PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

କରୋନା ରୋଗୀଙ୍କ ସଂଖ୍ୟା ୨୧ ଲକ୍ଷ ଟପିଲା, ୨୪ ଘଣ୍ଟାରେ ୬୪୩୯୯ ନୂଆ ମାମଲା

ନୂଆଦିଲ୍ଲୀ ୯/୮: ସାରା ଦେଶରେ କରୋନାରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୧ ଲକ୍ଷ ପାର୍ ହୋଇଛି । ୨୪ ଘଣ୍ଟାରେ କରୋନାର ସର୍ବାଧିକ ୬୪,୩୯୯ ନୂଆ ମାମଲା ସାମ୍ନାକୁ ଆସିଛି । ଦେଶରେ କରୋନାର ଏପର୍ଯ୍ୟନ୍ତ ସମୁଦାୟ ୨୧,୫୩,୦୧୦ ପଜିଟିଭ୍ ମାମଲା ନଜର ଆସିଛି । ଯଦିଓ ଏପର୍ଯ୍ୟନ୍ତ ସବୁ ସୁସ୍ଥଙ୍କ ସଂଖ୍ୟା ୧୪,୮୦,୮୮୪ରେ ପହଞ୍ଚିଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ଯ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ଆକଳନ ଅନୁସାରେ ସାରା ଦେଶରେ କରୋନାରେ ଏପର୍ଯ୍ୟନ୍ତ ୪୩୩୭୯ ଲୋକଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନାରେ ୮୬୧ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇ ୬୮.୭୮ ପ୍ରତିଶତ ହୋଇଛି ଯଦିଓ ପଜିଟିଭିଟି ରେଟ୍ ୮.୯୫ ପ୍ରତିଶତ ହୋଇଛି । ସଂକ୍ରମଣର ସମୁଦାୟ ମାମଲାରେ ବିଦେଶୀ ନାଗରିକ ମଧ୍ୟ ସାମିଲ । ଦେଶରେ କରୋନା ଭାଇରସରେ ସଂକ୍ରମିତ ୬,୨୮.୭୪୭ ଲୋକଙ୍କ ଚିକିତ୍ସା ଚାଲିଛି ।

ତେବେ ମହାରାଷ୍ଟ୍ରରେ ଶନିବାର କରୋନା ଭାଇରସର ଏପର୍ଯ୍ୟନ୍ତ ସର୍ବାଧିକ ୧୨,୮୨୨ ନୂଆ ମାମଲା ସାମ୍ନାକୁ ଆସିଛି ଯାହା ପରେ ରାଜ୍ୟରେ ସଂକ୍ରମଣର ସମୁଦାୟ ମାମଲା ୫୦୩୦୮୪ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି କି କୋଭିଡ୍ ୧୯ରେ ୨୭୫ ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୭,୩୬୭ ହୋଇଯାଇଛି । ତେବେ ରେକର୍ଡ ସଂଖ୍ୟକ ୧୧,୦୮୨ ରୋଗୀଙ୍କ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । କରୋନାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୩୮୩୬୨ ପର୍ଯ୍ୟନ୍ତ ପହଞ୍ଚି ଯାଇଛି ।

ସେ କହିଛନ୍ତି କି ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୧୪୭୦୪୮ ରୋଗୀଙ୍କ ଚିରିକ୍ସା ଚାଲିଛି । ମୁମ୍ବାଇରେ ୧୩୦୪ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୫୮ ଜଣଙ୍କ ମୃତ୍ୟୁ ହୋଇଛି । ମହାନଗରରେ କୋଭିଡ୍ ୧୯ ମାମଲାର ସମୁଦାୟ ସଂଖ୍ୟା ବୃଦ୍ଧି ପାଇ ୧୨୨୩୧୬ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୬୭୫୧ ହୋଇଯାଇଛି ।