PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ଦେଶରେ ଗତ ୨୪ ଘଣ୍ଟାରେ ୫୬,୨୮୨ ନୂଆ ମାମଲା: ୯୦୪ ଜଣଙ୍କ ମୃତ୍ୟୁ

bbc.com

ନୂଆଦିଲ୍ଲୀ ୬/୮: ଦେଶରେ କରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ସଂକ୍ରମଣର ୫୬,୨୮୨ ନୂଆ ମାମଲା ସାମ୍ନାକୁ ଆସିଛି ଯାହା ପରେ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୯,୬୪,୫୩୬ ହୋଇଯାଇଛି ଏବଂ ମୃତକଙ୍କ ସଂଖ୍ୟା ୪୦,୬୯୯ ହୋଇଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଆକଳନ ଅନୁସାରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୯୦୪ ରୋଗୀଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ୧୩୨୮୩୩୬ ରୋଗୀ ସଂକ୍ରମଣରେ ଠିକ୍ ହୋଇସାରିଛନ୍ତି । ୫,୯୫,୫୦୧ ରୋଗୀଙ୍କ ଚିକିତ୍ସା ଏବେ ବି ଜାରି ରହିଛି । ଆଶ୍ୱସ୍ତିର କଥା ଏହା ଯେ ରିକଭରୀ ରେଟରେ ସୁଧାର ଜାରି ରହିଛି ଏବଂ ଏହା ବୃଦ୍ଧି ପାଇ ୬୭.୬୧ ପ୍ରତିଶତ ହୋଇଯାଇଛି ।

ଗୁଜରାତରେ କରୋନା ମାମଲା ୬୬,୦୦୦ ପାର୍
ଗୁଜରାତରେ ଗତ ୨୪ ଘଣ୍ଟାରେ କରୋନା ଭାଇରସରେ ୧୦୭୩ ଲୋକଙ୍କ ସଂକ୍ରମିତ ହେବାନେଇ ଜଣା ପଡିଛି । ସମୁଦାୟ ୬୬ ହଜାର ପାର୍ କରିଛି ସଂକ୍ରମିତ ମାମଲା । ରାଜ୍ୟରେ ଏବେ ମୃତକଙ୍କ ସଂଖ୍ୟା ୨୫୫୭ ହୋଇଯାଇଛି । ରାଜ୍ୟରେ ସମୁଦାୟ ମାମଲା ୬୬,୭୭୭ ହୋଇଯାଇଛି । ରାଜ୍ୟରେ ସବୁଠାରୁ ଅଧିକ ମାମଲା ସୁରତରୁ ସାମ୍ନାକୁ ଆସୁଛି । ଜିଲ୍ଲାରେ ସମୁଦାୟ ମାମଲା ୧୪୯୦୨ ହୋଇଯାଇଛି । ଅହମଦାବାଦ ଜିଲ୍ଲାରେ ସମୁଦାୟ ମାମଲା ୨୭,୨୮୩ ହୋଇଯାଇଛି ।

କର୍ଣ୍ଣାଟକରେ କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ୨୮୦୪ ଲୋକଙ୍କ ମୃତ୍ୟୁ
କର୍ଣ୍ଣାଟକରେ ଗତ ୨୪ ଘଣ୍ଟାରେ କରୋନା ଭାଇରସ ସଂକ୍ରମଣରେ ୧୦୦ ଜଣଙ୍କ ମୃତ୍ୟୁ ହେବା ସହ ସଂକ୍ରମଣରେ ମରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୮୦୪ ହୋଇଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୧.୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଭାଇରସ ସଂକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । ପ୍ରଦେଶରେ ଗତ ୨୪ ଘଣ୍ଟାରେ କରୋନା ଭାଇରସ ସଂକ୍ରମଣରେ ୫୬୧୯ ନୂଆ ମାମଲାରେ ୧୮୪୮ ବେଙ୍ଗାଲୁରୁ ସଦର ଜିଲ୍ଲାର । ରାଜ୍ୟରେ ବର୍ତ୍ତମାନ ୭୩,୯୫୮ ଲୋକଙ୍କ ଚିକିତ୍ସା ଚାଲିଛି ।

ଝାରଖଣ୍ଡରେ ରେକର୍ଡ ୯୭୮ ନୂଆ ମାମଲା
ଝାରଖଣ୍ଡରେ ଗତ ୨୪ ଘଣ୍ଟାରେ କରୋନା ଭାଇରସ ସଂକ୍ରମଣର ରେକର୍ଡ ୯୭୮ ନୂଆ ମାମଲା ସାମ୍ନାକୁ ଆସିଛି । ଏବେ ରାଜ୍ୟରେ ସଂକ୍ରମିତଙ୍କ ସମୁଦାୟ ସଂଖ୍ୟା ବୃଦ୍ଧି ପାଇ ୧୫,୦୪୮ ହୋଇଯାଇଛି । ସେହିଭଳି ସଂକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହେବା ପରେ ସଂଖ୍ୟା ୧୩୬ ହୋଇଯାଇଛି । ଏହା ବ୍ୟତୀତ ରାଜ୍ୟରେ ସଂକ୍ରମଣର ୯୭୮ ନୂଆ ମାମଲା ସାମ୍ନାକୁ ଆସିଛି ଯାହାକୁ ମିଶାଇ ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୫୦୪୮ ହୋଇଯାଇଛି ।