ପ୍ରତିରକ୍ଷା ଚୁକ୍ତି ଉପରେ କରୋନା ସଙ୍କଟ, ୩ ସେନାର ଡିଲ୍ ରୋକିବାକୁ ନିର୍ଦେଶ

ନୂଆଦିଳ୍ଲୀ,୨୩।୪: କରୋନା ସଙ୍କଟ ଓ ଲକଡାଉନର ପ୍ରଭାବ ଏବେ ପ୍ରତିରକ୍ଷା ଚୁକ୍ତି ଉପରେ ଦେଖିବାକୁ ମିଳିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ  ସେନାକୁ ନିଜର ଆଧୁନିକିକରଣ ପାଇଁ ଦିଆଯାଉଥିବା ପ୍ରତିରକ୍ଷା ଚୁକ୍ତିକୁ ଏବେ ରୋକିବା ପାଇଁ କୁହାଯାଇଛି। ମନ୍ତ୍ରଣାଳୟର କହିବା ଅନୁସାରେ କୋଭିଡ୍-୧ କାରଣରୁ ବଜେଟରେ କାଟ୍ ଦେଖି ଆମେ ଏଭଳି ନିଷ୍ପତ୍ତି ନେଇଛୁ।

ପ୍ରତିରକ୍ଷା ସୁତ୍ରରୁ ମିଳିଥିବା ଖବର ଅନୁସାରେ, ସେନା, ନୌସେନା ଓ ବାୟୁସେନାକୁ କୁହାଯାଇଛି ଯେଉଁ ପର୍ଯ୍ୟନ୍ତ ଦେଶରେ କୋଭିଡ୍-୧୯ର ସ୍ଥିତି ରହିଛି ସେ ପର୍ଯ୍ୟନ୍ତ ନିଜର ପୁଞ୍ଜି ଅଧିଗ୍ରହଣ ପକ୍ରିୟାକୁ ରୋକି ଦେଇଛି। ୩ ସେନାର ସମସ୍ତ ଅଧିଗ୍ରହଣ ପକ୍ରିୟ ଉପରେ ରୋକ ଲଗାଇବାକୁ କୁହାଯାଇଛି, ଯାହାକି ବିଭିନ୍ନ ପର୍ଯ୍ୟାୟରେ ରହିଛି।

ତିନି ସେନା ନିଜର ଆଧୁନିକିକରଣ ପାର୍ଇ ବିଭିନ୍ନ ପ୍ରକାର ପ୍ରତିରକ୍ଷା ଚୁକ୍ତି କରିଥିଲା, ଯାହାକି ବିଭିନ୍ନ ପର୍ଯ୍ୟାୟ​‌ରେ ରହିଛି। ଭାରତୀୟ ବାୟୁସେନା ଫ୍ରାନ୍ସରୁ ୩୬ ରାଫେଲ ଯୁଦ୍ଧ ବିମାନ ଓ ଋଷରୁ ଏସ୍-୪୦୦ ବାୟୁ ପ୍ରତିରକ୍ଷା ହତିଆର ପ୍ରଣାଳୀ ପାଇଁ ଦେୟ ପ୍ରଦାନ କରିବାର ପକ୍ରିୟାରେ ରହିଛି। ସେଭଳି ସେନା ମଧ୍ୟ ଆମେରିକା ଓ ଋଷ ସହିତ  ବିଭିନ୍ନ ଦେଶକୁ ଟ୍ୟାଙ୍କ, ଆର୍ଟିଲାରୀ ଗନ୍ ଓ ଆସଲ୍ଟ ରାଇଫଲ ମଧ୍ୟ ଦେୁଛି। ସେଭଳି ନୌସେନା ନିକଟରେ ଆମେରିକାରୁ ୩୪ ମଲ୍ଟିରୋଲ ହେଲିକପ୍ଟର ପାଇଁ ଚୁକ୍ତି ସ୍ବାକ୍ଷର କରିଥିଲା।

   ସମ୍ବନ୍ଧିତ ଖବର


ଛୁଟିରେ ୩ ଦିନ ଖୋଲା ରହିବ ଆର୍‌ଟିଓ: ଜାଣନ୍ତୁ କେଉଁ କେଉଁ ଦିନ..

ନଭେମ୍ବରରୁ ଖୋଲିବ ସିନେମା ହଲ୍‌ ! ପ୍ରସ୍ତୁତି ଶେଷ, ଦର୍ଶକଙ୍କୁ ଅପେକ୍ଷା…

ଭାରସାମ୍ୟ ହରାଇ ଡିଭାଇଡ଼ରରେ ପିଟିଲା କାର୍: ଅଳ୍ପକେ‌ ବର୍ତ୍ତିଲେ ଚାଳକ

ପଳାଶୁଣି ଛକରେ ସ୍କୁଟି ଉପରେ ଚଢ଼ିଗଲା ହାଇୱା, ଯୁବକ ମୃତ୍ୟୁ

ଏଥର ପ୍ରାକ୍‌ଛାଡ଼ଖାଇରେ ମହଙ୍ଗା ମାଡ଼ : ମଟନ୍‌ ୭୦୦, ଚିକେନ ୨୫୦.. ଆଜି ଆମିଷ ବଜାରରେ ଲାଗିବ ଭିଡ଼

ନୂଆ ବର୍ଷ ପୂର୍ବରୁ ବିଦା ହେବେ ଅପାରଗ ସରକାରୀ ବାବୁ: ଦକ୍ଷଙ୍କୁ ମିଳିବ ପଦୋନ୍ନତି ଓ ପ୍ରୋତ୍ସାହନ ରାଶି, ଠକଙ୍କୁ ବାଧ୍ୟତାମୂଳକ ଅବସର