PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ରୁଷ ବିଶେଷଜ୍ଞଙ୍କ ଆଶ୍ୱସ୍ତିକର ରିପୋର୍ଟ : କରୋନାର କାଳ ‘ନର୍ମାଲ ୱାଟର’

ମସ୍କୋ,୫।୮: କରୋନା ଭୂତାଣୁ ସଂକ୍ରମଣର ପ୍ରତିକାର ପାଇଁ ବୈଜ୍ଞାନିକମାନେ ଟିକା ବାହାର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି । ବର୍ଷ ଶେଷ ଭାଗରେ ୩-୪ଟି ପ୍ରଭାବୀ ଟିକା ଆସିବା ନେଇ ଆଶା ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ରୁଷର ବୈଜ୍ଞାନିକମାନେ କରୋନା ଭୂତାଣୁ ଉପରେ ବ୍ୟାପକ ଗବେଷଣା କରି ନୂଆ ତଥା ଆଶ୍ୱସ୍ତିକର ରିପୋର୍ଟ ଦେଇଛନ୍ତି । ସେମାନେ କହିଛନ୍ତି, ନର୍ମାଲ ୱାଟର ବା ସାଧାରଣ ତାପମାତ୍ରାରେ ଥିବା ପାଣି କରୋନା ଭୂତାଣୁ ପାଇଁ କାଳ ସାଜିପାରିବ । ଗରମ ପାଣି ଦ୍ୱାରା ନିମିଷକେ ମଧ୍ୟରେ ଭୂତାଣୁ ନାଶ ହୋଇଯିବ । ଏମିତି କି କ୍ଲୋରିନଯୁକ୍ତ ପାଣି ବି ଏହା ପାଇଁ ଘାତକ ସାଜିପାରିବ ।

ରୁଷର ଭେକ୍ଟର ଷ୍ଟେଟ ରିସର୍ଚ୍ଚ ସେଣ୍ଟର ଅଫ ଭାଇରୋଲୋଜି ଆଣ୍ଡ ବାୟୋଟକ୍ନୋଲୋଜି (ସାଇବେରିଆ)ର ଗବେଷଣା ଟିମ ଏହି ସଦ୍ୟ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏହି ଟିମ୍‌ ବ୍ୟାପକ ପରୀକ୍ଷା ପରେ କରୋନା ଭୂତାଣୁର ଦୁର୍ବଳତା କେଉଁଠି ରହିଛି, ତାହା ଖୋଜିପାଇଛି । ହୁଏତ ଟିକା ତିଆରି କିମ୍ବା ଭୂତାଣୁ ପ୍ରତିକାର କ୍ଷେତ୍ରରେ ଏହା ସହାୟକ ହୋଇପାରେ । ଗବେଷକମାନେ ନିଜ ରିପୋର୍ଟରେ ଦର୍ଶାଇଛନ୍ତି ନର୍ମାଲ ୱାଟର ଦ୍ୱାରା ନୋଭେଲ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ରୋକାଯାଇ ପାରିବ । ଏଥିପାଇଁ ସେମାନେ ପରୀକ୍ଷା କରି ଦେଖିସାରିଛନ୍ତି । ରୁମ୍‌ ତାପମାତ୍ରାରେ ରହୁଥିବା ଜଳ (ରୁମ୍‌ ଟେମ୍ପରେଚର ୱାଟର) ସଂସ୍ପର୍ଶରେ କରୋନା ଭୂତାଣୁ ଆସିଲେ ଏହାର ୯୦% ଅଣୁ ନଷ୍ଟ ହୋଇଯିବ । ସେହିଭଳି ୭୨ ଘଣ୍ଟା ବା ୩ ଦିନ ପାଇଁ ଏହି ଜଳ ସଂସ୍ପର୍ଶରେ ଆସିଲେ ୯୯.୯% କରୋନା ଅଣୁ ନଷ୍ଟ ହୋଇଯିବ । ଏମିତି କି ଗରମ ପାଣିରେ ଭୂତାଣୁ ତତ୍‌କ୍ଷଣାତ ଏବଂ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯିବ ବୋଲି ସେମାନେ ଦର୍ଶାଇଛନ୍ତି ।

ସ୍ପୁଟନିକ ନ୍ୟୁଜ ରିପୋର୍ଟ ମୁତାବକ ରୁଷର ଏହି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ କ୍ଲୋରିନଯୁକ୍ତ ଜଳରେ ବି କରୋନା ନାଶ ହୋଇଯିବ । ମଣିଷ କୋଷରେ ପ୍ରବେଶ କରିବା ପରେ କରୋନା ସାଧାରଣତଃ ବହୁଗୁଣିତ ହୋଇ ମାଡ଼ିଯାଇଥାଏ । କିନ୍ତୁ କ୍ଲୋରିନଯୁକ୍ତ ଜଳ ଓ ସମୁଦ୍ର ଜଳରେ ଏହା ବହୁଗୁଣିତ ହେବାକୁ ସୁଯୋଗ ପାଇ ନ ଥାଏ । ଏହା ଅଳ୍ପ କେଇ ମିନିଟ ତିଷ୍ଠିରହିବା ପରେ ଆପେ ଆପେ ନିଷ୍କ୍ରିୟ ହୋଇଯିବ । ଜଳର ତାପମାତ୍ରା ଉପରେ କରୋନା ଭୂତାଣୁର ଜୀବନକାଳ ନିର୍ଭର କରେ ବୋଲି ବୈଜ୍ଞାନିକମାନେ ଦର୍ଶାଇଛନ୍ତି ।

ଅନ୍ୟପକ୍ଷରେ ରୁଷର ବୈଜ୍ଞାନିକମାନେ ଟିକା ଦୌଡ଼ରେ ବି ବେଶ୍‌ ଆଗରେ ରହିଛନ୍ତି । ଆସନ୍ତା ମାସରେ ପ୍ରଥମ ରାଷ୍ଟ୍ର ଭାବେ ରୁଷ କରୋନା ଟିକା ଆଣିବ ବୋଲି କହିଛି । ଏମିତି କି ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ଏହା ଟିକା ଆଣିପାରେ । ମସ୍କୋର ଗାମାଲେୟା ଇନଷ୍ଟିଚ୍ୟୁଟ ପକ୍ଷରୁ ନିକଟରେ ଏ ନେଇ ଘୋଷଣା କରାଯାଇଛି । ରୁଷ ଶିଳ୍ପ ମନ୍ତ୍ରୀ ଡେନିସ ମଣ୍ଟୁରୋଭ ଏକ ସାକ୍ଷାତକାରରେ କହିଛନ୍ତି, ଆମେ ମାସକ ମଧ୍ୟରେ ସହସ୍ରାଧିକ ଟିକା ଡୋଜ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛୁ ।