କରୋନା ରୋଗୀଙ୍କ ମସ୍ତିଷ୍କକୁ କ୍ଷତିଗ୍ରସ୍ତ କରୁଥିବା ସୂଚନା

ନ୍ୟୁୟର୍କ,୩ ।୪(ଏଜେନ୍ସି): କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଥିବା କିଛି ବ୍ୟକ୍ତିଙ୍କର ମସ୍ତିଷ୍କ କ୍ଷତିଗ୍ରସ୍ତ ହେଉଥିବାର ଜଣାପଡୁଛି । ଏହି ଭୂତାଣୁ ମସ୍ତିଷ୍କରେ ଏଭଳି ଜ୍ୱଳନ ସୃଷ୍ଟି କରୁଛି, ଯାହାଯୋଗୁ ମସ୍ତିଷ୍କରୁ ରକ୍ତସ୍ରାବ ହେବା ସହିତ ସ୍ନାୟୁ କୋଷିକାର ବି ମୃତ୍ୟୁ ହେଉଛି । ପୂର୍ବରୁ ଇଟାଲୀ ଏବଂ ଚୀନ୍‌ରେ କେତେକ କରୋନା ଆକ୍ରାନ୍ତ ରୋଗୀ ସେମାନଙ୍କ ମସ୍ତିଷ୍କରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିଥିଲେ ।

ସେମାନଙ୍କ ଉପରେ ଅଧ୍ୟୟନ ପରେ କରୋନା ଯୋଗୁ ଏପରି ହେଉଥିବାର ଜଣାପଡିଥିଲା । ତେଣୁ ଉଭୟ ଦେଶରେ ମସ୍ତିଷ୍କ କ୍ଷତିଗ୍ରସ୍ତ ହୋଇଥିବା କରୋନା ରୋଗୀଙ୍କର ଚିକିା ପାଇଁ ସ୍ୱତନ୍ତ୍ର ନ୍ୟୁରୋଲୋଜି ୱାର୍ଡ ସ୍ଥାପନ କରାଯାଇଥିଲା । ଏବେ ଆମେରିକାରେ ଅନୁରୂପ ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ୭୪ ବର୍ଷୀୟ ପୁରୁଷ ଏବଂ ଅନ୍ୟ ଜଣେ ୫୮ ବର୍ଷୀୟା ମହିଳା କରୋନାରେ ସଂକ୍ରମିତ ହେବା ପରେ ସେମାନଙ୍କ ମସ୍ତିଷ୍କ କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡ଼ିଛି । ଡେଟ୍ରଏଟସ୍ଥିତ ହେନରି ଫୋର୍ଡ ହେଲଥ ସିଷ୍ଟମ ହସ୍ପିଟାଲରେ ଉଭୟ ରୋଗୀଙ୍କର ମସ୍ତିଷ୍କର ସ୍କାନ କରାଯାଇଥିଲା । ସେଥିରୁ ଜଣାପଡିଛି କି କରୋନା ଭୂତାଣୁ ଆକ୍ରମଣ ଯୋଗୁ ଏପରି ଘଟିଛି । ବ୍ରେନସ୍କାନରୁ ସେମାନଙ୍କ ମସ୍ତିଷ୍କର ଘନତ୍ୱ କମିଯିବା ସହିତ ସେଠାରେ ରକ୍ତସ୍ରାବ ହେଉଥିବା ସ୍ପଷ୍ଟ ହୋଇଛି । ଉଭୟଙ୍କଠାରେ ସ୍ମୃତି ଶକ୍ତି, ଇନ୍ଦ୍ରିୟ ଅନୁଭୂତି, ସ୍ନାୟବିକ ପ୍ରତିକ୍ରିୟା, ସଚେତନତା ଏବଂ ସ୍ନାୟବିକ ସ୍ତରରେ ସୂଚନା ଆଦାନ ପ୍ରଦାନ ପାଇଁ ଉଦ୍ଦିଷ୍ଟ ମସ୍ତିଷ୍କର ଅଂଶ ଭୂତାଣୁ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିଲା । ଏନସିଫାଲାଇଟିସରେ ଆକ୍ରାନ୍ତ ହେଲେ ଯେମିତି ମସ୍ତିଷ୍କର କିଛି ଅଂଶ ଫୁଲି ଯାଇଥାଏ, ସେମାନଙ୍କଠାରେ ଠିକ୍‌ ସେହିପରି ଲକ୍ଷଣ ଦେଖାଯାଇଥିଲା ।


ପବୂ ର୍ର ୁ ଗବେଷକମାନେ କହୁଥିଲେ, କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିକୁ ଜ୍ୱର ଏବଂ କାଶ ହୋଇଥାଏ । ତା’ର ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହେବା ଯୋଗୁ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖାଦେଇଥାଏ । ସେହିପରି କରୋନା ସଂକ୍ରମଣ ଯୋଗୁ ଜଣେ ବ୍ୟକ୍ତି ଆଘ୍ରାଣ ଏବଂ ସ୍ୱାଦ ବାରିବାର ଶକ୍ତି ବି ହରାଇଥାଏ । ଏବେ ଏଥିରେ ମସ୍ତିଷ୍କ କ୍ଷତିଗ୍ରସ୍ତ ହେବା ବି ଯୋଡି ହୋଇଯାଇଛି ।

   ସମ୍ବନ୍ଧିତ ଖବର


ଜିଓ ଗ୍ରାହକଙ୍କୁ ବଡ ଉପହାର, ବିନା ରିଚାର୍ଜରେ ବର୍ଷେ ପର୍ଯ୍ୟନ୍ତ ମାଗଣାରେ ପାଆନ୍ତୁ Disney+ Hotstar VIP ସବସ୍କ୍ରିପ୍ସନ

୧୫ ଅଗଷ୍ଟ ପରେ ଖୋଲିବ ସ୍କୁଲ-କଲେଜ୍, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଘୋଷଣା

ଭଲ ଖବର: ୧୮ଟି ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୧୭୮ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଏଣିକି ଏକାଧିକ ଡିଭାଇସରେ ସପୋର୍ଟ କରିବ ହ୍ୱାଟ୍ସଆପ୍, ଆରମ୍ଭ ହେଲା ଟେଷ୍ଟିଂ

କାମ କଲାନି ଚୀନ୍‌ର ଷଡ଼ଯନ୍ତ୍ର : ଶେଷରେ ବୁଝିଗଲା ନେପାଳ.. ଏବେ ଭାରତ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ

ଅବଢ଼ା ଟିକେ ପାଇବାକୁ ମନ… କେବେ ବାହାରିବ ଅନନ୍ତବାସୁଦେବଙ୍କ ପ୍ରସାଦ