କନ୍ଧମାଳକୁ ଛୁଇଁଛି କରୋନା -ଫ୍ରି ହେବାର କିଛି ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଳାରୁ ବାହାରିଲେ ୨୦ ପଜିଟିଭ୍

coronavirus-agencies

ଭୁବନେଶ୍ୱର – କନ୍ଧମାଳକୁ ଛୁଇଁଛି କରୋନା । ୨ ପଜିଟିଭ୍ ସହ କନ୍ଧମାଳ ଜିଲ୍ଲା କରୋନା ମ୍ୟାପରେ ଯୋଡି ହୋଇଯାଇଛି । ସକାଳେ ରାଜଧାନୀ ଭୁବନେଶ୍ବର ସହ ଜଗତସିଂହପୁର ଜିଲ୍ଲାକୁ କରୋନା ମୁକ୍ତ ଘୋଷଣା କରାଯାଇଥିଲା । ସଂଧ୍ୟାରେ ଜଗତସିଂହପୁରରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏଯାଏ ୬୮ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେପଟେ ଆଜି ସୁସ୍ଥ ହୋଇଛନ୍ତି ୫୭ ଜଣ । କରୋନା ନିୟନ୍ତ୍ରଣରେ ଓଡ଼ିଶା ମଡେଲ ରାଜ୍ୟ ପାଲଟିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

କରୋନା ଫ୍ରି ହେବାର କିଛି ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଳାରୁ ବାହାରିଲେ ୨୦ ପଜିଟିଭ୍ । ସକାଳେ ୫ ଆକ୍ରାନ୍ତ ସୁସ୍ଥ ପରେ ଜଗତସିଂହପୁର ଜିଲ୍ଲାରେ ଗୋଟିଏ ବି ଆକ୍ଟିଭ୍ କେଶ୍ ନଥିବା ସୂଚନା ଦେଇଥିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆର୍ଥାତ୍ କରୋନା ମୁକ୍ତ ହୋଇଥିଲା ଜିଲ୍ଲ୍ଲା । ଏହାର କିଛି ଘଣ୍ଟା ପରେ ଜଗତସିଂହପୁରରୁ ଏକ ସଂଗେ ବାହାରିଛନ୍ତି ୨୦ ପଜିଟିଭ୍ । ସମସ୍ତେ କ୍ବାରାଣ୍ଟାଇନ ସେଣ୍ଟରରେ ଥିଲେ । ଆକ୍ରାନ୍ତଙ୍କ ମଧ୍ୟରୁ ନାଉଗାଁର ୧୯ ଜଣ ଏବଂ ପାରାଦୀପର ଜଣେ ।

ସେପଟେ କନ୍ଧମାଳ ଛୁଇଁଛି କରୋନା । ରାଜ୍ୟର ୨୩ ତମ ଜିଲ୍ଲାଭାବେ କରୋନା ମ୍ୟାପରେ ଯୋଡି ହୋଇଛି କନ୍ଧମାଳ ଜିଲ୍ଲା । ଆଜି ଜିଲ୍ଲାରୁ ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉଭୟ ତାମିଲନାଡୁ ଫେରନ୍ତା । ଦୁହେଁ ଫିରିଙ୍ଗିଆ ବ୍ଲକ ରତଂଗ ସଂଗରୋଧ କେନ୍ଦ୍ରରେ ଥିଲେ ।

   ସମ୍ବନ୍ଧିତ ଖବର


ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ବଧିରଙ୍କ ପାଇଁ ଖୁସି ଖବର: ଲଞ୍ଚ ହେଲା ନୂଆ ସାଉଣ୍ଡ ୱାଚ୍‌

ବାଇକ୍‌ରେ ଯାଉଥିଲେ, ଚଢ଼ିଗଲା ଟ୍ରକ୍: ଅଜା-ନାତିଙ୍କ ଚାଲିଗଲା ଜୀବନ

ମୁହାଁ ମୁହିଁ ଧକ୍କା ହେଲା ଟ୍ରକ୍‌ : ଗୁରୁତର ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି

ଆଜି ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ: ସବୁଠି କୋଭିଡ୍‌ ନିୟମ ଅନୁସାରେ ହେବ ପୂଜା, ଦର୍ଶନ କରିବେନି ଭକ୍ତ