କରୋନା ବିଶ୍ୱର ସବୁଠୁ ସାଙ୍ଘାତିକ ଭାଇରସ: ବୈଜ୍ଞାନିକ ଦେଲେ ଚେତାବନୀ, ଜୀବନ ନନେଇ ଅକାମୀ କରିପାରେ ଶରୀରର ଅନେକ ଅଙ୍ଗ

ନୁଆଦିଲ୍ଲୀ ୨୦/୪: କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଉଛି । କରୋନା ଭାଇରସ ମହାମାରୀ ଭୟରେ ସାରା ବିଶ୍ୱ ଚିନ୍ତିତ । ବିଶ୍ୱର ଅନେକ ଦେଶରେ ଲକଡାଉନ୍ ଜାରି ରହିଛି ଏବଂ ଲୋକମାନେ ନିଜ ନିଜ ଘରେ ରହୁଛନ୍ତି । ଏହି ଭୟାନକ ଭାଇରସ ସହିତ ଲଢେଇରେ ଲୋକଙ୍କୁ କେବଳ ଗୋଟିଏ ମାତ୍ର ଆଶା ନଜର ଆସୁଛି । ଏବଂ ତାହା ହେଉଛି କରୋନା ଭାଇରସର ଭ୍ୟାକସିନ୍ । ଇଣ୍ଡିଆ ଟୁଡେର ଇ-କନକ୍ଲେଭର ସିରିଜରେ ଫେମସ ବୈଜ୍ଞାନିକ ତଥା ବାୟୋଟେକ୍ନୋଲୋଜି ଇନଭେଷ୍ଟର ପିଟର କୋଲଚିନସ୍କି କରୋନା ଭାଇରସ ସମ୍ପର୍କରେ ଅନେକ ଜରୁରୀ ସୂଚନା ଦେଇଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି କି ଏହାର ଅପେକ୍ଷା କେବେ ସମାପ୍ତ ହେବ ।

ସାଇଣ୍ଟିଷ୍ଟ ପିଟର କହିଛନ୍ତି କି ଅନେକ ଭାଇରସ ଭଲ କିମ୍ବା ଖରାପ ହୋଇନଥାନ୍ତି । ଏମାନେ କେବଳ ବାସ୍ ପ୍ରକୃତିର ଅଂଶ ହୋଇଥାନ୍ତି । କିନ୍ତୁ ଏହି କରୋନା ଭାଇରସ ସାରା ବିଶ୍ୱର ଶତ୍ରୁ ପାଲଟିଯାଇଛି । କରୋନା ଭାଇରସ ଅନ୍ୟ ଭାଇରସଙ୍କ ତୁଳନାରେ ବହୁତ ଜିନିୟସ୍ ବୋଲି ଆମେ କହିପାରିବା । ଏହି ଭାଇରସ ନିଜ ମଧ୍ୟରେ ପରିବର୍ତ୍ତନ କରୁଛି ଯାହା ଫଳରେ ଏହା ଅଧିକ  ସାଙ୍ଘାତିକ ହୋଇଯାଇଛି । ଏହି ଭାଇରସ ଅତି ସହଜରେ ଚୁପଚାପ୍ ଲୋକଙ୍କୁ ସଂକ୍ରମିତ କରିଦେଉଛି । ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବାପରେ ନିଜ ସଂଖ୍ୟା ମଧ୍ୟ ବଢାଉଛି । କରୋନା ଭାଇରସରେ ସଂକ୍ରମିତ ହେବା ପରେ ଅନେକ ଲୋକଙ୍କ ଲକ୍ଷଣ ମଧ୍ୟ ଦେଖାଯାଉନି ଯାହା ଫଳରେ ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରିବା ମଧ୍ୟ କଷ୍ଟ ହୋଇପଡୁଛି ।

ଯେଉଁ ପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କଠାରେ ଲକ୍ଷଣ ନଜର ଆସୁଛି ସେତେବେଳକୁ ଅନ୍ୟ କେତେକ ମଧ୍ୟ ରୋଗୀ ସମ୍ପର୍କରେ ଆସି ସଂକ୍ରମିତ ହୋଇଯାଉଛନ୍ତି । ହାୱର୍ଡ ୟୁନିଭର୍ସିଟିରୁ ଭାୟୋରଲୋଜି ବିଷୟରେ ପିଏଚଡି କରିସାରିଥିବା ପିଟର କହିଛନ୍ତି କି ବର୍ଷର ଅନ୍ତ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଭ୍ୟାକସିନ୍ ଉପଲବ୍ଧ ହୋଇପାରେ । ବଡ ପରିମାଣରେ କରୋନା ଭାଇରସର ଭ୍ୟାକସିନର ଉତ୍ପାଦନ ଆଗାମୀ ବର୍ଷ ପ୍ରଥମ ୩ ମାସ ମଧ୍ୟରେ ହେବାର ସମ୍ଭାବନା ଅଛି । ସେହି ସମୟରେ ସାଧାରଣ ଲୋକଙ୍କୁ ଭ୍ୟାକସିନ୍ ଦିଆଯାଇପାରିବ ।

ଶରୀରର ଅନ୍ୟ ଅଙ୍ଗ ଉପରେ ମଧ୍ୟ ପକାଉଛି ପ୍ରଭାବ
ଏକ୍ସପର୍ଟଙ୍କ କହିବାନୁସାରେ କରୋନା ଭାଇରସ ଶରୀରର ଶ୍ୱାସକ୍ରିୟା ବ୍ୟତୀତ ଅନ୍ୟ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପକାଉଛି । ଲିଭର, କିଡନୀ ଓ ହାର୍ଟ ସମେତ ଶରୀରର ଅନ୍ୟ ଅଙ୍ଗକୁ କ୍ଷତି କରିପାରେ ଏହି ଭାଇରସ । ଏଥିପାଇଁ କେବଳ ଭାଇରସରେ କେତେଜଣଙ୍କ ପ୍ରାଣ ଯାଉଛି ଏହା ଉପରେ ଧ୍ୟାନ ନଦେଇ କେତେଜଣଙ୍କୁ ଏହା ପ୍ରଭାବିତ କରୁଛି ଏହା ଉପରେ ମଧ୍ୟ ଫୋକସ୍ ରହିବା ଉଚିତ୍ । ଏହି ସଙ୍କଟମୟ ମୂହୁର୍ତ୍ତରେ ଭାଇରସ ଦମନ ପ୍ରକ୍ରିୟାରେ ସାମାନ୍ୟ ଭୁଲ୍ ମନୁଷ୍ୟ ସମାଜ ପାଇଁ ବଡ ବିପଦ ଆଣିପାରେ ।

   ସମ୍ବନ୍ଧିତ ଖବର


ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ

୩ ଘଣ୍ଟାରେ ବଦଳିଗଲା ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ, ପିଏମଙ୍କ ଆଦେଶରେ ପହଞ୍ଚିଗଲା ସାହାଯ୍ୟ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌