PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ବେଙ୍ଗାଲୁରୁରେ କରୋନା ଆକ୍ରାନ୍ତ ଓଡ଼ିଆ ଶ୍ରମିକ ମୃତ, ୧୭ ଘଣ୍ଟା ଘରେ ପଡ଼ିରହିଲା ମୃତଦେହ

ବେଙ୍ଗାଲୁରୁ,୫।୮ : ବେଙ୍ଗାଲୁରୁ ସହରରେ ଜଣେ ଓଡ଼ିଆ ଶ୍ରମିକଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ମୃତକ ହେଲେ ବାଲେଶ୍ୱର ଜିଲ୍ଲା ବହନଗାଁ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ପୁଅ ଗଙ୍ଗାଧର ସାହୁ (୩୮) । ସେ ଗତ ଦଶ ବର୍ଷ ହେବ ବେଙ୍ଗାଲୁରୁରେ ଶ୍ରମିକ ଭାବେ କାମ କରିଆସୁଥିଲେ । ତାଙ୍କର ପତ୍ନୀ, ଏକ ୫ ବର୍ଷର ପୁଅ ଓ ଛଅ ମାସର ଝିଅ ଅଛନ୍ତି ।

ସୂଚନା ଅନୁସାରେ, ଗଙ୍ଗାଧରଙ୍କ ହଠାତ୍‌ ପେଟରେ ଯନ୍ତ୍ରଣା ହେବାରୁ ସେ ରହିଆସୁଥିବା ମହାଦେବପୁର ଅଞ୍ଚଳର ଏକ ଘରୋଇ କ୍ଲିନିକ୍‌କୁ ପତ୍ନୀଙ୍କ ସହ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଗ୍ୟାଷ୍ଟ୍ରିକ ହୋଇଛି କହି କିଛି ମେଡିସିନ ଦେଇ ଛାଡ଼ି ଦେଇଥିଲେ । ଏପରିକି ତାଙ୍କ ପତ୍ନୀ କରୋନା ଟେଷ୍ଟ ପାଇଁ କହିବାରୁ ଡାକ୍ତର ସେସବୁ କିଛି ଦରକାର ନାହିଁ କହି ଫେରେଇ ଦେଲେ । ଏହାର ଦୁଇଦିନ ପରେ ହଠାତ୍‌ ଗଙ୍ଗାଧରଙ୍କ ଜ୍ୱର ହୋଇଥିଲା ଏବଂ ସନ୍ଧ୍ୟା ବେଳକୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହାଦେଖି ତାଙ୍କ ପତ୍ନୀ ଜଣେ ଓଡ଼ିଆଙ୍କୁ ଫୋନ୍‌ କରି ଡାକିବା ଭିତରେ ଗଙ୍ଗାଧରଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଖବର ଦେବା ପରେ ମଧ୍ୟ ଏକ ଘଣ୍ଟା ପରେ ଆମ୍ବୁଲାନ୍ସ ଆସିଲା ବେଳକୁ ଗଙ୍ଗାଧରଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।
କିନ୍ତୁ ଦୁଃଖର ବିଷୟ, ତାଙ୍କ ଘରେ ଗଙ୍ଗାଧରଙ୍କ ମରଶରୀର ୧୭ ଘଣ୍ଟା ପାଖାପାଖି ପଡ଼ି ରହିଥିଲା ।

ବେଙ୍ଗାଲୁରୁର କୌଣସି ସରକାରୀ କର୍ମଚାରୀ କି କୋଭିଡ ଟିମ୍‌ ସଦସ୍ୟ ଆସି ନଥିଲେ । କେବଳ ପୁଲିସ ଆସି ମୃତଦେହ ଦେଖି ଚାଲି ଯାଇଥିଲା । ନ୍ୟୁଜ୍‌-୭ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ବେଙ୍ଗାଲୁରୁ କମିଶନରଙ୍କୁ ଜଣାଇଥିଲେ । ଏହାପରେ କୋଭିଡ୍‌ ଡାକ୍ତରୀ ଟିମ୍‌ ଆସି ତାଙ୍କ ମରଶରୀରକୁ ପରୀକ୍ଷା କରି ପଜିିଟିଭ ଘୋଷଣା କରିଥିଲେ । କିନ୍ତୁ ତାଙ୍କ ପତ୍ନୀ ଓ ପିଲାମାନଙ୍କ ନେଗେଟିଭ ଅଛି ବୋଲି କହିଥିଲେ । ନିଜ ଗ୍ରାମ ହରିପୁରରେ ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପିତା ଲକ୍ଷ୍ମୀଧର । ଏହି ଗରିବ ପରିବାରକୁ ରାଜ୍ୟ ସରକାର ସହାୟତା ପ୍ରଦାନ କରନ୍ତୁ ବୋଲି ଗ୍ରାମବାସୀ ଅନୁରୋଧ କରିଛନ୍ତି । ତେବେ ବେଙ୍ଗାଲୁରୁରେ ଥିବା ପ୍ରବାସୀ ଓଡ଼ିଆମାନେ ଏହି ଖବରପାଇ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପତ୍ନୀଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର