ଆମାଜନ୍‌ ପ୍ରାଇମ୍‌ରେ ରିଲିଜ୍ ହେବ ‘କୁଲି ନଂ ୱାନ୍‌’

ମୁମ୍ବାଇ ୨୧/୦୮: କରୋନା ମହାମାରୀ କାରଣରୁ ସିନେମା ହଲ୍‌ଗୁଡ଼ିକ ବନ୍ଦ ଥିବାରୁ ଚଳିତବର୍ଷର ଅନେକ ଚର୍ଚ୍ଚିତ ଫିଲ୍ମ ଓଟିଟିରେ ରିଲିଜ୍‌ ହେବା ସ୍ଥିର ହୋଇଛି । ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’, ଅଜୟ ଦେବ୍‌ଗନଙ୍କ ‘ଭୁଜ: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’, ଆଲିୟା ଭଟ୍ଟଙ୍କ ‘ସଡକ୍‌-୨’ ସେଥିମଧ୍ୟରୁ ଅନ୍ୟତମ । ଏବେ ଡେଭିଡ୍‌ ଧୱନ୍‌ଙ୍କ ‘କୁଲି ନଂ ୱାନ୍‌’ ସେହି ତାଲିକାରେ ସାମିଲ ହେବାକୁ ଯାଉଛି ।

ଦୀପାବଳି ଅବସରରେ ଆମାଜନ୍‌ ପ୍ରାଇମ ଭିଡିଓରେ ତାହା ରିଲିଜ୍‌ ହୋଇପାରେ । ଏ ସର୍ମ୍ପରେ ଫିଲ୍ମ ସହ ଜଡ଼ିତ ଜଣେ ଘନିଷ୍ଠ ସୂତ୍ର କହିଛନ୍ତି, ‘ଫିଲ୍ମଟିକୁ ଥିଏଟରରେ ରିଲିଜ୍‌ କରିବାକୁ ଯୋଜନା ଥିଲା। ତେଣୁ ଓଟିଟି କଥା ଚିନ୍ତା କରାଯାଉ ନଥିଲା । ବର୍ତ୍ତମାନ ପରିସ୍ଥିତିରେ ସିନେମା ହଲ୍‌ ପୁଣି ଖୋଲାଯିବା ନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ୁ ନଥିବାରୁ ନିର୍ମାତାମାନେ ଓଟିଟି ବିକଳ୍ପକୁ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ।’ ଏହା ୧୯୯୫ରେ ସମାନ ନାମରେ ରିଲିଜ୍‌ ହୋଇଥିବା ଫିଲ୍ମର ରିମେକ୍‌ । ଏଥିରେ ଦର୍ଶକେ ବରୁଣ ଧାୱନ୍‌ ଏବଂ ସାରା ଅଲ୍ଲୀ ଖାନ୍‌ଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ।

   ସମ୍ବନ୍ଧିତ ଖବର


ମନାଲୀ ରାସ୍ତାରେ ରୋମାଣ୍ଟିକ୍‌ ହେଲେ ଅର୍ଜୁନ କାପୁର ଏବଂ ତାଙ୍କ ଠାରୁ ଢେର ବଡ ମଲାଇକା ଆରୋରା

କପିଲ ଶର୍ମାଙ୍କ ପିଛା ଛାଡୁନି ବିବାଦ : ୟୁଜର କହିଲେ, ‘ଚୁପ୍‌ଚାପ୍‌‌ କମେଡି କରନ୍ତୁ, ରାଜନୀତି କରିବାକୁ ଚେଷ୍ଟା କରନ୍ତୁ ନାହିଁ’

ପୁଣି ରାଜନୀତିରେ ରଖିବେ ପାଦ : କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ଶିବସେନାରେ ଯୋଗ ଦେବେ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର

ରାସ୍ତାରେ ଏହିଭଳି ଅନ୍ଦାଜରେ ନଜର ଆସିଲେ ରାକ୍ଷୀ ସାଓ୍ବନ୍ତ, ଭାଇରାଲ ହେଉଛି ଫଟୋ

‘ଆଦିପୁରୁଷ’ର ସୀତା ଚରିତ୍ରରେ ଅଭିନୟ କରିବେ କ୍ରିତି

ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି