ବିଜେପି ବିରୋଧରେ ରାଷ୍ଟ୍ରପତିଙ୍କୁ ଚିଠି ନେଇ ବଢିଲା ବିବାଦ, ଦୁଇ ଭାଗରେ ବାଣ୍ଟିହେଲେ ପୂର୍ବତନ ସେନା ଅଧିକାରୀ

ନୂଆଦିଲ୍ଲୀ,୧୨।୪: ନିର୍ବାଚନ ପ୍ରଚାର ବେଳେ ଭାରତୀୟ ସେନା ଓ ଯବାନଙ୍କ ଫଟୋକୁ ବ୍ୟବହାର କରିବାକୁ ମାମଲା ଏବେ ଗମ୍ଭୀର ହୋଇଛି। ସେନାକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ପ୍ରତିବାଦରେ ରାଷ୍ଟ୍ରପତିଙ୍କ ନିକଟକୁ ପୂର୍ବତନ ସେନା ଅଧିକାରୀଙ୍କ ଦ୍ୱାରା ଚିଠି ଲେଖିଛନ୍ତି ବୋଲି ଶୁକ୍ରବାର ଏହି ଖବର ମିଳିଥିଲା। କିନ୍ତୁ ଏହି ଚିଠି ଲେଖିବା ମାମଳାରେ ଏବେ ବିବାଦୀୟ ହୋଇପଡିଛି। ଚାଲିଯାଇଛି।   କିଛି ଗଣମାଧ୍ୟମ ନିଜ ରିପୋର୍ଟରେ ଉଳ୍ଲେଖ କରିଛନ୍ତି ଯେ ୮ଜଣ ସେନା ଅଧିକାରୀଙ୍କ ସହ ମୋଟ ୧୫୦ ରୁ ଅଧିକ ପୂର୍ବତନ ସୈନିକ ରାଷ୍ଟ୍ରପତିଙ୍କୁ ସେନାକୁ ନେଇ ରାଜନୀତି କରାଯାଉଥିବା ନେଇ ଚିଠି ଲେଖିଛନ୍ତି।

source: https://www.jagran.com

ହେଲେ ଏହାକୁ ନେଇ ସେନାର ପୂର୍ବତନ ଅଧିକାରୀଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଛି। ପୂର୍ବତନ ସେନା ମୁଖ୍ୟ ଏସ୍‍.ଏଫ ରୋଡ୍ରିଗିସ୍‍ ଏବଂ ପୂର୍ବତନ ବାୟୁସେନା ଏୟାର ଚିଫ ମାର୍ଶାଲ ଏନ୍‍ସି ସୁରୀ ଏଭଳି କୌଣସି ଚିଠିକୁ ନେଇ ସହମତି ଜଣାଇନଥିବା କହିଛନ୍ତି। ସେ କହିଛନ୍ତି ଏହାକୁ ମେଜର ଚୌଧୁରୀ ଲେଖିଛନ୍ତି। ସେ ଏହାକୁ ଲେଖି ହ୍ବାଟସଆପ୍ ଓ ଇମେଲରେ ସେୟାର କରିଛନ୍ତି। ଏହି ଚିଠିକୁ ନେଇ ମୋର ସହମତି ନଥିଲା। ଅପରପକ୍ଷରେ ମେଜର ଜେନେରାଲ ହର୍ଷ କକ୍କଡ଼, ପୂର୍ବତନ ସେନା ମୁଖ୍ୟ ଶଙ୍କର ରାୟ ଚୌଧୁରୀ ଚିଠି ଲେଖାଯିବା କଥାକୁ ସ୍ୱୀକାର କରିଛନ୍ତି। ତେବେ  ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି  ଏଭଳି କୌଣସି ଚିଠି ମିଳିନାହିଁ।

source: https://aajtak.intoday.in

ଏହି ଚିଠିକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦୁଇ ବରିଷ୍ଠ ଅଧିକାରୀ କହିଛନ୍ତି ସେମାନେ ଏଥିପାଇଁ ସହମତି ଦେଇନାହାଁନ୍ତି, ଏହା ଚିନ୍ତାଜନକ ଘଟଣା ଯେ ମିଛ ଏଭଳି ପ୍ରଚାର କରାଯାଉଛି। ସେ ଏହି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି ରାଷ୍ଟ୍ରପତି ଭବନ ପକ୍ଷରୁ ମଧ୍ୟ ଏଭଳି କୌଣସି ଚିଠି ମିଳିନଥିବା ନେଇ କୁହାଯାଇଛି।  ଉଲ୍ଳେଖଯୋଗ୍ୟ ଯେ ପୂର୍ବତନ ସେନା ଅଧିକାରୀଙ୍କ ନାମରେ ପ୍ରସାରିତ ହେଉଥିବା ଏହି ଚିଠିରେ ପ୍ରଥମ ନାମ ପୂର୍ବତନ ସେନା ମୁଖ୍ୟ ଏସ୍‍.ଏଫ ରୋଡ୍ରିଗିସଙ୍କ ରହିଛି। ସେହିପରି ପୂର୍ବତନ ଉପସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନରାଲ ଏମ୍‍.ଏଲ ନାଇଡୁ କହିଛନ୍ତି ଯେ ଏଭଳି କୌଣସି ଚିଠି ଦିଆଯିବା ନେଇ ସେ ସହମତି ଦେଇନାହାନ୍ତି।

ଏଠାରେ ପ୍ରକାଶଯୋଗ୍ୟ ଯେ ପୂର୍ବତନ ସେନା ଅଧିକାରୀଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କ ନିକଟକୁ ଏକ ଚିଠି ଗତ ବୁଧବାର ଲେଖାଯାଇଥିବା ନେଇ କିଛି ଗଣମାଧ୍ୟମରେ ଖବର ଆସିଥିଲା। ଏହି ଚିଠିରେ ପୂର୍ବତନ ସୈନିକମାନେ ରାଷ୍ଟ୍ରପତିଙ୍କୁ ଲେଖିଥିଲେ ସେନାକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଯାଉଛି। ଭାଷଣରେ ମୋଦୀ ସେନା ଭଳି ମନ୍ତବ୍ୟ ଉପରେ ମଧ୍ୟ ଆପତ୍ତି ପ୍ରକାଶ କରାଯାଇଥିବା ନେଇ ଉଲ୍ଲେଖ କରାଯାଇଥିବା ନେଇ ଖବର ପ୍ରକାଶ ହୋଇଥିଲା।

   ସମ୍ବନ୍ଧିତ ଖବର


ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ଓଲା, ଉବର ପାଇଁ ନୂଆ ଗାଇଡ୍‌ଲାଇନ ଜାରି: କ୍ୟାବ୍‌ ଡ୍ରାଇଭର ପାଇବେ ୮୦% ଭଡ଼ା, ମୋଟ ଭଡ଼ାର ୨୦% ରଖିପାରିବେ ଆଗ୍ରିଗେଟର

ବଢିଲା ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସମ୍ଭାବନା, ଇରାନ ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ବଢୁଛି ବିବାଦ…