ବିଶ୍ୱର ସେହି ଅଜବ ଗାଁ ଯେଉଁଠି ସମସ୍ତେ ରୁହନ୍ତି ମାଟିତଳେ

ନୁଆଦିଲ୍ଲୀ ୧୨/୯: ଦିଲ୍ଲୀର କନ୍ନାଟ୍ ପ୍ଲେସ୍ ସ୍ଥିତ ପାଲିକା ବଜାର ସମ୍ପର୍କରେ ତ ଆପଣମାନେ ଶୁଣିଥିବେ । ଏଠାରେ ସମ୍ପୂର୍ଣ୍ଣ ମାର୍କେଟ୍ ଅଣ୍ଡରଗ୍ରାଉଣ୍ଡ ଅର୍ଥାତ୍ ମାଟି ଭିତରେ ଅଛି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱରେ ଏମିତି ଏକ ଗାଁ ଅଛି ଯାହା ସମ୍ପୂର୍ଣ୍ଣ ରୂପେ ମାଟି ତଳେ ଅଛି  ।

ଏହି ଅଜବ ଗାଁର ନାଁ ହେଉଛି ‘କୁବର ପେଡି’  ଯାହା ଦକ୍ଷିଣ ଅଷ୍ଟ୍ରେଲିଆରେ ରହିଛି । ଏହି ଗାଁରେ ସବୁଠାରୁ ଖାସ୍ କଥା ଏହା ଯେ ଏଠାକାର ସବୁ ଲୋକ ଅଣ୍ଡରଗ୍ରାଉଣ୍ଡ ଘରେ ରୁହନ୍ତି । ବାହାର ପଟୁଏହି ଘରଗୁଡିକ ସାଧାରଣ ପରି ଦେଖାଯାଉଥିଲେ ମଧ୍ଯ ଭିତର ପଟ କୌଣସି ହୋଟେଲ ଠାରୁ କମ୍ ନୁହେଁ ।

ଏହିଅଞ୍ଚଳରେ ଓପୋଲର ଅନେକ ଖଣି ଅଛି । ଲୋକମାନେ ଏଠାରେ ଖାଲି ପଡିଥିବା ଓପୋଲର ଖଣିରେ ରୁହନ୍ତି । ଆପଣଙ୍କୁ କହିରଖୁଛୁ ଓପୋଲୋ ଏକ ଧଳ ରଙ୍ଗର ଦାମୀ ପଥର । କୁବର ପେଡିକୁ ବିଶ୍ୱର ଓପୋଲୋ ରାଜଧାନୀ ବୋଲି ମଧ୍ୟ କୁହନ୍ତି । କାରଣ ଏଠାରେ ବିଶ୍ୱର ସବୁଠାରୁ ଅଧିକ ଓପୋଲୋ ଖଣି ରହିଛି ।

କୁବର ପେଡିରେ ମାଇନିଂର କାମ ୧୯୧୫ ମସିହାରେ ଆରମ୍ଭ ହୋଇଥିଲା । ପ୍ରକୃତରେ ଏହା ଏକ ମରୁଭୂମି ଅଞ୍ଚଳ ଏଥିପାଇଁ ଏଠାରେ ତାପମାତ୍ରା ଖରାଦିନେ ବହୁତ ଅଧିକ ଏବଂ ଶୀତଦିନେ ବହୁତ କମ୍ ହୋଇଯାଏ । ଏହି କାରଣରୁ ଏଠାରେ ରହୁଥିବା ଲୋକଙ୍କୁ ବହୁତ ଅସୁବିଧା ହେଉଥିଲା । ତେଣୁ ଏହାର ସମାଧାନ ବାହାର କରି ଶେଷରେ ସମସ୍ତେ ଖାଲି ଥିବା ଖଣିକୁ ରହିବାକୁ ଚାଲିଗଲେ ।

କୁବର ପେଡିର ଏହି ଅଣ୍ଡରଗ୍ରାଉଣ୍ଡ ଘରେ ଖରା ଦିନେ ଏସିର ଆବଶ୍ୟକ ପଡେନାହିଁ କିମ୍ବା ଶୀତଦିନେ ହିଟରର ଆବଶ୍ଯକ ପଡେନାହିଁ । ଆଜି ଏଠାରେ ଏହିଭଳି ପ୍ରାୟ ୧୫୦୦ ଘର ଏମିତି ଅଛି ଯାହା ମାଟି ତଳେ ଅଛି ଏବଂ ଲୋକମାନେ ବାସ କରୁଛନ୍ତି ।

ମାଟିତଳେ ନିର୍ମିତ ଏହି ଘରେ ସବୁ ସୁଖ ସୁବିଧା ମିଳୁଛି । ଏଠାରେ ଅନେକ ହଲିଉଡ ଫିଲ୍ମ ମଧ୍ୟ ସୁଟିଂ ହୋଇଛି । ୨୦୦୦ ମସିହାରେ ଆସିଥିବା ଫିଲ୍ମ ପିଚ୍ ବ୍ଲାକର ସୁଟିଂ ପରେ ପ୍ରଡକ୍ସନ ଫିଲ୍ମରେ ବ୍ୟବହାର ହୋଇଥିବା ସ୍ପେସସିପକୁ ଏଠାରେ ଛାଡି ଚାଲିଯାଇଥିଲା । ଏହା ପରଠାରୁ ଏହି ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି  । ଏହି ସ୍ଥାନକୁ ବୁଲିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ଯଟକ ଆସିଥାନ୍ତି ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର