି ରହିଛି। ଗୋଟିଏ ପରେ ବିରାଟଙ୍କ ନିଷ୍ପତ୍ତିକୁ ନେଇ ବହୁ ଲୋକ ପ୍ରଶଂସା କରୁଥିବା ବେଳେ ସମାଲୋଚନା ମଧ୍ୟ କରୁଛନ୍ତି। ନିଜର ବ୍ୟକ୍ତିଗତ ମାମଲା ପାଇଁ ବିରାଟ ଏହି ଛୁଟି ନେଉଥିବା ବେଳେ ଗୋଟିଏ ଗୁରୁତ୍ବୂପୂର୍ଣ୍ଣ ସିରିଜରେ ଗୋଟି ମ୍ୟାଚ୍‌ ଖେଳି ଫେରି ଆସିବା ଦେଶ ପ୍ରତିଥିବା କର୍ତ୍ତବ୍ୟକୁ ବିରାଟ ଅଣଦେଖା କରୁଥିବା ନେଇ ବହୁ ଲୋକ ମଧ୍ୟ ସମାଲୋଚନା କରିଛନ୍ତି।

ୟୁଏଇରେ ଖେଳାଯାଇଥିବା ୨୦୨୦ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପରେ ଅଷ୍ଟ୍ରେଲିଆ ଗସ୍ତରେ ଅଛି ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୩ଟି ଦିନିକିଆ, ୩ଟି ଟି-୨୦ ଓ ଗୋଟାଏ ଟେଷ୍ଟ ମ୍ୟାଚ୍‌ ଖେଳି ଭାରତ ଫେରି ଆସିବେ। କାରଣ ୨୦୨୧ ଜାନୁଆରୀରେ ବିରାଟ ବାପା ହେବାକୁ ଯାଉଛନ୍ତି। ଯାହାଫଳରେ ତାଙ୍କର ପ୍ରଥମ ଶିଶୁର ଜନ୍ମ ସମୟରେ ପତ୍ନୀ ଅନୁଷ୍କା ଶର୍ମାଙ୍କ ପାଖରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ସେ ପିତୃତ୍ବ ଅବକାଶ ନେଇଛନ୍ତି।

ବର୍ଡର-ଗାଭାସ୍କର ଟ୍ରଫିର ୩ଟି ମ୍ୟାଚ ଖେଳିବେ ନାହିଁ ବିରାଟ। ଏହି କଥା ଜାଣିବା ସତ୍ତ୍ବେ କୋହଲିଙ୍କ ଏଭଳି ନିଷ୍ପତ୍ତିକୁ ବହୁ କ୍ରିକେଟର ପ୍ରଶଂସା କରିବା ସହିତ ସହଯୋଗ ମଧ୍ୟ କରିଛନ୍ତି। ଅନ୍ୟପଟେ ଭାରତର ପ୍ରଥମ ବିଶ୍ବକପ୍‌ ବିଜୟୀ ଅଧିନାୟକ କପିଳ ଦେବ ବିରାଟଙ୍କ ପିତୃତ୍ବ ଅବକାଶକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି।

କପିଳ ଦେବ କହିଛନ୍ତି ଯେ, ବିରାଟଙ୍କ ଏଭଳି ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଆଉ ବିରାଟ ତାଙ୍କ ନୂଆ ରୋଲକୁ ନେଇ ମଧ୍ୟ ବହୁତ ଖୁସି ଅଛନ୍ତି। ସେ ଆହୁରି କହିଥିଲେ ଯେ, ଗାଭାସ୍କର କିଛି ମାସ ପର୍ଯ୍ୟନ୍ତ ତାଙ୍କ ପୁଅକୁ ଦେଖି ପାରିନଥିଲେ। ସେତେବେଳ ଆଉ ଏବର ସମୟରେ ବହୁତ ଫରକ ଅଛି। ଯଦି ମୁଁ ବିରାଟଙ୍କ କଥା କହିବି ତେବେ ସେ ତାଙ୍କ ପିତାଙ୍କ ପରଲୋକର ପରଦିନ ହିଁ ଆସି କ୍ରିକେଟ ଖେଳିଥିଲେ। ଆଜି ସେ ତାଙ୍କ ଶିଶୁ ପାଇଁ ଛୁଟି ନେଉଛନ୍ତି ଯାହା ଏକ ଭଲ ନିଷ୍ପତ୍ତି ବୋଲି କପିଲ ଦେବ କହିଛନ୍ତି।

ସମ୍ବନ୍ଧିତ ଖବର