ଚିନ୍ତା କରନ୍ତୁ ନାହିଁ, ଦେଶରେ କରୋନା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ମିଳିଲା ଆଶ୍ୱସ୍ତି

ନୁଆଦିଲ୍ଲୀ ୨୬/୩: ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୬୫୦ ଛୁଇଁଲାଣି । ଆଜି ସାରା ଦେଶରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହା ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ମିଳିଛି ଆଶ୍ୱସ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି କି ଦେଶରେ କରୋନା ସଂକ୍ରମଣ ମାତ୍ରାରେ ହ୍ରାସ ଦେଖାଦେଇଛି ।

ଲଭ୍ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି, ‘ସାରା ଦେଶରେ କରୋନା ସଂକ୍ରମଣ ମାମଲା ବଢୁଛି । କିନ୍ତୁ ସେଥିରେ ପୂର୍ବ ଅପେକ୍ଷା ହ୍ରାସ ଦେଖିବାକୁ ମିଳିଛି । ଅବଶ୍ୟ ଏହା ଆରମ୍ଭ ।’ ସେ ଆଗକୁ ସୂଚନା ଦେଇ କହିଛନ୍ତି କି ୪୧ ନୂଆ ମାମଲା ଆସିଛି । କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ପଜିଟିଭ୍ ମାମଲା ସଂଖ୍ୟା ବୃଦ୍ଧି ପାଇ ୬୪୯ ହୋଇଛି ।

ସେ ଆଗକୁ ମଧ୍ୟ କହିଛନ୍ତି କି ଯଦି ସମୁଦାୟ ଓ ସରକାର ମିଶି କାମ କରିବେନି ଏବଂ ଲୋକମାନେ ଗାଇଡ୍ ଲାଇନ୍ ମାନିବେନି ତେବେ କରୋନା ଭାଇରସ କମ୍ୟୁନିଟିରେ ମଧ୍ୟ ବ୍ୟାପିପାରେ । କିନ୍ତୁ ଯଦି ଆମେ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବା ତେବେ ଭାରତରେ ଏମିତି ହୋଇନପାରେ ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌