ଏହି ମନ୍ଦିରକୁ ଗଲେ କରୋନା ହେବ ନାହିଁ ବୋଲି ଦାବି ! ଭକ୍ତଙ୍କୁ ମିଳୁଛି ‘କରୋନା ନାଶକ ତେଲ’

ବାରଣାସୀ – ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ ଜାରି ରିହଥିବା ବେଳେ , ଏବେ ବି ଏହାର ନିଦାନ ନେଇ ବଡ଼ ବଡ଼ ବୈଜ୍ଞାନିକ ଦିନ ରାତି ଲାଗିପଡ଼ିଛନ୍ତି । ଦିନ ଯେତେ ବିତୁଛି ସେତିକି ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏ ଭିତରେ ଏମିତି ଏକ ଖବର ଆସିଛି , ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ବାରଣାସୀର ଏକ ମନ୍ଦିର ଭକ୍ତଙ୍କୁ କରୋନା ନାଶତ ତେଲ ଦେଉଛି । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି।

ଖବର ମୁତାବକ ,ବାରଣାସୀରେ ଥିବା ପ୍ରସିଦ୍ଧ କାଳ ଭୈରବ ମନ୍ଦିର ବର୍ତ୍ତମାନ କରୋନା ଭାଇରସ୍‌ରୁ ରକ୍ଷା ପାଇଁ କିଛି ତେଲ ଅଫର କରୁଛି । ଏହି କାଳ ଭୈରବ ମନ୍ଦିରକୁ ମଧ୍ୟ କାଶୀର କୋଟୱାଲ କହନ୍ତି ବା ବାରଣାସୀର ସୁରକ୍ଷା ମଧ୍ୟ କୁହାଯାଏ । ଆଉ ବିଶ୍ୱାସ କରାଯାଏ ଏହି ମନ୍ଦିର ଭକ୍ତଙ୍କର ସବୁ ମନୋବାଞ୍ଚା ପୂର୍ଣ୍ଣ କରିବା ସହ ସମସ୍ତ ସମସ୍ୟାର ସମାଧାନ କରିଥାଏ । ଆଉ ମଧ୍ୟ ବିଶ୍ୱାସ କରାଯାଏ  ପ୍ରଭୁ କାଳ ଭୈରବଙ୍କୁ କାଶୀର ଭଗବାନ ଶିବଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି ।

ଯିଏ ବି କାଶୀରେ ବସବାସ କରିବେ ପ୍ରଥମେ କାଳ ଭୈରବଙ୍କର ଅନୁମତି ନେବାକୁ ହେବ ବୋଲି ନିୟମ ରହିଛି । ଏହା କୁହାଯାଏ କି କାଳ ଭୈରବଙ୍କ ବିନା ଭଗବାନ  ଶିବଙ୍କର ଦର୍ଶନ ଅଧୁରା ରହିଯାଏ । ଯେତେବେଳେ କାଳ ଭୈରବ ମନ୍ଦିର ଦ୍ୱାର ପୁଣି ସୋମବାର ଦିନ ଖୋଲିବ,  ‘କରୋନା ନାଶକ ତେଲ’ ପ୍ୟାକେଟ୍‌ ଭକ୍ତଙ୍କ ପାଇଁ  ଉପଲବ୍ଧ ହେବ।

ଏମିତି ମଧ୍ୟ ବିଶ୍ୱାସ ରହିଛି ଯେ , ଯଦି କେଉଁ ଭକ୍ତ ସୋରିଷ ତେଲ ନେଇ ମନ୍ଦିର ଯାଇଥାଏ ତ ତାଙ୍କୁ ସାତଥର  ନିଜର ମୁଣ୍ଡରେ ଘଷିଥାଏ  ଏବଂ  ପୁଣି ମନ୍ଦିରର ଛାତରେ ତେଲ ଚଢ଼ାଇ ଥାଏ । ସ୍ତ୍ରୀ ବା ପୁରୁଷ ସମସ୍ତଙ୍କ  ସବୁ ରୋଗ ଭଲ ହୋଇଯାଏ ।

ମନ୍ଦିରର ପୁରୋହିତ ମହନ୍ତ ସୁମିତ୍‌ ଉପାଧ୍ୟାୟ କୁହନ୍ତି , “ଶହ ଶହ ବର୍ଷ ଧରି ଲୋକମାନେ ଏହି କାଳ ଭୈରବଙ୍କ କୃପାରୁ ସବୁ ରୋଗ ଓ ସମସ୍ୟାରୁ ମୁକ୍ତ ହୋଇଛନ୍ତି ।  ତେଣୁ କରୋନା ରୋଗ ଭଲ ହେବନି ବୋଲି କୌଣସି କାରଣ ନାହିଁ । ଏହି କରୋନା ନାଶକ ତେଲ ବାସ୍ତବରେ ସୋରିଷ ତେଲ , ଯାହାକି ମନ୍ଦିର ତରଫରୁ ଭକ୍ତଙ୍କୁ କରୋନା ନାଶକ ଭାବେ ପ୍ରଦାନ କରାଯାଉଛି । “

ଆଉ ମଧ୍ୟ  ସେ କହିଛନ୍ତି  , କାଶୀ କୋଟୱାଲଙ୍କୁ ଦେଶର ବଡ଼ ବଡ଼ ନେତା ଓ ବ୍ୟବସାୟୀ ମାନେ ବିଶ୍ୱାସ କରିଥାନ୍ତି । ସେମାନେ କିଛି କାମ ଆରମ୍ଭ କରିବା ପୂର୍ବରୁ ଏହି ମନ୍ଦିରକୁ ଆସିଥାନ୍ତି ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ବିଦେଶୀ କମ୍ପାନୀର ସେୟାରରେ ପଇସା ଲଗାଇବା ହେଲା ସହଜ, ଆଉ କରନ୍ତୁନି ବିଳମ୍ବ

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’