କରୋନା ଭୟ ! ଛାତ୍ରଙ୍କ ପିତା ସଂକ୍ରମିତ ଯୋଗୁ ବନ୍ଦ ହେଲା ସ୍କୁଲ୍‌

ନୋଇଡ଼ା ୩ /୩ : ଦିଲ୍ଲୀ ନିକଟ ନୋଇଡ଼ାରେ ଥିବା ପ୍ରାଇଭେଟ ସ୍କୁଲ୍‌ ୩ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ବୁଧବାର ଠାରୁ ଶୁକ୍ରବାର ୩ଦିନ ସ୍କୁଲ୍‌ ବନ୍ଦ ନେଇ ସୂଚନା ଦିଆଯାଇଛି। କାରଣ ସେହି ସ୍କୁଲ୍‌ର ୨ଜଣ ଛାତ୍ରଙ୍କ ପିତା କରୋନା ସଂକ୍ରମିତ ବୋଲି ପରୀକ୍ଷଣରୁ ଜଣାପଡ଼ିଛି।

ରାଜଧାନୀ ଦିଲ୍ଲୀରେ ପ୍ରଥମ ବ୍ୟକ୍ତି ଭାବେ ଏହି ୪୫ ବର୍ଷିୟ ବ୍ୟକ୍ତିଙ୍କର ପରୀକ୍ଷଣରେ କରୋନା ଭାଇରସ ପଜିଟିଭ୍‌ ବାହାରିଛି। କରୋନା କବଳରେ ଏବେ ସାରା ବିଶ୍ୱରେ ୮୮ହଜାର ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।  ୩ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ଭୟରେ ନୋଇଡ଼ାର ଏହି ସ୍କୁଲ୍‌  ଛାତ୍ରଙ୍କ ସୁରକ୍ଷା ପାଇଁ ଇଣ୍ଟରନାଲ ପରୀକ୍ଷାକୁ ରଦ୍ଦ କରିଦିଆଯାଇଛି ।

ସୂଚନା ମୁତାବକ , ସଂପୃକ୍ତ ସ୍କୁଲ ପରିସରରୁ ନେଇ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି । କାରଣ  ଗତ ଶୁକ୍ରବାର ଦିନ  ଆଗ୍ରାରେ ଏହି ବ୍ୟକ୍ତି ଜଣଙ୍କ ତାଙ୍କ ପୁଅର ବାର୍ଥ ଡେ ପାର୍ଟି ରଖିଥିଲେ । ଆଉ ସେହି ପାର୍ଟିରେ ୫ଟି ପରିବାର ସଦସ୍ୟଙ୍କ ସହ ସ୍କୁଲର କିଛି ପିଲା ଉପସ୍ଥିତ ଥିଲେ ।

 ସେମାନଙ୍କ ମଧ୍ୟରୁ ୬ଜଣ ବ୍ୟକ୍ତିଙ୍କୁ ଜ୍ୱର ହେବାର ସୂଚନା ମିଳିଛି ଏବଂ ତାଙ୍କର ରକ୍ତ ନମୂନାକୁ କରୋନା ଭାଇରସ୍‌ ପରୀକ୍ଷଣ ପାଇଁ ପୁନେର ନ୍ୟାସନାଲ  ଇନଷ୍ଟିଚ୍ୟୁଟ୍‌ ଅଫ୍  ଭିରୋଲୋଜିକୁ ପଠାଯାଇଛି ।    

ସେହି ୫ଟି ପରିବାର ଓ ପୀଡ଼ିତ ବ୍ୟକ୍ତିଙ୍କ ପରିବାରକୁ ସ୍ୱତନ୍ତ୍ର ଭାବେ ନିଜ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ୍‌ ପିଲାଙ୍କୁ ବି ପରୀକ୍ଷା କରାଇବା ସହ ଏବଂ ଆସନ୍ତା ୨ ସପ୍ତାହ ପାଇଁ  ପ୍ରାକ୍‌ ସାବଧାନତା ଗ୍ରହଣ କରିବାକୁ ସ୍କୁଲ୍‌ ପ୍ରଶାସନ ପିତାମାତାଙ୍କୁ ନୋଟିସ୍‌ କରିଛନ୍ତି । ସ୍ୱାସ୍ଥ୍ୟ ଅଧକାରୀ ମଧ୍ୟ ସେହି ଲୋକଙ୍କୁ  ଅନୁଧ୍ୟାନ କରୁଛନ୍ତି , ଯେଉଁମାନେ  ସେହି ୬ଜଣଙ୍କ ସଂପର୍କରେ ଆସିଥିଲେ ।

 ଉଲ୍ଲେଖନୀୟ ଯେ, ଯଦିଓ  ନୋଇଡ଼ା ସ୍କୁଲ୍‌ ଅଫିସିଆଲି ଭାବେ ଆଜି ବନ୍ଦ ହୋଇନି , କିନ୍ତୁ ଅନେକ ପିଲାଙ୍କ ପରିବାର ଲୋକ ସେମାନଙ୍କ ପିଲାଙ୍କୁ ନିଜ ଘରକୁ ନେଇ ଯାଇଛନ୍ତି । ଅନ୍ୟମାନେ ତାଙ୍କ ପିଲାଙ୍କୁ ଆଦି ସ୍କୁଲ୍‌କୁ ଛାଡ଼ିବାକୁ ରାଜି ହୋଇନଥିଲେ ।   

   ସମ୍ବନ୍ଧିତ ଖବର


ଦୁଃଖ ଓ ଯନ୍ତ୍ରଣା ସହଜରେ ଯାଏ ନାହିଁ … ପ୍ରଶଂସକଙ୍କୁ ସୁଶାନ୍ତଙ୍କ ଭଉଣୀଙ୍କ ଚିଠି

‘ଆରେ ତୁମେ କ’ଣ କରୁଛ..ପୁରା କେଶ କାଟିଦେବ କି..ଆରେ ୟାର…’ ଇଣ୍ଟରନେଟ୍‌ରେ ଧମାଲ କରୁଛି ଏହି କୁନିର ଝିଅର ହେୟାର କଟିଂ ଭିଡ଼ିଓ

ନିଜ ହାଡ଼କୁ କେମିତି ଶକ୍ତ ରଖିବେ ? ଏହି ଖାଇବା ଅଭ୍ୟାସକୁ ଆପଣାନ୍ତୁ

କୁକୁରର ହେବ ଡିଏନ୍‌ଏ ଟେଷ୍ଟ: ଶାଦାବ୍‌ଙ୍କ ‘କୋକୋ’ ନା କାର୍ତ୍ତିକଙ୍କ ‘ଟାଇଗର’…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଅନ୍ତିମ ସଂସ୍କାରର ସପ୍ତାହେ ପରେ ଘରକୁ ଫେରିଲେ ‘ଶିବ’

ସମସ୍ତଙ୍କୁ ଜୀବନ ସାଥି ବାଛିବାର ଅଧିକାର ରହିଛି , ସରକାର ହସ୍ତକ୍ଷେପ କରିପାରିବେ ନାହିଁ – ଆହ୍ଲାବାଦ ହାଇକୋର୍ଟ