ଦେଶରେ ୨୦୦୦୦ ହଜାର ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୬୫୦ରୁ ଅଧିକ


ନୂଆଦିଲ୍ଲୀ ଏପ୍ରିଲ ୨୩ – ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ହଜାର ପାର କରିଛି। ଏପ୍ରିଲ ୨୨ ମଧ୍ୟରାତ୍ରୀ ସୁଦ୍ଧା ଏହା ୨୦୪୭୧ରେ ପହଞ୍ଚିଥିଲା । ଏହା ସହ ମୃତ୍ୟୁ ସଂଖ୍ୟା ୬୫୦ରୁ ଅଧିକ ହେଲାଣି । କେନ୍ଦ୍ର ସରକାର ଡାକ୍ତରଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଡାକ୍ତରଙ୍କୁ ଆକ୍ରମଣ କଲେ ୭ ବର୍ଷର ଜେଲ୍‌ଦଣ୍ଡ ହୋଇପାରେ । ଏହା ସହ ୫ ଲକ୍ଷ ଟଙ୍କାର ଜୋରିମାନା ଦେବା ପାଇଁ ପଡିବ ।

ଡାକ୍ତର ନର୍ସ ଓ ପାରାମେଡିକାଲ୍‌ ଷ୍ଟାଫ୍‌ଙ୍କୁ ଆକ୍ରମଣ କଲେ ସରକାର ଏହାକୁ ବରଦାସ୍ତ କରିବେ ନାହିଁ । ମହାମାରୀଠାରୁ ଲୋକଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଏମାନେ କାମ କରୁଛନ୍ତି । ଏମାନଙ୍କ ଉପରେ ଆକ୍ରମଣ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଡକର କହିଛନ୍ତି ।

   ସମ୍ବନ୍ଧିତ ଖବର


ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ

ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ

ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ଚିନ୍ତାରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦରମା ଅଣ୍ଟୁନଥିବାରୁ ଛାଡିବେ ଚାକିରି…

କରୋନାକୁ ନେଇ ମୋଦିଙ୍କ ଚେତାବନୀ, ଟିକା ଆସିବା ପର୍ଯ୍ୟନ୍ତ ସତର୍କ ହେବା…

ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…