ଶ୍ରୀମନ୍ଦିରରେ କରୋନା କଟକଣା ଲାଗୁ, ଚାରିଦ୍ୱାରରେ ଥର୍ମାଲ ସ୍କ୍ରିନିଂ

ପୁରୀ,୦୧/୧୦ : ଶ୍ରୀମନ୍ଦିର ପ୍ରଶାସନର ଘୋଷଣା ମୁତାବକ ଆଜି କୋଭିଡ୍‌ କଟକଣା ଲାଗୁ କରାଯାଇଛି । ପ୍ରଥମ ଦିନରେ କଟକଣା ଉଲ୍ଲଂଘନର ରିପୋର୍ଟ ମିଳିନାହିଁ । କଟକଣା ପାଳନ ହେଉଛି କି ନାହିଁ ଦେଉଳ ଭିତରେ ଲାଗିଥିବା ସିସିଟିଭି କ୍ୟାମେରାର ନଜର ରଖାଯାଇଛି । କଟକଣା ପାଳନରେ ବ୍ୟତିକ୍ରମ ହେଲେ ସେବାୟତ ତଥା କର୍ମଚାରୀଙ୍କୁ ପ୍ରଥମେ ଚିହ୍ନଟ କରାଯିବ ।

ନିୟମ ସମ୍ପର୍କରେ ସଚେତନ କରାଯିବ । ଏହା ପରେ କାର୍ଯ୍ୟାନୁଷ୍ଠାନ କରିବାକୁ ସେବାୟତମାନେ କହିଛନ୍ତି । କଟକଣା ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ଚାରି ଦ୍ୱାରରେ ଥର୍ମାଲ ସ୍କ୍ରିନିଂ ପରେ ସେବାୟତ ଏବଂ କର୍ମଚାରୀମାନେ ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି ।


ସେହିଭଳି ମାସ୍କ ନଥିଲେ ଭିତରକୁ ଛଡାଯାଉନି । ଦେଉଳ ଭିତରେ ସୀମିତ ସେବକ ଏବଂ କର୍ମଚାରୀ ରହୁଛନ୍ତି । ତେଣୁ କରି ଗହଳି ଆପେ ନିୟନ୍ତ୍ରଣ ହୋଉଛି । ଦେଉଳ ଭିତରେ ପାନ ଛେପ ନପକାଇବାକୁ ଗତ ବର୍ଷ ସୁପ୍ରିମକୋର୍ଟ ଆମିକସ୍‌ କ୍ୟୁରିଙ୍କ ପୁରୀ ଗସ୍ତ ବେଳେ ଘୋଷଣା କରାଯାଇଥିଲା । ଏବେ ଦର୍ଶନାର୍ଥୀ ପ୍ରବେଶ ମନା ଥିବାରୁ ଦେଉଳ ଭିତରେ ପାନ ଛେପ ପଡିବା ଏବଂ ପାନ ଛେପ ଦାଗ କମ ରହିଥିବାର ସୁରକ୍ଷା କର୍ମୀମାନେ କହିଛନ୍ତି ।

   ସମ୍ବନ୍ଧିତ ଖବର


WHO ମୁଖ୍ୟ ହିନ୍ଦୀରେ ଟୁଇଟ କରି ଭାରତକୁ ଧନ୍ୟବାଦ ଦେଲେ, ଜାଣନ୍ତୁ କ’ଣ..

କରୋନା କଟକଣାକୁ ଫୁ… ଭିଡିଓ ଭାଇରାଲ

ଜମ୍ମୁ କଶ୍ମୀର ପୁଲଓ୍ବାମାରେ ଏନକାଉଣ୍ଟର, ଟଳିଲେ ଦୁଇ ଆତଙ୍କବାଦୀ …

ଭାସିଗଲେ ମଇଁଷି…

ଡାକ୍ତରଙ୍କ ବାଇକ୍‌ ବୋଲି ଅଧା ବାଟରୁ ଛାଡିଗଲା: ଚିଠି ଲେଖିଲା ‘ଆଜ୍ଞା ମତେ କ୍ଷମା କରିବେ,ଆପଣଙ୍କ ଭଳିଆ ଲୋକର ଗାଡି ଚୋରି କରି ମୁଁ ଦୁଃଖିତ’…

ଏଥର ପାର୍ବଣକୁ ଭିଜାଇବ ବର୍ଷା ! ଆସନ୍ତା ୨୮ ଯାଏଁ ବର୍ଷା ଆଶଙ୍କା