ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ୨୮୪୨ ଆକ୍ରାନ୍ତ

ଭୁବନେଶ୍ଵର, ୧୭/ ୧୦: ରାଜ୍ୟ ପାଇଁ ଖୁସି ଖବର। ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି। ଅନ୍ୟପଟେ ଆକ୍ରାନ୍ତଙ୍କ ଅପେକ୍ଷୋ ଦୈନିକ ଅଧିକ ସୁସ୍ଥ ହେଉଛନ୍ତି। ହେଲେ ପୂର୍ବଭଳି ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଶନିବାର ରାଜ୍ୟରେ ୨୮୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨,୪୪,୨୨୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ କଟକ ଜିଲ୍ଲାରୁ ୨୩୭, ନୂଆପଡାରୁ ୧୬୧, ପୁରୀରୁ ୧୪୮, ସମ୍ବଲପୁରରୁ ୧୩୬, ଅନୁଗୁଳରୁ ୧୧୯, କଳାହାଣ୍ଡିରୁ ୧୧୭, ଝାରସୁଗୁଡାରୁ ୧୦୮, ଯାଜପୁରରୁ ୧୦୦, ଭଦ୍ରକରୁ ୯୪, ବରଗଡରୁ ୯୩, ମୟୂରଭଞ୍ଜରୁ ୯୨, ସୁନ୍ଦରଗଡରୁ ୯୧, ଜଗତସିଂହପୁରରୁ ୮୫, ନୟାଗଡରୁ ୭୮, କେନ୍ଦ୍ରାପଡାରୁ ୭୬ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି କେନ୍ଦୁଝର ଜିଲ୍ଲାରୁ ୬୮, ଢେଙ୍କାନାଳରୁ ୬୦, ବଲାଙ୍ଗିରରୁ ୫୮, ନବରଙ୍ଗପୁରରୁ ୫୩, କନ୍ଧମାଳରୁ ୫୦, ସୋନପୁରରୁ ୪୮, କୋରାପୁଟରୁ ୪୧, ମାଲକାନଗିରିରୁ ୪୧, ଗଞ୍ଜାମରୁ ୩୦, ବାଲେଶ୍ଵରରୁ ୨୭, ବୌଦ୍ଧରୁ ୨୧, ରାୟଗଡାରୁ ୧୮, ଦେବଗଡରୁ ୧୭ ଓ ଗଜପତିରୁ ୧୩ ଜଣ କରୋନାମୁକ୍ତ ହୋଇଛନ୍ତି।

ସୂଚନାଥାଉକି, ୨୪ ଘଣ୍ଟାରେ ଓଡ଼ିଶାରୁ ୨୧୯୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୩୪୫ରେ ପହଞ୍ଚିଛି। ସେଥିରୁ ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୪୪ ହଜାର ୨୨୭ରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ଆଉ ୧୭ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହା ପରେ ମୃତକଙ୍କ ସଂଖ୍ୟା ୧୧୨୧କୁ ବୃଦ୍ଧି ଘଟିଛି। ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ହ୍ରାସ ପାଉନାହିଁ।

   ସମ୍ବନ୍ଧିତ ଖବର


RBI ଗଭର୍ଣ୍ଣରଙ୍କୁ କରୋନା

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌: ରାଜ୍ୟରେ ପୁଣି ୧୬ ଜୀବନ ନେଲା କୋଭିଡ୍, ମୃତ୍ୟୁସଂଖ୍ୟା ୧୨୪୫କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୩୩ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୧ ହଜାର ପାର୍

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ କରୋନା