PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଭିଏତ୍‌ନାମରେ କରୋନାର ହାଇବ୍ରିଡ୍‌ ଷ୍ଟ୍ରେନ୍: ଭାରତ ଓ ବ୍ରିଟେନରେ ଠାବ ଷ୍ଟ୍ରେନର ମିଶ୍ରଣରେ ହୋଇଛି ସୃଷ୍ଟି, ବାୟୁ ଯୋଗେ ତୀବ୍ର ଗତିରେ ବ୍ୟାପିପାରେ…

ହାନୋଇ,୩୦/୦୫: ଭିଏତ୍‌ନାମ ସରକାର ସୂଚନା ଦେଇଛନ୍ତି କି ସେଠାରେ କରୋନା ଭାଇରସର ଏକ ମାରାତ୍ମକ ଷ୍ଟ୍ରେନ୍‌କୁ ଠାବ କରାଯାଇଛି । ଭାରତ ଓ ବ୍ରିଟେନରେ ଠାବ କରାଯାଇଥିବା କରୋନାର ଦୁଇଟି ମାରାତ୍ମକ ଷ୍ଟ୍ରେନର ମିଶ୍ରଣରେ ଏହି ଷ୍ଟ୍ରେନ୍‌ ସୃଷ୍ଟି ହୋଇଛି । ଏହା କରୋନାର ବାକି ଷ୍ଟ୍ରେନ୍‌ ଅପେକ୍ଷା ଅଧିକ ସଂକ୍ରାମକ ଅଟେ । ଏହା ବାୟୁ ଯୋଗେ ତୀବ୍ର ଗତିରେ ବ୍ୟାପିପାରେ ।

ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ କରୋନା ଷ୍ଟ୍ରେନଗୁଡିକର ଜିନ୍‌ଗତ ବିଶ୍ଲେଷଣ କରିବା ପରେ ଗବେଷକମାନେ ଏହି ନୂଆ ଷ୍ଟ୍ରେନକୁ ଠାବ କରିଛନ୍ତି । କିନ୍ତୁ ଏହି ନୂଆ ଷ୍ଟ୍ରେନ୍‌ ଦ୍ୱାରା ସେଠାରେ କେତେଜଣ ସଂକ୍ରମିତ ହୋଇଛନ୍ତି, ତାହା ସେ ପ୍ରକାଶ କରିନାହାନ୍ତି । ସେ ଅବଶ୍ୟ କହିଛନ୍ତି ଯେ ସରକାର ଏନେଇ ଖୁବଶୀଘ୍ର ବିସ୍ତୃତ ସୂଚନା ଦେବେ ।