ଷ୍ଟେସନର ନାଁ ଉର୍ଦ୍ଦୁରେ ଲେଖା ହେବାରୁ ବିବାଦ , ହଳଦିଆ ରଙ୍ଗ ଲଗେଇ ଲୁଚାଇଲା ରେଲୱେ ବିଭାଗ

www.aajtak.in
ମଧ୍ୟ ପ୍ରଦେଶ – ମଧ୍ୟପ୍ରଦେଶର ଧାର୍ମିକ ନଗରୀ ଉଜ୍ଜୈନରେ ତିଆରି ନୂଆ ଚିନ୍ତାମନ ରେଲୱେ ଷ୍ଟେସନ ଉଦ୍ଘାଟନ ପୂର୍ବରୁ ଚର୍ଚ୍ଚାରେ। ଚିନ୍ତାମନ ଗଣେଶ ମନ୍ଦିର ସାମନାରେ ତିଆରି ଷ୍ଟେସନର ବୋର୍ଡରେ ଉର୍ଦ୍ଦୁରେ ଷ୍ଟେସନର ନାଁ ଲେଖା ଯିବା ଯୋଗୁଁ ବିବାଦ ମୁଣ୍ଡ ଟେକିଛି । ଉକ୍ତ ମାମଲାରେ ବିବାଦ ବଢ଼ିବାରୁ ରାତାରାତି ଉର୍ଦ୍ଦୁରେ ଲେଖା ହୋଇଥିବା ନାଁ ଉପରେ ହଳଦିଆ ରଙ୍ଗ ଲଗେଇ ଦିଆଯାଇଛି ।

ବାସ୍ତବରେ , ଇନ୍ଦୋର ଉଜ୍ଜୈନ ମଧ୍ୟରେ ରେଳ ଲାଇନ୍ ଓସାରିଆ କରିବା ପରେ ଚିନ୍ତାମନ ରେଲୱେ ଷ୍ଟେସନକୁ ନୂଆ ରୂପରେ ପ୍ରସ୍ତୁତ କରାଯାଇଛି।ରେଲୱେ ଷ୍ଟେସନର ନାଁର ଯେଉଁ ବୋର୍ଡ ରହିଛି , ଏଥିରେ ହିନ୍ଦୀ, ଇଂରାଜୀ ଓ ଉର୍ଦ୍ଦୁରେ ଷ୍ଟେସନର ନାମ ଲେଖା ଯାଇଥିଲା। ଉର୍ଦ୍ଦୁରେ ଲେଖା ଯାଇଥିବା ନାମକୁ ନେଇ ଆୱାହନ ଅଖାଡେର ମହାମଣ୍ଡଳେଶ୍ୱର ଆଚାର୍ଯ୍ୟ ଶେଖରଙ୍କ ଦ୍ୱାରା ଅଭିଯୋଗ ଦାଖଲ କରାଯାଇ ଥିଲା ଏବଂ ଉର୍ଦ୍ଦୁ ନାମକୁ ହଟାଇବାକୁ ଦାବି କରିଥିଲେ ।
ଆଚାର୍ଯ୍ୟ ଶେଖରଙ୍କ ଅନୁସାରେ, ଉଜ୍ଜୈନ ମହାକାଳଙ୍କର ନଗରୀ ଏବଂ ଏହା ଭଗବାନ କୃଷ୍ଣଙ୍କର ଶିକ୍ଷା ସ୍ଥଳୀ। ଏଠାରେ ଭଗବାନ ଅଧ୍ୟୟନ କରିଛନ୍ତି ଏବଂ ସମସ୍ତ ଦେବାଦେବୀ ମଧ୍ୟ ଏଠାକୁ ଅଧ୍ୟୟନ କରିବାକୁ ଆସନ୍ତି। ଏହା ବହୁତ ପବିତ୍ର ଓ ଧାର୍ମିକ ନଗରୀ ଅଟେ, କାରଣ ଏଠାରେ ସଂସ୍କୃତ ଭାଷା ଓ ବିଦ୍ୱାନ ଲୋକ ରହିଥାନ୍ତି ତ ଏହି ସ୍ଥିତିରେ କେଉଁଠି ଉର୍ଦ୍ଦୁ ଶବ୍ଦ ବ୍ୟବହାର କରିବା ଉଚିତ୍ ନୁହେଁ।