ରେଡ୍‌ ଜୋନ୍‌ରେ ଯାଆଁଳା ପିଲା ଜନ୍ମଦେଲେ କରୋନା ସଂକ୍ରମିତ ମହିଳା, ପିଲାଙ୍କ ନମୁନା ନେଗେଟିଭ୍‌

ପୁନେ ୧୩।୫ : କରୋନା ଭାଇରସ ଦ୍ୱାରା ପ୍ରଭାବିତ ରାଜ୍ୟମାନଙ୍କ ତାଲିକାରେ ମହାରାଷ୍ଟ୍ର ସବୁଠୁ ଉପରେ ରହିଛି । ସେଠାରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଲଗାତର ବଢ଼ିଚାଲିଛି । ଇତିମଧ୍ୟରେ ପୁନେସ୍ଥିତ ଇନ୍ଦିରା ଆଇଭିଏଫ୍‌ ସେଣ୍ଟରରେ କରୋନା ସଂକ୍ରମିତ ଜଣେ ୩୪ ବର୍ଷୀୟା ମହିଳା ଯାଆଁଳା ପିଲା ଜନ୍ମ ଦେଇଛନ୍ତି । ରିପୋର୍ଟ ଅନୁସାରେ ମହିଳାଙ୍କ ଶରୀର ଫୁଲିଯିବା ସହିତ ଯନ୍ତ୍ରଣା ହେଉଥିଲା । ରକ୍ତଚାପ ଅଧିକ ହୋଇଯାଇଥିବାରୁ ପରିସ୍ଥିତି ଖରାପ ହୋଇଯାଇଥିଲା । ସେଥିଯୋଗୁ ଚିକିତ୍ସା ପାଇଁ ତାଙ୍କୁ ଇନ୍ଦିରା ଆଇଭିଏଫ୍‌ ସେଣ୍ଟରେ ଭର୍ତ୍ତି କରାଯାଇଥିଲା ।

ଯେହେତୁ ମହିଳା ଜଣକ କରୋନା ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସିଥିଲେ ତେଣୁ ତାଙ୍କର ନମୁନାକୁ ପରୀକ୍ଷା ପାଇଁ ପଠାଯାଇଥିଲା । ପରେ ମହିଳାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏହାପରେ ତାଙ୍କର ଅବସ୍ଥା ଅତି ଖରାପ ହେବାରୁ ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଯାଇଥିଲା । ମହିଳା ଜଣକ ଏକ ପୁତ୍ର ଓ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ନବଜାତକଦ୍ୱୟ ସୁସ୍ଥ ଥିବାବେଳେ ସେମାନଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଛି । ସଂକ୍ରମଣ ଆଶଙ୍କାରେ ସେମାନଙ୍କୁ ମା’ଙ୍କଠାରୁ ଅଲଗା ରଖାଯାଇଛି ।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ମହିଳା ଟେନିସ୍‌ ତାରକା ‌ ସିମୋନା ହାଲେପଙ୍କୁ କରୋନା

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ