PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

କରୋନା କଟକଣା ଯୋଗୁଁ ଏଥର ବି ଫିକା ପଡିବ ଶୀତଳଷଷ୍ଠୀ ଯାତ୍ରା : ଜମିବନି ଭିଡ଼, ଦେଖିବାକୁ ମିଳିବନି ମେଢ

ସମ୍ବଲପୁର, ୦୪/୦୬: କରୋନା କଟକଣା ଯୋଗୁଁ ଏଥର ମଧ୍ୟ ଶୀତଳଷଷ୍ଠୀ ଯାତ୍ରା ଫିକା ପଡ଼ିବାକୁ ଯାଉଛି । ଦେବଦମ୍ପତିଙ୍କ ବିବାହୋତ୍ସବ ଶୋଭାଯାତ୍ରାର ଆକର୍ଷଣୀୟ ମେଢ଼ ଶୋଭାଯାତ୍ରା ଓ ଶିବ ପାର୍ବତୀଙ୍କ ଯୁଗଳ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହେବେ । ବିଶ୍ୱପ୍ରସିଦ୍ଧି ଲାଭ କରିଥିବା ସମ୍ବଲପୁର ଶୀତଳଷଷ୍ଠୀ କଟକଣା ମଧ୍ୟରେ ପାଳନ ହେବ । ଯାତ୍ରା ପାଇଁ ସହରରେ ସୃଷ୍ଟି ହେଉଥିବା ଜନସମୁଦ୍ର ଏଥର ଦେଖିବାକୁ ମିଳିବ ନାହିଁ । ଏଥର ଲକ୍‌ଡାଉନ୍‌ ଯୋଗୁଁ କେବଳ ରୀତିନୀତିରେ ହିଁ ସୀମିତ ରହିବ ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା । ଜନସାଧାରଣ ଯାତ୍ରା ଉପଭୋଗରୁ ବଞ୍ଚିତ ହେବା ସହ ଏହି ଉତ୍ସବରେ ଯୋଗ ଦେବାକୁ ପ୍ରତିବର୍ଷ ଆସୁଥିବା ହଜାର ହଜାର କଳାକାର ମଧ୍ୟ ବଞ୍ଚିତ ହେଙ୍ଗେବ ।

ସୂଚନାଯୋଗ୍ୟ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଦେଖିବାକୁ ଦୂର ଦୂରାନ୍ତରୁ ଲୋକଙ୍କ ସମାଗମ ହୋଇଥାଏ । ଥାଳଉଠା, ବିବାହ ଶୋଭାଯାତ୍ରା, ଯୁଗଳମୃର୍ତ୍ତିଙ୍କ ନଗର ପରିକ୍ରମା ଶୋଭାଯାତ୍ରାରେ ପାଇଁ ବିଭିନ୍ନ ପ୍ରକାର ପ୍ରଭା, ମେଢ଼, ନାଚଗୀତ, ଘଣ୍ଟ, ଦୁଲଦୁଲି, ଘୋଡାନାଚ, ଯୋଡି ଶଙ୍ଖ, ବାଘ ନାଚ, ସଂପ୍ରଦା ଆଦି ଦେଖିବାକୁ ମିଳେ । ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ପ୍ରକାର ଲୋକନୃତ୍ୟ ଦଳ ମଧ୍ୟ ଏଥିରେ ସାମିଲ ହୋଇଥାନ୍ତି । ଆନ୍ଧ୍ରପ୍ରଦେଶ, ମେଘାଳୟ, ପଶ୍ଚିମବଙ୍ଗ, ଆସାମ, ଛତିଶଗଡ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଆଦି ବହୁ ରାଜ୍ୟର ଲୋକନୃତ୍ୟ ଏବଂ ଆଧୁନିକ ନୃତ୍ୟଦଳର ନୃତ୍ୟ ପରିବେଷଣ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। କିନ୍ତୁ ଏବର୍ଷ କରୋନା କଟକଣା ଯୋଗୁଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିବ ନାହିଁ । ଉତ୍ସବକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଆଶା ମଉଳି ଯାଇଛି । ବିଭିନ୍ନ କାର୍ଯ୍ୟରେ ନିୟୋଜିତ କାରିଗରମାନେ ମଧ୍ୟ ଦୁଖ ପ୍ରକାଶ କରିଛନ୍ତି ।