PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ଭୁବନେଶ୍ୱର କୋର୍ଟରେ କରୋନା କଟକଣା: ୩୧ ତାରିଖ ପର୍ଯ୍ୟନ୍ତ କେବଳ ଜରୁରି ଶୁଣାଣି

ଭୁବନେଶ୍ୱର ୧୭/୩: କରୋନା ମୁକାବିଲା ଭୁବନେଶ୍ୱର କୋର୍ଟ କାର୍ଯ୍ୟକୁ ଶିଥିଳ କରିଛି । ଭୁବନେଶ୍ୱର ବାର୍‌ ଆସୋସିଏସନ୍‌ର ନିଷ୍ପତ୍ତି ମୁତାବକ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଆପାତତଃ କମ୍‌ ରହିବ । ଫୌଜଦାରୀ ମାମଲା ଭାବେ ଜାମିନ ଓ ଜରୁରିକାଳୀନ ମାମଲା ଗୁଡ଼ିକର ଶୁଣାଣି ହେବ । ଦେୱାନି ମାମଲାରେ ଉଭୟ ପକ୍ଷ ଉପସ୍ଥିତ ରହି ରାଜି ହେଲେ ମାମଲାର ବିଚାର ଚାଲିବ । ଏହି ସମୟ ମଧ୍ୟରେ ହାଜର, ସାକ୍ଷୀ ଓ ତାରିଖ ଆଦି କ୍ଷେତ୍ରରେ କୋର୍ଟ ସହାନଭୂତି ପ୍ରକାଶ କରିବା ଅର୍ଥାତ୍‌ ପକ୍ଷଙ୍କ ବିରୋଧରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ବାର୍‌ ଆସୋସିଏସନ୍‌ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଜଜ୍‌ ଓ ସେସନସ୍‌ ଜଜ୍‌ଙ୍କୁ ଲିଖିତ ଅନୁରୋଧ କରାଯାଇଛି ।

ଏହାକୁ ବିଚାରପତି ଗ୍ରହଣ କରିଥିବା ଜଣାପଡ଼ିଛି । ଏହାଦ୍ୱାରା କୋର୍ଟରେ ବାଦି ଓ ପ୍ରତିବାଦୀଙ୍କ ଗହଳି କମିଯିବ । କରୋନା ସଂକ୍ରମଣ ଦୃଷ୍ଟିରୁ କୋର୍ଟ ପରିବେଶ ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ସତର୍କତା ଦୃଷ୍ଟିରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଭୁବନେଶ୍ୱର ବାର୍‌ ଆସୋସିଏସନ୍‌ର ସଭାପତି ବିରେନ୍ଦ୍ର କୁମାର ପଟ୍ଟନାୟକ ଓ ସମ୍ପାଦକ ବିଶ୍ୱ ନାରାୟଣ ମହାନ୍ତି କହିଛନ୍ତି । କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ କୋର୍ଟରେ ଗହଳି କମାଇବା ଲାଗି ଭୁବନେଶ୍ୱର ବାର ପକ୍ଷରୁ ପ୍ରଚଳିତ ଏହି ନିଷ୍ପତ୍ତିକୁ ପୂର୍ବତନ ସଭାପତି ଦୁର୍ଗାମାଧବ ମିଶ୍ର ସ୍ୱାଗତ କରିଛନ୍ତି ।

ସମ୍ବନ୍ଧିତ ଖବର