ଘରକୁ ଆସୁଥିବା ଖବରକାଗଜ ଓ ଅନ୍ୟ ପ୍ୟାକେଟକୁ ବିନା ସଂକ୍ରମଣ ଭୟରେ ଛୁଇଁ ପାରିବେ କି? ଜାଣନ୍ତୁ ବିଜ୍ଞାନ କ’ଣ କହୁଛି

ଓ୍ୱାଂଶିଟନ – କରୋନା ସଂକ୍ରମଣ ପରେ ଏବେ ଅନେକ ଲୋକ ଅନେକ କିଛି ଛୁଇଁବା ପାଇଁ ଭୟ କରୁଛନ୍ତି । ସଂକ୍ରମଣ ନ ବ୍ୟାପିବା ପାଇଁ ବାରମ୍ବାର ହାତ ଧୋଇବା ପାଇଁ କୁହାଯାଇଛି କିଛି କଣିକା କିମ୍ବା ଭାଇରସ୍‌ ଯେପରି ସଂକ୍ରମଣ କରି ନ ପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ସାର୍ସ କୋଭ୍‌-୨ ବା କୋଭିଡ୍‌-୧୯ କରୋନା ନାଁରେ ଏହା ସାରି ବିଶ୍ୱରେ ଏବେ ଆତଙ୍କ ଖେଳାଇବାରେ ବ୍ୟସ୍ତ । ଫ୍ଲୁ ଭାଇରସ୍‌ ତୁଳନାରେ ଏହା ୩ ଗୁଣା ଦ୍ରୁତ ଗତିରେ ବ୍ୟାପୁଛି । ୨୫ ପ୍ରତଶତ ଲୋକତ କୌଣସି ଲକ୍ଷଣ ଦେଖାନ୍ତି ନାହିଁ । ଏମାନଙ୍କଠାରୁ ଏହା ଅନ୍ୟମାନଙ୍କୁ ବ୍ୟାପିଥାଏ ।

କରୋନା ପାଇଁ ଅନେକ ଦେଶରେ ଲକ୍‌ଡାଉନ୍‌ , ରେଷ୍ଟୁରାଣ୍ଟ ବାର ସୁଇମିଂ ପୁଲ୍‌ ବନ୍ଦ । ସାଧାରଣ ପରିବହନ , ଲିଫ୍ଟ ଏମିତି କେତକ ଜିନିଷ ଅଛି ଯାହାର ବ୍ୟବହାର ପାଇଁ ଲୋକ ଏବେ ସଙ୍କୋଚ କରୁଛନ୍ତି ।
|

ତେବେ ଘରକୁ ଆସୁଥିବା ଖାଇବା ଜିନିଷ ପ୍ୟାକେଟ୍‌, ଖବର କାଗଜରେ ବ୍ୟାପିବାର ସମ୍ଭାବନା କେତେ । କରୋନା ଲୋକଙ୍କ ଦ୍ୱାରା ଲୋକଙ୍କୁ ବ୍ୟାପିଥାଏ । ଲୋକଙ୍କର ଛିଙ୍କ କାଶରେ ଏହା ବ୍ୟାପେ ।

କାଶିବା ଛିଙ୍କିବା କିମ୍ବା ସଂକ୍ରମିତ ହାତରେ କୌଣସି ବସ୍ତୁକୁ ସ୍ପର୍ଶ କରିବା ଦ୍ୱାରା କରୋନା ବ୍ୟାପିଥାଏ । ସଂକ୍ରମିତ ବା ଭାଇରସ୍‌ ଥିବା ବସ୍ତୁରୁ ହାତ ନେଇ ମୁହଁ ନାକ କିମ୍ବା ପାଟିରେ ଓ ଆଖିରେ ମାରିଲେ ସଂକ୍ରମଣର ଆଶଙ୍କା ବହୁତ ଅଧିକ । କରୋନା ଆଲୋକ , ଆଦ୍ରତା ଓ ତାପମାତ୍ରାରେ ନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବଞ୍ଚି ରହିପାରେ ।

ଡିସ୍‌ଇନଫ୍‌କେଣ୍ଟାଟରେ ଜିନିଷ ଧୋଇବା , ସାବୁନ୍ ଓ ପାଣିରେ ଅତିକମ୍‌ରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ଧୋଇଲେ ସଂକ୍ରମଣର ଆଶଙ୍କା କମିଯାଇଥାଏ ।

ବ୍ରିଟେନ୍‌ରେ କମନ୍‌ କୋଲ୍ଡ ରିସର୍ଚ୍ଚ କେନ୍ଦ୍ରରେ ସ୍ୱେଚ୍ଛାସେବୀମାନେ ଜାଣି ଶୁଣି ସଂକ୍ରମିତ ହୋଇଥିଲେ । କରୋନା ସଂକ୍ରମିତ ହେଲେ କିପରି ଏହା ବିସ୍ତାର କରୁଛି ସେ ବିଷୟରେ ଜାଣିବା ପାଇଁ ଏମାନେ କରୋନା ଆକ୍ରାନ୍ତ ହୋଇଥିଲେ । ପେପର୍ ଓ କନାରେ କରୋନା ଭାଇରସ୍‌ ମାତ୍ର ୩୦ ମିନିଟ୍‌ ପର୍ଯ୍ୟନ୍ତ ବଞ୍ଚି ପାରୁଥିବା ଜଣା ପଡିଛି । ମାତ୍ର ପ୍ଲାଷ୍ଟିକ ଓ ଧାତବ ବସ୍ତୁରେ ଏହା ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚି ରହିପାରେ ।

   ସମ୍ବନ୍ଧିତ ଖବର


ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଜୁଲାଇ ୧୫ ସୁଦ୍ଧା ସବୁ ସ୍କୁଲରେ ପିଲାଙ୍କ ନାମଲେଖା ସରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ

ଟଳିନି ମହାମାରୀ ବିପଦ: ବେପରୁଆ ହେଲେ ବଦଳାଇ ଦେବ ଅସଲ ରୂପ, ଦିନକୁ ଦିନ ଦ୍ରୁତଗତିରେ ମାଡ଼ୁଛି କରୋନା

ରାଜ୍ୟରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨୭ଶହ ପାର୍

କରୋନା ମୁକାବିଲା ପାଇଁ ଅଢ଼େଇ କୋଟି ଦେଲେ ବାଗଚୀ ଦମ୍ପତି

ଜୁନ୍ ତୃତୀୟ ସପ୍ତାହରେ ‘୭ଦିନ’ ବନ୍ଦ ରହିବ‌ ହାଇକୋର୍ଟ