ରାଜ୍ୟରେ ଆଉ ୬ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୭୪କୁ ବୃଦ୍ଧି

ଭୁବନେଶ୍ୱର ୨୦/୪: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ କୁ ବୃଦ୍ଧି । ଆଜି ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୬ ଆକ୍ରାନ୍ତ ପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି ।

କହିରଖୁଛୁ ପୂର୍ବରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମୋଟ ସଂଖ୍ୟା ୬୮ ଥିଲା । ଆଉ ୬ ଜଣ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଛୁଇଁଛି । କହିରଖୁଛୁ ରବିବାର ଠାରୁ ଭୁବନେଶ୍ବରେ ରାପିଡ୍ ଟେଷ୍ଟ ଆରମ୍ଭ ହୋଇଛି। ଶନିବାର ଦିନ ୮୩୮ଟା ନମୁନା ସଂଗ୍ରହ କରାଯାଇଥିବା ବେଳେ ରବିବାର ଦିନ୧୨୦୯ ନମୁନା ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା କରୋନାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ ଆକ୍ଟିଭ୍ କେସ ସଂଖ୍ୟା ୪୯ ରହିଛି । ୬ ଜଣଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ୫ ଜଣ ଥିବାବେଳେ ସୁନ୍ଦରଗଡର ଜଣେ ଆକ୍ରାନ୍ତ ବୋଲି ଜଣାପଡିଛି ।

ଅନ୍ୟପଟେ ଯାଜପୁର ଓ ଭଦ୍ରକରେ ଚିହ୍ନଟ ହୋଇଥିବା ୧୦ କରୋନା ସଂକ୍ରମିତଙ୍କ  ସହ କୋଲକାତା ଲିଙ୍କ ରହିଛି ।  ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ ହେବା ପରେ ସେମାନଙ୍କର କୋଭିଡ-୧୯ ପଜିଟିଭ୍ ବାହାରିଥିଲା । ଏହାପରେ ଗତ ୨୮ ଦିନ ଭିତରେ ଯେଉଁମାନେ ପଶ୍ଚିମବଙ୍ଗରୁ ଫେରିଛନ୍ତି, ସମସ୍ତଙ୍କୁ କ୍ବାରେନଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସ୍ଥାନୀୟ ସରପଞ୍ଚ ଓ ତହସିଲଦାରଙ୍କୁ ଅବଗତ କରାଯାଇଛି ଯେ, ଯେଉଁମାନେ ପଶ୍ଚିମବଙ୍ଗରୁ ଫେରିଛନ୍ତି ସେମାନଙ୍କୁ ହୋମ୍ କ୍ବାରେନଣ୍ଟାଇନ୍‌ରେ ରଖାଯିବ ।

   ସମ୍ବନ୍ଧିତ ଖବର


ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ଏହି ଦେଶର ରାଜା ନିଜ କୁକୁରକୁ କଲେ ଏୟାରଫୋର୍ସ ଚିଫ୍,୨୦ ସେକ୍ସ ସୋଲଜରଙ୍କ ସହ ବିଦେଶରେ ବିତାଉଛନ୍ତି ବିଳାସପୂର୍ଣ୍ଣ ଜୀବନ

ଭାରତକୁ ଆସିବା ପାଇଁ ସମସ୍ତଙ୍କୁ ଅନୁମତି ଦେଲା ଗୃହମନ୍ତ୍ରଣାଳୟ, କେବଳ ଏମାନଙ୍କ ପ୍ରବେଶ ଉପରେ ରହିଛି କଟକଣା

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା