ପାକିସ୍ତାନରେ ବ୍ୟାପୁଛି କରୋନା, ଆଇସୋଲେସନରେ ୨୩୦ ସୈନିକ

ନୁଆଦିଲ୍ଲୀ ୨୬/୩: ପାକିସ୍ତାନ ଉପରେ ମଧ୍ୟ କରୋନା ପ୍ରଭାବ ବଢିବାରେ ଲାଗିଛି । ସୂଚନା ଅନୁସାରେ ପାକିସ୍ତାନ ସେନାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଖବର ସାମ୍ନାକୁ ଆସିଛି । ସମୁଦାୟ ୨୩୦ ସୈନିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ସମସ୍ତଙ୍କୁ ଆଇସୋଲେସନରେ ପଠାଯାଇଛି । ୪୦ ଜଣ ପଜିଟିଭ୍ ଜଣା ପଡିଛନ୍ତି । ସେମାନଙ୍କ ମଧ୍ୟରେ କିଛି ଅଫିସର ମଧ୍ୟ ଅଛନ୍ତି ।

ସୂଚନା ଅନୁସାରେ ଗିଲଗିତ-ବାଲ୍ଟିସ୍ତାନରେ ୨୮, ଡୋମେଲରେ ୪୧, ବାଗରେ ୯, ରାୱଲକୋଟରେ ୧୪, ମିରପୁରରେ ୪୫ ଓ ପଖତୁନକ୍ଭାରେ ୫୫ ପାକିସ୍ତାନୀ ସୈନିକଙ୍କୁ କ୍ୱାରଣ୍ଟାଇନରେ ରଖାଯାଇଛି । ମୁଜଫରାବାଦରେ ୨୧, ରାୱଲାକୋଟରେ ୯, କୋଟଲିରେ ୨, ବଲୋଚିସ୍ଥାନରେ ୮ ଓ ପଖତୁନବା-ପଞ୍ଜାବରେ ଜଣେ ଜଣେ ସୈନିକଙ୍କୁ କରୋନା ପଜିଟିଭ୍ ଥିବା ଜଣାପଡିଛି ।

ପାକିସ୍ତାନ ନିଜ କ୍ୱାରଣ୍ଟାଇନ୍ ସେଣ୍ଟର ପିଓକେ ଓ ଗିଲଗିଟ-ବାଲ୍ଟିସ୍ଥାନରେ ସ୍ଥାପନ କରିଛି । ଏଥିରେ ପାକିସ୍ତାନର ମୁଖ୍ୟ ଅଞ୍ଚଳ ଯଥା ପଞ୍ଜାବରେ ଭାଇରସ ବ୍ୟାପିବାର ଆଶଙ୍କା ରହିବନି । ଏହା ସହିତ ଏଠାର ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଭାବେ ସେନା ପାଖରେ ରହିବା ଫଳରେ ଖବର ବାହାରକୁ ମଧ୍ୟ ଆସିବନି ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌